ETV Bharat / city

ଓଡ଼ିଶା ବନ୍ଦ: କେଉଁଠି କେମିତି ରହିଛି ପ୍ରଭାବ...

author img

By

Published : Jul 15, 2021, 7:22 AM IST

Updated : Jul 15, 2021, 7:38 PM IST

6 ଘଣ୍ଟିଆ ଓଡିଶା ବନ୍ଦ
6 ଘଣ୍ଟିଆ ଓଡିଶା ବନ୍ଦ

19:30 July 15

ଦରଦାମ ବୃଦ୍ଧି ପ୍ରତିବାଦରେ ପୁରୀରେ ବିକ୍ଷୋଭ

ଦରଦାମ ବୃଦ୍ଧି ପ୍ରତିବାଦରେ ପୁରୀରେ ବିକ୍ଷୋଭ

ପୁରୀ: ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଓ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପତ୍ର ଦର ବୃଦ୍ଧି ବିରୋଧରେ ଆଜି(ଗୁରୁବାର) ଓଡିଶା ବନ୍ଦ ଡାକରା ଦେଇଥିଲେ ବାମପନ୍ଥୀ ଦଳ । ପୁରୀରେ ମଧ୍ୟ ବିଭିନ୍ନ ବାମପନ୍ଥୀ ଦଳ ମାନଙ୍କ ପକ୍ଷରୁ ବିକ୍ଷୋଭ ଓ ପ୍ରତିବାଦ କରାଯାଇଥିଲା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ।  

ସଂଗଠନ ଅଭିଯୋଗ କରିଛନ୍ତି ଯେ, କୋଭିଡ ଯୋଗୁଁ ଲୋକମାନେ ରୋଜଗାର ହରାଇଥିବା ବେଳେ ଅନାହାର ଓ ଅର୍ଦ୍ଧହାରରେ ଜୀବନ କାଟୁଛନ୍ତି । ଏହି ସମୟରେ ସରକାର ଅତ୍ୟାବଶ୍ୟକ ସାମଗ୍ରୀ ଉପରୁ ଟିକସ ଛାଡ଼ କରି ଲୋକଙ୍କୁ ଦରଦାମ କମାଇବା ପରିବର୍ତ୍ତେ ଅଧିକ ଟିକସ ଲଗାଇଥିବା ହେତୁ ଦରଦାମ ଆକାଶ ଛୁଆଁ ହୋଇଛି । ଗରିବ ଓ ମଧ୍ୟବିତ୍ତଙ୍କ ପରିବାର ଚାଲିବା ଏକ ପ୍ରକାର ମୁସ୍କିଲ ହୋଇ ପଡିଛି । ତେବେ କେନ୍ଦ୍ର ସରକାର ତେଲରେ ଜିଏସଟି ଲାଗୁ, ଖାଦ୍ୟ ସାମଗ୍ରୀ ଓ ଔଷଧ ଦର କମାଇବା, ଲୋକଙ୍କୁ ରୋଜଗାର ଦେବା, ଆୟକର ଦେଉ ନଥିବା ପ୍ରତ୍ୟେକ ପରିବାରକୁ ମାସିକ ମୁଣ୍ଡ ପିଛା 10 କିଲୋ ଖାଦ୍ୟ ସାମଗ୍ରୀ ସହ 7 ହଜାର 5 ସହ ଟଙ୍କା 6 ମାସ ପାଇଁ ପ୍ରଦାନ ଦାବିରେ ଆଜି ସାରା ଓଡିଶାରେ ସକାଳ 6ଟାରୁ ମଧ୍ୟାହ୍ନ 12 ଟା ପର୍ଯ୍ୟନ୍ତ ଓଡିଶା ବନ୍ଦ ପାଳନ କରିଛନ୍ତି ବିଭିନ୍ନ ବାମପନ୍ଥୀ ଦଳ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟଭି ଭାରତ

