ଭୁବନେଶ୍ବର: ଲକଡାଉନ ପ୍ରଭାବରେ ବନ୍ଦ ରହିଛି ସମସ୍ତ ଯାତ୍ରୀବାହୀ ଟ୍ରେନ । କୋଚିଂ ଡିପୋରେ ଅଟକି ରହିଛି ସମସ୍ତ ଟ୍ରେନ। ଭୁବନେଶ୍ବର ରେଳ ଷ୍ଟେସନରେ ଏବେ ଦେଖିବାକୁ ମିଳିଛି ଲକଡାଉନର ଇଫେକ୍ଟ । ତେବେ ଦିନକୁ ଚଳାଚଳ କରୁଥିବା ୨୦୦ ଟ୍ରେନରୁ ମାତ୍ର ୬୦ ଟି ମାଲବାହି ଗାଡି ଚଳାଚଳ କରୁଥିବା ବେଳେ ୫ଟି ପାର୍ସଲ ଟ୍ରେନ ରହିଛି ।
ତେବେ ଲକଡାଉନ ପ୍ରଭାବରେ ରେଳ ବିଭାଗର ରାଜସ୍ବ ଉପରେ ଏକ ବଡ ପ୍ରଭାବ ପଡିଛି। କାରଣ ଦୈନନ୍ଦିନ ଯାତାୟତ କରୁଥିବା ଯାତ୍ରୀ ଯିବା ଆସିବା ବନ୍ଦ ଯୋଗୁ ଏହାର ପ୍ରଭାବ ପଡିଛି । ଷ୍ଟେସନରେ ରେଳ ଚଳାଚଳ ବନ୍ଦ ଯୋଗୁ ରେଳଡବା ଷ୍ଟେସନରେ ଠିଆ ହୋଇଛି। ଅନେକ ରେଳ କର୍ମଚାରୀ ଷ୍ଟେସନରେ ସମସ୍ତ ଜିନିଷର ତଦାରଖ କରୁଛନ୍ତି।
ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