ETV Bharat / city

ଲକଡାଉନରେ କମିଛି ୬୫ ପ୍ରତିଶତ ଦୁର୍ଘଟଣା

ଲକଡାଉନର ସିଧା ପ୍ରଭାବ ପଡିଛି ସଡକ ଦୁର୍ଘଟଣା ଉପରେ । ଲକଡାଉନ ପିରିୟଡରେ ମୋଟ ୬୫ ପ୍ରତିଶତ କମିଛି ଦୁର୍ଘଟଣା ହାର । ଏପରିକି ୨୪ ମାର୍ଚ୍ଚରୁ ୩୧ ମେ ମଧ୍ଯରେ ଘଟିଛି ମାତ୍ର ୮୩୬ଟି ଦୁର୍ଘଟଣା । ଅଧିକ ପଢନ୍ତୁ..

author img

By

Published : Jul 22, 2020, 10:32 PM IST

ଲକଡାଉନରେ କମିଛି ୬୫ ପ୍ରତିଶତ ଦୁର୍ଘଟଣା
ଲକଡାଉନରେ କମିଛି ୬୫ ପ୍ରତିଶତ ଦୁର୍ଘଟଣା

ଭୁବନେଶ୍ବର: ଲକଡାଉନରେ ଲକ ରାସ୍ତାଘାଟ। ଜାଗା ଜାଗାରେ ବାରିକେଡ । ଛକ ଛକରେ ପୋଲିସ ଚେକିଂ । ଘରୁ ବାହାରିବା ଲୋକଙ୍କୁ ହେଉଛି ମୁସ୍କିଲ । ଫଳରେ ଶୂନଶାନ ରାସ୍ତାଘାଟ ଓ ଖାଁ ଖାଁ ସହର । ଯାହାର ସିଧା ପ୍ରଭାବ ପଡିଛି ସଡକ ଦୁର୍ଘଟଣା ଉପରେ । ଲକଡାଉନ ପିରିୟଡରେ ମୋଟ ୬୫ ପ୍ରତିଶତ କମିଛି ଦୁର୍ଘଟଣା ହାର । ଏପରିକି ୨୪ ମାର୍ଚ୍ଚରୁ ୩୧ ମେ ମଧ୍ଯରେ ଘଟିଛି ମାତ୍ର ୮୩୬ଟି ଦୁର୍ଘଟଣା । ଆଉ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ୩୮୪ ଜଣ । ଦୁର୍ଘଟଣା ଜନିତ ଆହତ ହୋଇଛନ୍ତି ୭୨୨ଜଣ । ଏପରିକି ରାଜ୍ଯ ପରିବହନ ବିଭାଗର ସୁଚନା ଅନୁସାରେ ଠିକ ଏହି ସମୟରେ ଅର୍ଥାତ ପୂର୍ବବର୍ଷ ୨୦୧୯ରେ ହୋଇଥିଲା ୨୧୦୭ଟି ଦୁର୍ଘଟଣା । ଯେଉଁଥିରେ ପ୍ରାଣ ହରାଇଥିଲେ ୧୦୮୭ଜଣ ଏବଂ ଆହତ ହୋଇଥିଲେ ୨୧୭୫ଜଣ । ତେବେ ଏବର୍ଷ ଏପ୍ରିଲ ମାସରେ ୭୧ ପ୍ରତିଶତ ଦୁର୍ଘଟଣା କମିଥିବା ବେଳେ ମେ ମାସରେ ୫୧ ପ୍ରତିଶତ ଦୁର୍ଘଟଣା କମିଥିଲା ଲକଡାଉନ ସମୟରେ।

ଲକଡାଉନରେ କମିଛି ୬୫ ପ୍ରତିଶତ ଦୁର୍ଘଟଣା
ତେବେ ଲକଡାଉନ ଯୋଗୁ ରାସ୍ତା ଉପରେ ଗାଡିର ଡେନସିଟ କମ ରହିଛି । ଟ୍ରାଫିକ ଜାମ କମ ରହିଛି । ଗାଡି ଚଳାଚଳ କମ ହେଉଛି । ଲୋକ ରାସ୍ତା ଉପରକୁ ଆସିବାକୁ ଭୟ ରହୁଛି ଫଳରେ ଏହାର ପ୍ରଭାବ ସଡକ ଦୁର୍ଘଟଣାରେ ପଡିଛି । ଏପରିକି ଦିନକୁ ୧୩ ରୁ ୧୫ ଦୁର୍ଘଟଣା ଘଟୁଥିବା ଏବେ ତାହା ଏକଦମ ଖସିଯାଇଛି । ଯାହା କାଭାଁ ହାଇୱେ ସହର ଭିତରେ ଦୁର୍ଘଟଣା ଘଟୁଛି । ଏପରିକି ଏବର୍ଷ ଏପ୍ରିଲ ମାସରେ ୧୧୮ଜଣଙ୍କ ପ୍ରାଣହାନି ହୋଇଛି ୨୩୮ଟି ଦୁର୍ଘଟଣାରେ । ଯାହାକି ପୂର୍ବବର୍ଷ ୨୦୧୯ରେ ୪୫୮ଜଣଙ୍କ ପ୍ରାଣହାନୀ ଘଟିଥିଲା୮୭୭ଟି ଦୁର୍ଘଟଣାରେ ।
ଲକଡାଉନରେ କମିଛି ୬୫ ପ୍ରତିଶତ ଦୁର୍ଘଟଣା
ଲକଡାଉନରେ କମିଛି ୬୫ ପ୍ରତିଶତ ଦୁର୍ଘଟଣା

ସେହିପରି ମେ ମାସରେ ଏବର୍ଷ ୨୪୩ଜଣଙ୍କ ମୃତ୍ଯ ଘଟିଥିଲା ୫୫୧ଟି ଦୁର୍ଘଟଣାରେ। ଯାହାକି ପୁର୍ବବର୍ଷ୨୦୧୯ରେ ୪୯୪ଜଣଙ୍କ ପ୍ରାଣହାନୀ ହୋଇଥିଲା ୯୫୩ଟି ଦୁର୍ଘଟଣାରେ। ରେକର୍ଡ କହୁଛି ପୁର୍ବରୁ ମାସକୁ ହାରାହାରି ୪୫୦ ଦୁର୍ଘଟଣାଜନିତ ମୃତ୍ଯୁ ସହ ୯ଶହ ଦୁର୍ଘଟଣା ଘଟିଥାଏ । କିନ୍ତୁ ଏବେ ଲକଡାଉନ ଯୋଗୁଁ ଏଥିରେ ଆସିଛି ଏକ ବିରାଟ ପରିବର୍ତନ । ଯାହା ଜନସାଧାରଣଙ୍କ ପାଇଁ ଖୁସି ଖବର।

ଭୁବନେଶ୍ବରରୁ ତାପସ ପରିଡ଼ା. ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.