19:25 July 15

ଢେଙ୍କାନାଳରେ ବନ୍ଦର ସାମାନ୍ୟ ପ୍ରଭାବ

ଢେଙ୍କାନାଳରେ ବନ୍ଦର ସାମାନ୍ୟ ପ୍ରଭାବ

ଢେଙ୍କାନାଳ: ପେଟ୍ରୋଲ ଡିଜେଲ ଓ ରନ୍ଧନ ଗ୍ୟାସ ଦର ବୃଦ୍ଧି ସାଙ୍ଗକୁ ବେକାରୀ ସମସ୍ୟା, ଅତ୍ୟାବଶ୍ୟକ ସାମଗ୍ରୀ ଦର ଦାମ ବୃଦ୍ଧି ପ୍ରତିବାଦରେ ଆଜି ବାମପନ୍ଥୀଙ୍କ ପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ ଓଡିଶା ବନ୍ଦ ଡାକରା ପ୍ରଭାବ ଢେଙ୍କାନାଳରେ ସେତେଟା ଅନୁଭୂତ ହୋଇନାହିଁ । କେବଳ କଟକ ସମ୍ବଲପୁରକୁ ଯୋଗାଯୋଗ କରୁଥିବା ୫୫ ନମ୍ବର ଜାତୀୟ ରାଜପଥର ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ କାଉଁରିଆପାଳ ଛକରେ ସିପିଆଇଏମ ପକ୍ଷରୁ ରାସ୍ତା ଅବରୋଧ କାରାଯାଇଥିଲା ।  

ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଗାଡି ମଟର ସବୁ ଅଟକ ରହିଥିବା ଦେଖାଯାଇଥିଲା । ତେବେ ଜିଲ୍ଲାର ସଦର ମହକୁମା ଅର୍ଥାତ, ଢେଙ୍କାନାଳ ବଜାରରେ ସମସ୍ତ ଦୋକାନ, ପେଟ୍ରୋଲ ପମ୍ପ, ବ୍ୟାଙ୍କ, ଡାକଘର ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସବୁ ଖୋଲା ରହିଥିଲା । କହିବାକୁ ଗଲେ ଜାତୀୟ ରାଜପଥକୁ ଛାଡି ଦେଲେ ଢେଙ୍କାନାଳ ସହରରେ ଜୀବନ ଯାତ୍ରା ସାଧାରଣ ରହିଥିବା ଦେଖାଯାଇଥିଲା । ଫଳରେ ଢେଙ୍କାନାଳରେ ବାମପନ୍ଥୀ ମାନଙ୍କ ପକ୍ଷରୁ ଏହି ଓଡିଶା ବନ୍ଦ ଡାକରା ଏକ ପ୍ରକାର ପ୍ରଭାବ ଶୂନ୍ୟ ହୋଇଯାଇଥିଲା ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

18:47 July 15

କୋରାପୁଟରେ ବନ୍ଦ ପ୍ରଭାବ: ବାମଦଳ ସମେତ କଂଗ୍ରେସର ବିକ୍ଷୋଭ

କୋରାପୁଟ: ତେଲ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀର ଅହେତୁକ ଦରବୃଦ୍ଧିକୁ ବିରୋଧ କରି ଆଜି(ଗୁରୁବାର) କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ବାମପନ୍ଥୀ ଦଳ ଦ୍ବାରା ବନ୍ଦ ପାଳନ କରାଯାଇଥିଲା । କୋରାପୁଟ ଜିଲ୍ଲା ସଦର ମହକୁମା ପେଟ୍ରୋଲ ପମ୍ପ ଠାରେ କଂଗ୍ରେସ କର୍ମୀ ବିଜେପି ସରକାର ବିରୁଦ୍ଧରେ ନାରାବାଜି ଦେଇଥିଲେ । ଏଥିସହିତ ଜୟପୁର ଜାତୀୟ ରାଜପଥ ମୁଖ୍ୟ ଟ୍ରାଫିକ ଛକରେ ବାମଦଳ ପକ୍ଷରୁ ନାରାବାଜି ଦେବା ସହ ଗାଡ଼ି ଚଳାଚଳ ବନ୍ଦ କରାଯାଇଛି ।  

