ETV Bharat / city

Odisha Assembly: ରାଜ୍ୟରେ ବଢୁଛି ବେଆଇନ ମଦ ବ୍ୟବସାୟ, ନରସିଂହଙ୍କ ଉଦବେଗ

author img

By

Published : Jul 6, 2022, 9:23 PM IST

ଶୂନ୍ୟକାଳରେ ମୁଳତବୀ ପ୍ରସ୍ତାବ ‘ନିଶା ଦ୍ରବ୍ୟରେ ବୁଡ଼ିଛି ସାରା ଓଡ଼ିଶା ଓ ଗରିବ ମହିଳାଙ୍କ କିଏ ହେବ ସାହା ଭରସା’ ସଂପର୍କୀତ ମୂଳତବୀ ପ୍ରସ୍ତାବ ବିଜେପି ପକ୍ଷରୁ ଆଗତ କରାଯାଇଥିଲା । ଅଧିକ ପଢନ୍ତୁ

OdishaAssembly
OdishaAssembly

ଭୁବନେଶ୍ବର: ଆଜି ଶୂନ୍ୟକାଳରେ ମୁଳତବୀ ପ୍ରସ୍ତାବ ନିଶା ଦ୍ରବ୍ୟରେ ବୁଡ଼ିଛି ସାରା ଓଡ଼ିଶା ଓ ଗରିବ ମହିଳାଙ୍କ କିଏ ହେବ ସାହା ଭରସା ସଂପର୍କୀତ ମୂଳତବୀ ପ୍ରସ୍ତାବ ବିଜେପି ପକ୍ଷରୁ ଆଗତ କରାଯାଇଥିଲା । ଆଲୋଚାରେ ଭାଗ ନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ରାଜ୍ୟରେ ବେଆଇନ ମଦ କାରବାର ନେଇ ଉଦବେଗ ପ୍ରକାଶ କରିଥିଲେ। ନରସିଂହ କହିଥିଲେ ଗୃହରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବିଧାୟକ ମାନେ ମଦ ବିରୋଧରେ ଗୃହରେ ସ୍ବର ଉତ୍ତୋଳନ କରିଛନ୍ତି। ବେଆଇନ ମଦ ବ୍ୟବସାୟ ବନ୍ଦ ପାଇଁ ନରସିଂହ ଗୃହରେ ଦାବି କରିଥିଲ ।

ଆଜି ଶୂନ୍ୟକାଳରେ ମୁଳତବୀ ପ୍ରସ୍ତାବ ‘ନିଶା ଦ୍ରବ୍ୟରେ ବୁଡ଼ିଛି ସାରା ଓଡ଼ିଶା ଓ ଗରିବ ମହିଳାଙ୍କ କିଏ ହେବ ସାହା ଭରସା’ ସଂପର୍କୀତ ମୂଳତବୀ ପ୍ରସ୍ତାବ ବିଜେପି ପକ୍ଷରୁ ଆଗତ କରାଯାଇଥିଲା। ଆଲୋଚାରେ ଭାଗ ନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ରାଜ୍ୟରେ ବେଆଇନ ମଦ କାରବାର ନେଇ ଉଦବେଗ ପ୍ରକାଶ କରିଥିଲେ। ନରସିଂହ କହିଥିଲେ ଗୃହରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବିଧାୟକ ମାନେ ମଦ ବିରୋଧରେ ଗୃହରେ ସ୍ବର ଉତ୍ତୋଳନ କରିଛନ୍ତି। ବେଆଇନ ମଦ ବ୍ୟବସାୟ ବନ୍ଦ ପାଇଁ ନରସିଂହ ଗୃହରେ ଦାବି କରିଥିଲେ । ନରସିଂହ ଅଭିଯୋଗ ଆଣିଛନ୍ତି ଯେ ରାଜ୍ୟରେ ଅନେକ ସ୍ଥାନରେ ଲାଇସେନ୍ସ ନଥାଇ ବେଆଇନ ମଦ ତିଆରି ହେଉଛି। ଅନେକ କ୍ଷେତ୍ରରେ ଦେଖାଯାଉଛି ଲାଇସେନ୍ସ ପାଇଥିବା ଦେଶୀ ମଦ ଦୋକାନକୁ ମହିଳାମାନେ ଭାଙ୍ଗୁଛନ୍ତି ।

ଏହିପରି ମହିଳା ଗୋଷ୍ଠୀଙ୍କୁ ବେଆଇନ ଦେଶୀ ମଦ ତିଆରି କରୁଥିବା ମାଫିଆ ମାନେ ଆର୍ଥିକ ସମର୍ଥନ ଦେଉଛନ୍ତି। ଏଥି ପାଇଁ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନ ବନ୍ଦ ହେଉଛି, ବେଆଇନ ମଦ କାରବାର ବଢୁଛି। ଏହା ସହ ନରସିଂହ ମିଶ୍ର ନିଜ ବିଧାନସଭା ମଣ୍ଡଳୀର 2ଟି ମଦ ଦୋକାନର ଉଦାହରଣ ଦେଇଥିଲେ। ନରସିଂହ କହିଥିଲେ ଏଥିରୁ ଗୋଟିଏ ମଦ ଦୋକାନ ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ବନ୍ଦ ହେବା ସତ୍ତ୍ବେ ବେଆଇନ ଭାବେ ଅନ୍ୟ ଜାଗାରେ ଷ୍ଟୋରେଜ ନାଁରେ ମଦ ଦୋକାନ ଖୋଲି ମଦ ବିକୁଛି, ଜିଲ୍ଲାର ଅବକାରୀ ବିଭାଗ ଅଧିକାରୀଙ୍କୁ ଅଭିଯୋଗ କଲା ପରେ ସେ ଉକ୍ତ ମଦ ଦୋକାନ ଲାଇସେନ୍ସ ରିନ୍ୟୁ ହେବା ପ୍ରକ୍ରିୟାରେ ଥିବା ଦର୍ଶାଇବା ସହ ଉକ୍ତ ଦୋକାନ ଅନ୍ୟ ଜାଗାରେ ଷ୍ଟୋରେଜ ପାଇଁ ଘର ନେଇଛି, ମଦ ଦୋକାନ ଖୋଲି ନାହିଁ ବୋଲି ଅବକାରୀ ଅଧକାରୀ ଜଣାଇଥିବା ନରସିଂହ କହିଥିଲେ।

ତେବେ ନରସିଂହଙ୍କ ଅଭିଯୋଗ କ୍ରମେ ଉକ୍ତ ମଦ ଦୋକାନର ଷ୍ଟୋର ହାଉସକୁ ସିଲ କରିବା ସତ୍ତ୍ବେ ତାହା ଏବେ ସିଲ ଦୋକାନର ପଛପଟେ ମଦ ବ୍ୟବସାୟ କରୁଥିବା ଦେଖୁବାକୁ ମିଳୁଛି ବୋଲି ନରସିଂହ ଅଭିଯୋଗ କରିଥିଲେ। ନରସିଂହ ବିଭାଗୀୟ ମନ୍ତ୍ରୀ ଏଭଳି ବେଆଇନ ମଦ ବ୍ୟବସାୟକୁ ବନ୍ଦ କରିବା ସହ ଅଧିକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟନୁଷ୍ଠାନ ନେବାକୁ ଗୃହରେ ଦାବି କରିଛନ୍ତି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.