ETV Bharat / city

କୋରୋନା ଦେଲା କଷଣ, ହାତରୁ ଛଡାଇନେଲା କଲମ

ଭବିଷ୍ୟତ ବାଟ ଓଗାଳିଲା କୋରୋନା ଓ ଲକଡାଉନ । କଲମ ଧରା ବୟସରେ, ହାତରେ ଓଲଡିଂ ମେସିନ ଆଉ ଲୁହାର ହାତୁଡି । ଓଲଡିଂ ଦୋକାନରେ କାମ କରି ଉଦାହରଣ ପାଲଟିଛନ୍ତି 3 ଯୁବତୀ । ଦେଖନ୍ତୁ ସ୍ବତନ୍ତ୍ର ରିପୋର୍ଟ....

author img

By

Published : Aug 13, 2020, 10:13 PM IST

କୋରୋନା ଦେଲା କଷଣ; ହାତରୁ ଛଡାଇନେଲା କଲମ
କୋରୋନା ଦେଲା କଷଣ; ହାତରୁ ଛଡାଇନେଲା କଲମ

ଭୁବନେଶ୍ବର: ଭବିଷ୍ୟତ ବାଟ ଓଗାଳିଲା କୋରୋନା ଓ ଲକଡାଉନ । ହାତରେ କଲମ ଧରିବା ବୟସରେ ଧରିଛନ୍ତି ଓଲଡିଂ ମେସିନ । ଲକଡାଉନ ସମୟରେ ବଦଳି ଗଲା ଜୀବନର ମୋଡ଼ । ଭବିଷ୍ୟତର ସ୍ବପ୍ନକୁ ଜାବୁଡି ଧରି ଆଗକୁ କେମିତି ଜୀବନ ନେଇ ବଞ୍ଚିବେ, ସେଥିପାଇଁ ଓଲଡିଂ ଦୋକାନରେ କାମ କରି ଉଦାହରଣ ପାଲଟିଛନ୍ତି 3 ଯୁବତୀ ।

କୋରୋନା ଦେଲା କଷଣ; ହାତରୁ ଛଡାଇନେଲା କଲମ

କଲମ ଧରା ହାତରେ ଓଲଡିଂ ମେସିନ ଆଉ ଲୁହାର ହାତୁଡି । ଖାଲି ପୁଅ ମାନେ ସବୁ କାମ କରିପାରିବେ ତାହା ନୁହେଁ ପୁଅଙ୍କ ଭଳି ଆକାଶରେ ଉଡିବା, ପାଣିରେ ବୁଡିବା ସହ ଏମିତି ଆଉ ଏକ କାମ କରି ଦେଖାଇଛନ୍ତି ଏହି ତିନି ଯୁବତୀ । ହେଲେ ଏହା ପଛରେ ରହିଛି ଏକ କାହାଣୀ । ସତରେ ଏ ମହାମାରୀ କେତେ ଭୟଙ୍କର ? ଯେଉଁ ବୟସରେ ଏମାନେ ନିଜର ଭବିଷ୍ୟତ ଗଢିବା କଥା, ଏବେ ବଞ୍ଚିବା ପାଇଁ ଲୁହାକୁ ଲୁହା ଯୋଡୁଛନ୍ତି । କୋରୋନା ମହାମାରୀ କାହା ଜୀବନ ବଦଳାଇଛି ତାହା ଆଉ କାହାର ସୁନେଲି ସ୍ବପ୍ନକୁ ଭାଙ୍ଗି ଚୁରମାର କରିଛି । ଏ ଦୃଶ୍ୟ ଚନ୍ଦ୍ରଶେଖରପୁର ପାଖରେ ଥିବା ଏକ ଓଲଡିଂ ଦୋକାନର । ଯେଉଁଠି ଏହି ତିନି ଯୁବତୀ ନିଜର ସବୁ ସ୍ବପ୍ନକୁ ପଛରେ ଛାଡି କେମିତି ବଞ୍ଚିବେ ସେ ନେଇ କରୁଛନ୍ତି ସଂଘର୍ଷ ।

ବୌଦ୍ଧ ଜିଲ୍ଲା ସୁଗୁଡା ଅଞ୍ଚଳର ରୀନା ବାଗ । ମହର୍ଷି ମହିଳା ମହାବିଦ୍ୟାଳୟର ଯୁକ୍ତ ଦୁଇ କଳା ଶେଷ ବର୍ଷର ଛାତ୍ରୀ । ପାଠ ପଢ଼ିବାର ଆଗ୍ରହ ଟାଣି ଆଣିଥିଲା ରାଜଧାନୀକୁ । ହେଲେ କୋରୋନା ବଦଳାଇଦେଲା ଜୀବନର ମୋଡ଼ । ଏପଟେ ରୀନାଙ୍କ ଭଉଣୀ ଝରଣା ବୁଲିବାକୁ ଆସି ଲକଡାଉନରେ ଫସିଗଲେ । ଟଙ୍କା ସରିଲା ଆଉ କେମିତି ବଞ୍ଚିବେ ସେନେଇ ସବୁ ରାସ୍ତା ଯେମିତି ତାଙ୍କୁ ଅନ୍ଧକାର ଦିଶିଲା । ଶେଷରେ ଏହି ଓଲଡିଂ ଦୋକାନରେ କାମ ଦେଇଥିଲେ ମାଲିକ । ସେପଟେ ଆଗକୁ ପଢିବାକୁ ଇଛା ରଖିଥିବା ରୀନାଙ୍କ ନାମ ଲେଖା, ମାଲିକଙ୍କ ସହାୟତାରେ ଆଇଟିଆଇ କଲେଜରେ ହେଲା ।

ଆଉ ଠିକ ସେମିତି ଜଣେ ହେଲେ କେନ୍ଦ୍ରାପଡାର ସୁମିତ୍ରା ପ୍ରଧାନ । ପରିବାରର ଆର୍ଥିକାବସ୍ଥା ଭଲ ନଥିବାରୁ ନିଜେ ରୋଜଗାରକ୍ଷମ ହେବାକୁ ଏହି ଓଲଡିଂ ଦୋକାନରେ କାମ କରି ଦୁଇ ପଇସା ରୋଜଗାର କୁରଛନ୍ତି ସୁମିତ୍ରା । ଝିଅ ହେଇକି ମଧ୍ୟ ପୁଅ ମାନଙ୍କ ଭଳି ସକ୍ଷମ ଏମାନେ । ଯାହାକୁ ନେଇ ଗର୍ବ ଅନୁଭବ କରିବା ସହ ଏନେଇ କଣ କହୁଛନ୍ତି ଓଲଡିଂ ଦୋକାନର ମାଲିକ ଶୁଣନ୍ତୁ...

ଓଲଡିଂ ଦୋକାନରେ ରଡ଼ କାଟିବାଠୁ ଆରମ୍ଭ କରି ରଡ଼ ଓଲଡିଂ କରିବା କାମ । ମେସିନ ଚଳାଇବାଠୁ ବଡ ବଡ ଲୁହା ରଡ଼ କାଟିବା, ନେବା ଆଣିବା କରିବା ପର୍ଯ୍ୟନ୍ତ ସମସ୍ତ କାମ କରିଥାନ୍ତି ଏମାନେ । ତେବେ କୋରୋନା ମାଡରେ ସିନା ଜୀବନ ବଦଳିଯାଇଛି ହେଲେ ଏବେବି ଅସୁମାରୀ ସ୍ବପ୍ନ ନେଇ ଏମାନେ ଆଗକୁ ବଢିବେ... ଏତିକି ଆଶା ରହିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.