କୋରାପୁଟ ଜିଲ୍ଳା କଂଗ୍ରେସ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ନଗର କଂଗ୍ରେସ ସଭାପତି ନରି ମହାନ୍ତିଙ୍କ ନେତୃତ୍ବରେ କର୍ମୀମାନେ ପହଞ୍ଚିଥିଲେ । ନାରାବାଜି ଦେବା ସହ ପ୍ଲାକାର୍ଡ ଧରି ମୋଦି ସରକାରଙ୍କ ବିରୁଦ୍ଧରେ ସ୍ଲୋଗାନ ଦେଇଥିଲେ । କେନ୍ଦ୍ରରେ ବିଜେପି ସରକାର ଶାସନରେ ଦେଶବାସୀଙ୍କ ମେରୁଦଣ୍ଡ ଭାଙ୍ଗିଯାଇଥିବା ଅଭିଯୋଗ କରିଛି କଂଗ୍ରେସ ଏବଂ ଅନ୍ୟପଟେ ବାମଦଳ ନେତାମାନେ ବିଜେପି ଦରଦାମ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛି ଏବଂ ଏହାର ପରିଣାମ ଦେଶବାସୀ ଭୋଗୁଛନ୍ତି ବୋଲି ଅଭିଯୋଗ କରିଛନ୍ତି । ସରକାର ଦର ଦାମ ନିୟନ୍ତ୍ରଣ ନକଲେ ଏହି ଆନ୍ଦୋଳନ ଆଗକୁ ତିବ୍ରତର କରାଯିବା ନେଇ ଉଭୟ ଦଳର ନେତୃବୃନ୍ଦ ସୂଚନା ଦେଇଛନ୍ତି ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

16:23 July 15

ଦରଦାମ ଦୃଦ୍ଧି ପ୍ରତିବାଦରେ ଥାଳି, କଂସା ବଜାଇବା ସହ ଗାମୁଛା ପତାଇ ପ୍ରତିବାଦ

ଭୁବନେଶ୍ବର: ଦରଦାମ ବୃଦ୍ଧି ପ୍ରତିବାଦରେ ଥାଳି, କଂସା ବଜାଇବା ସହ ଗାମୁଛା ପତାଇ ଭିକ ମାଗି ପ୍ରତିବାଦ ଓ ଧାରଣା ପ୍ରଦର୍ଶନ କରାଯାଇଛି । ଏହାସହ 9 ଦଫା ଦାବି ନେଇ ଓଡ଼ିଶା ମୋଟର ଚାଳକ ସଂଘ ପକ୍ଷରୁ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ସରକାରୀ ବାସଭବନକୁ ଘେରାଉ କରାଯାଇଛି । ତାଙ୍କ ବାସଭବନ ସମ୍ମୁଖରେ କଂସା, ଥାଳି ବଜାଇ ଗାମୁଛା ପତାଇ ଭିକ ମାଗି ମନ୍ତ୍ରୀଙ୍କୁ ଗୁହାରି ଜଣାଇଲେ ଓଡ଼ିଶା ମୋଟର ଚାଳକ ସଂଘ ।  

ନୂତନ ଶ୍ରମ ଆଇନରେ ଡ୍ରାଇଭରଙ୍କୁ ଅନ୍ତର୍ଭୂକ୍ତ ସହ କରୋନା ଯୋଦ୍ଧା ଘୋଷଣା ଏବଂ ଆର୍ଥିକ ସହାୟତା କିମ୍ଭା ମସିକ ଭତ୍ତା ଦାବି ହୋଇଛି । ଏମିତି 9 ଦଫା ଦାବି ନେଇ ବହୁ ଦିନରୁ ଆନ୍ଦୋଳନ କରି ଆସୁଛି ମୋଟର ଚାଳକ ସଂଘ । ତେବେ ଆଜି ମନ୍ତ୍ରୀଙ୍କ ବାସଭବନ ଘେରାଉ କରିବାରୁ ମନ୍ତ୍ରୀଙ୍କ ଅନୁପସ୍ଥିତି ଯୋଗୁଁ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ ଦାବିପତ୍ର ଗ୍ରହଣ କରିବା ସହ ଆଲୋଚନା ପାଇଁ ସୋମବାର ପର୍ଯ୍ୟନ୍ତ ସମୟ ଦେଇଛନ୍ତି । ତେବେ ସୋମବାର ସୁଦ୍ଧା ନିଷ୍ପତ୍ତି ନହେଲେ ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ସହ ସାରା ରାଜ୍ୟରେ ଷ୍ଟେରିଂ ଛାଡ଼ ଆନ୍ଦୋଳନ ହେବ ବୋଲି ମଧ୍ୟ ଚେତାବନୀ ଦେଇଛି ସଂଘ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

