ଭୁବନେଶ୍ବର: ଲକ୍ଡାଉନ୍ ଅବମାନନା ଅଭିଯୋଗରେ 2400 ଗିରଫ ହୋଇଛନ୍ତି । ସେହିପରି 4 ହଜାର ଗାଡି ଜବତ ହୋଇଛି । ଏହାସହ ଓଡିଶାରେ ଲକ୍ଡାଉନ୍ ଆରମ୍ଭ ହେବା ଦିନଠାରୁ ବର୍ତ୍ତମାନ ସୁଦ୍ଧା 2700 ମାମଲା ରୁଜୁ କରାଯାଇଛି ବୋଲି କହିଛନ୍ତି ପୋଲିସ ଡିଜି ଅଭୟ ।
ଏଥିପାଇଁ ଲକ୍ଡାଉନ୍ ସମୟରେ ନିୟୋଜିତ ରହି ନିଜ କର୍ଯ୍ୟକରୁଥିବା ସମସ୍ତ ପୋଲିସ ଅଧିକାରୀଙ୍କୁ ଧନ୍ୟବାଦ୍ ଦେବା ସହ ଅଭିନନ୍ଦନ ଜଣାଇଛନ୍ତି ସେ । ପୂର୍ବଭଳି 90% ଲୋକ ଲକଡାଉନକୁ ସମର୍ଥନ କରୁଥିବାବେଳେ 10 % ଲୋକ ଏହାର ଅବମାନନା କରୁଥିବା ଦେଖାଯାଇଛି ।
ଅନ୍ୟପଟେ ସଟ୍ଡାଉନ୍ ସମ୍ପର୍କରେ ଡିଜିପି ଅଭୟ କହିଛନ୍ତି ଯେ, ‘ଭଦ୍ରକ, କଟକ, ଭୁବନେଶ୍ବରରେ ସଟ୍ଡାଉନ ସଫଳ ହୋଇଛି ।’ ଏଥିଲାଗି ସେ ଅଞ୍ଚଳବାସୀ ଓ ପୋଲିସ କର୍ମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଗୁଜବ କିମ୍ବା ସନ୍ଦେହଜନକ ଖବର ପ୍ରଚାର କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