ETV Bharat / city

ଟ୍ବିନସିଟିରେ 14 ଦିନିଆ ଲକଡାଉନ, ସମସ୍ତଙ୍କୁ ସତର୍କ ହେବାକୁ ସିପିଙ୍କ ପରାମର୍ଶ

ଟ୍ବିନସିଟିରେ ମଧ୍ୟ ଜାରି କରାଯିବ ସମ୍ପୂର୍ଣ୍ଣ ଲକଡାଉନ । ପୂର୍ବରୁ ଶନିବାର ଓ ରବିବାର ଜାରି କରାଯାଉଥିବା ସାପ୍ତାହିକ ସଟଡାଉନକୁ ଉଠାଯିବ ବୋଲି ସୂଚନା ଦେଇଛନ୍ତି ପୋଲିସ କମିଶନର । ଅଧିକ ପଢନ୍ତୁ..

ରାଜଧାନୀରେ ଜାରି ହେବ ଲକଡାଉନ
ରାଜଧାନୀରେ ଜାରି ହେବ ଲକଡାଉନ
author img

By

Published : Jul 17, 2020, 4:09 PM IST

Updated : Jul 17, 2020, 6:01 PM IST

ଭୁବନେଶ୍ବର: ଆଜି (ଗୁରୁବାର) ରାତିରୁ ଟ୍ବିନ ସିଟିରେ ଜାରି କରାଯିବ ସମ୍ପୂର୍ଣ୍ଣ ଲକଡାଉନ । ପୂର୍ବରୁ ଶନିବାର ଓ ରବିବାର ଜାରି କରାଯାଉଥିବା ସାପ୍ତାହିକ ସଟଡାଉନକୁ ଉଠାଯିବ ବୋଲି ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ । ଏହି 14 ଦିନିଆ ଲକଡାଉନ ପୂର୍ବ ଲକଡାଉନଠାରୁ ଅଧିକ କଡାକଡି ପାଳନ କରାଯିବ । ଏହା 31 ଜୁଲାଇ ମଧ୍ୟରାତ୍ର ପର୍ଯ୍ୟନ୍ତ ଜାରି ରହିବ ।

ଟ୍ବିନସିଟିରେ 14 ଦିନିଆ ଲକଡାଉନ, ସମସ୍ତଙ୍କୁ ସତର୍କ ହେବାକୁ ସିପିଙ୍କ ପରାମର୍ଶ

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମୁତାବକ 4 ଜିଲ୍ଲା (ଖୋର୍ଦ୍ଧା, ଗଞ୍ଜାମ, କଟକ, ଯାଜପୁର) ଏବଂ ରାଉରକେଲା ମହାନଗର ନିଗମରେ ଲକଡାଉନ ଆଜି ରାତିରୁ ଜାରି ରହିବ ଲକଡାଉନ । ଠିକ ସେହିପରି ଟ୍ବିନ ସିଟିରେ ମଧ୍ୟ ସମାନ ଲକଡାଉନ କଟକଣା ଜାରି କରାଯିବ ।

ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ପୂର୍ବଠାରୁ ଏହି ଲକ୍‌ଡାଉନ୍‌ କଡ଼ା ରହିବ । ସମସ୍ତଙ୍କୁ ମାନିବାକୁ ପଡ଼ିବ। ସ୍ବାଭିବିକ ସ୍ଥିତି ଫେରିନାହିଁ, ସମସ୍ତଙ୍କ ସତର୍କ ହେବାକୁ ପଡ଼ିବ। ଘର ପାଖ ଦୋକାନରୁ ଜିନିଷ କିଣନ୍ତୁ, ବାହାରକୁ ଯାଆନ୍ତୁ ନାହିଁ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

Last Updated : Jul 17, 2020, 6:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.