15:52 July 15

ଭଞ୍ଜନଗରରେ ବନ୍ଦର ପ୍ରଭାବ: ଦୋକାନ ବଜାର ବନ୍ଦ

ଭଞ୍ଜନଗରରେ ବନ୍ଦର ପ୍ରଭାବ: ଦୋକାନ ବଜାର ବନ୍ଦ

ଭଞ୍ଜନଗର: ଗଡ଼ିଲାନି ବସ ଖୋଲିଲାନି ଦୋକାନ l ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି ବିରୋଧରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଛଅ ଘଣ୍ଟିଆ କଂଗ୍ରେସ ଦଳର ଓଡିଶା ବନ୍ଦ ଡାକରା ସଫଳ ହୋଇଛି l ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରରେ କଂଗ୍ରେସର ବନ୍ଦ ଡାକରାର ପ୍ରଭାବ ଦେଖିବାକୁ ମିଳିଛି l  

ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ଯୁବନେତା ପ୍ରଶାନ୍ତ ବିଷୋୟୀଙ୍କ ନେତୃତ୍ବରେ ଶତାଧିକ କଂଗ୍ରେସ କର୍ମୀ ହାତରେ ଦଳୀୟ ପତାକାଧରି ସହର ପରିକ୍ରମା କରି ପିକେଟିଙ୍ଗ କରୁଥିବାର ଦେଖିବାକୁ ମିଳିଥିଲା l କଂଗ୍ରେସର ବନ୍ଦ ଡାକରା ଥିବାବେଳେ ବସ ଚଳାଚଳ ବନ୍ଦ ରହିଥିଲା । ତା’ ସହିତ ଦୋକାନ ବଜାର ମଧ୍ୟ ବନ୍ଦ ରହିଥିଲା l ଆଜିର ଛଅ ଘଣ୍ଟିଆ ବନ୍ଦ ଡାକରା ଶାନ୍ତିପୂର୍ଣ୍ଣ ଭାବେ ସଫଳ ହୋଇଥିବା ଦଳ ପକ୍ଷରୁ କୁହାଯାଇଛି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

15:35 July 15

ତୈଳ ଦର ଓ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ପ୍ରତିବାଦରେ ଖୋର୍ଦ୍ଧାରେ ବନ୍ଦ ପାଳନ

ଖୋର୍ଦ୍ଧା: ତୈଳ ଦର ସାଙ୍ଗକୁ ଅତ୍ୟାବଶ୍ୟକ ଜିନିଷର ଦରବୃଦ୍ଧି ପ୍ରତିବାଦରେ ଗୁରୁବାର ବାମ ଦଳ ପକ୍ଷରୁ ଓଡିଶାରେ ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ୬ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା । ଖୋର୍ଦ୍ଧାରେ ମଧ୍ୟ ବନ୍ଦର ଆଂଶିକ ପ୍ରଭାବ ଦେଖିବାକୁ ମିଳିଛି । ବାମଦଳ କର୍ମୀ ବାଇକ ଶୋଭାଯାତ୍ରାରେ ନଗର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏଥିସହ 16 ନମ୍ବର ଜାତୀୟ ରାଜପଥ ମଧ୍ୟ ଅବରୋଧ କରିଥିଲେ । ଫଳରେ ଉଭୟ ପଟୁ ଯାନବାହାନ ଅଟକି ରହିଥିଲା ।  

ସେହିପରି ଜିଲ୍ଲାର 57ନଂ ଜାତୀୟ ରାଜପଥର ପିଚୁକୁଳି ବଜାର ଠାରେ କଂଗ୍ରେସ ନେତା ପ୍ରଦୀପ ସାହୁଙ୍କ ନେତୃତ୍ବରେ ରାସ୍ତାରୋକ କରାଯିବା ସହ ଦରଦାମ ବୃଦ୍ଧିକୁ ବିରୋଧ କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବର୍ଷିଛନ୍ତି । ଆଗାମୀ ଦିନରେ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ନିୟନ୍ତ୍ରଣ କରାନଗଲେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଉଭୟ ବାମଦଳ ଓ କଂଗ୍ରେସ ପକ୍ଷରୁ କୁହାଯାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

