ETV Bharat / city

ଲକଡାଉନ ଇଫେକ୍ଟ: ପରିବା କିଣିବା ବାହାନରେ ଘରୁ ବାହାରୁଛନ୍ତି ଲୋକେ

author img

By

Published : Mar 29, 2020, 7:14 PM IST

ତାଲାବନ୍ଦକୁ ବିତିଯାଇଛି 5 ଦିନ । ହେଲେ ତାଲା ବନ୍ଦ ଯୋଗୁଁ ଲୋକେ ବାହାରକୁ ବାହାରିବା ପାଇଁ ସୁଯୋଗ ପାଉନଥିବା ବେଳେ ପରିବା କିଣିବାକୁ କରିଛନ୍ତି ମାଧ୍ୟମ । ଅଧିକ ପଢନ୍ତୁ...

buying vegetables
ଲକଡାଉନ ଇଫେକ୍ଟ: ପରିବା କିଣିବା ବାହାନରେ ଘରୁ ବାହାରୁଛନ୍ତି ଲୋକେ

ଭୁବନେଶ୍ବର: କୋରୋନା ଭୂତାଣୁର ଭୟାବହତାକୁ ଦୃଷ୍ଟିରେ ରଖି ଗତ ମଙ୍ଗଳବାର ମଧ୍ୟରାତିରୁ ସାରା ଭାରତକୁ ଲକଡାଉନ ଘୋଷଣା କରାଯାଇଛି । ଇତିମଧ୍ୟରେ ତାଲାବନ୍ଦକୁ ବିତିଯାଇଛି 5 ଦିନ ।

ସେପଟେ ତାଲାବନ୍ଦ ଯୋଗୁଁ ଲୋକେ ବାହାରକୁ ବାହାରିବା ପାଇଁ ସୁଯୋଗ ପାଉନଥିବା ବେଳେ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଘରୁ ବାହାରିବାକୁ ସୁଯୋଗ ଦେଇଛନ୍ତି ସରକାର । ଯେଉଁଥିରେ ପନିପରିବା କିଣିବା ମଧ୍ୟ ସାମିଲ ରହିଛି । ଆଉ ଏଇ ବାହାନାରେ ଲୋକେ ବାହାରକୁ ବାହାରିବା ସହ ବାହାରେ ସମୟ ବିତାଇବା ପାଇଁ ସୁଯୋଗ ପାଉଛନ୍ତି । ତେବେ ଲୋକେ ଏହି ସୁଯୋଗକୁ ଏପରି ଆପଣାଇଛନ୍ତି ଯେ ନିଜ ଘର ଠାରୁ 10-15 କିମି ଦୂର ପରିବା ଆଣିବାକୁ ଆସୁଥିବା ଦେଖିବାକୁ ମିଳୁଛି ।

ଅନ୍ୟପଟେ ତାଲା ବନ୍ଦ ଯୋଗୁଁ ପୋଲିସ ଓ ପ୍ରଶାସନ ପକ୍ଷରୁ ବିଭିନ୍ନ ଗଳିକନ୍ଦିରେ କଡା କଟକଣା ରହିଥିବା ବେଳେ ଏହି ପଥିକମାନଙ୍କ ବାଟ ଓଗାଳୁଥିବା ଦେଖିବାକୁ ମିଳୁଛି । ଯାହାର ଜବାବରେ ସେମାନେ ନିକଟ ଦୋକାନରେ ଅଧିକ ଦର ଥିବାରୁ ଦୂରକୁ ପରିବା ଆଣିବାକୁ ଆସୁଥିବା କହିଛନ୍ତି । ତେଣୁ ଏହି କ୍ଷେତ୍ରରେ ପୋଲିସ ସେମାନଙ୍କୁ ସହଯୋଗ କରିବାକୁ ନିବେଦନ କରୁଥିବା ଦେଖିବାକୁ ମିଳିଛି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.