14:06 July 15

ଓଡିଶା ବନ୍ଦ: ବ୍ରହ୍ମପୁରରେ ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ

ବ୍ରହ୍ମପୁରରେ ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ

ବ୍ରହ୍ମପୁର: ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ବୃଦ୍ଧି ପ୍ରତ୍ୟାହର କରିବା ଦାବିରେ ଦିଆଯାଇଥିବା ଓଡିଶା ବନ୍ଦ ଡାକରାକୁ ସମର୍ଥନ ଜଣାଇ ବ୍ରହ୍ମପୁର ସହରରେ ବିଭିନ୍ନ ସ୍ଥାନରେ ବନ୍ଦ ପାଳନ କରାଯାଇଛି । ରାଜ୍ୟର ବାମପନ୍ଥୀ ଦଳ ମାନଙ୍କ ପକ୍ଷରୁ ଦିଆଯାଇଥିବା ଏହି ବନ୍ଦ ଡାକରାକୁ ସମର୍ଥନ ଜଣାଇ ସହରର ରେଳଷ୍ଟେସନ ସମ୍ମୁଖରେ ସିପିଆଇ, ସିପିଏମ୍ ଓ ଫରୱାର୍ଡ ବ୍ଲକ ପକ୍ଷରୁ ପ୍ରତିବାଦ କରାଯାଇ ବିକ୍ଷୋଭ କରାଯାଇଥିବା ବେଳେ ପରେ ସହରର ପୁରୁଣା ବସଷ୍ଟାଣ୍ଟ ନିକଟସ୍ଥ ଡାକଘର ସମ୍ମୁଖରେ ପ୍ରତିବାଦ କରାଯାଇଥିଲା ।  

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

14:04 July 15

ଓଡିଶା ବନ୍ଦ: ଯାଜପୁରରେ ବନ୍ଦର ପ୍ରଭାବ

ଯାଜପୁରରେ ବନ୍ଦର ପ୍ରଭାବ

ଯାଜପୁର: ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ସମେତ ଅତ୍ୟାବଶ୍ୟକୀୟ ସାମଗ୍ରୀର ଅହେତୁକ ଦରବୃଦ୍ଧିର ପ୍ରତିବାଦ କରି ୪ଟି ବାମ ଦଳ ପକ୍ଷରୁ  ଗୁରୁବାର ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିଲା । ସକାଳ ୬ ଟାରୁ ଦିନ ୧୨ଟା ଯାଏଁ ବାମପନ୍ଥୀ ଦଳ ଗୁଡ଼ିକ ଓଡ଼ିଶା ବନ୍ଦ ଡାକରା ଦେଇଥିଲେ । ଏହି ବନ୍ଦ ଡାକରାକୁ ରାଜ୍ୟ କଂଗ୍ରେସ ସମର୍ଥନ ଜଣାଇଛି ।  ଏହି ବନ୍ଦର ପ୍ରଭାବ ଯାଜପୁର ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି । ବିଭିନ୍ନ ବାମଦଳ ଓ କଂଗ୍ରେସ ପକ୍ଷରୁ ବ୍ୟାସନଗର, କଳିଙ୍ଗନଗର, ପାଣିକୋଇଲି ଆଦି ବିଭିନ୍ନ ସ୍ଥାନରେ ପିକେଟଂ କରାଯାଇଛି । ଦରଦାମ ବୃଦ୍ଧି ଯୋଗୁଁ କେନ୍ଦ୍ର ମୋଦି ସରକାରଙ୍କୁ କଡ଼ା ନିନ୍ଦା କରିଛନ୍ତି ଆନ୍ଦୋଳନକାରୀ ।  

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ 

13:16 July 15

ସମ୍ବଲପୁରରେ ଓଡିଶା ବନ୍ଦର ପ୍ରଭାବ

ସମ୍ବଲପୁରରେ ଓଡିଶା ବନ୍ଦର ପ୍ରଭାବ

ସମ୍ବଲପୁର:ସମ୍ବଲପୁରରେ ସିପିଆଇର ବନ୍ଦ ଡାକରା । ଏହାର ପ୍ରଭାବରେ ସମ୍ବଲପୁର ସହରରେ ଦୋକାନ, ବଜାର, ଗାଡି ମୋଟର,ବ୍ୟବସାୟିକ ପ୍ରତିଷ୍ଠାନ, ସରକାରୀ, ବେସରକାରୀ ଅଫିସ, କୋର୍ଟ କଚେରୀ ସବୁ ବନ୍ଦ ରହିଛି । ଗୁରୁବାର ସକାଳ 6 ରୁ 12 ଟା ଯାଏଁ ସମ୍ବଲପୁର ଅଇଁଠା ପାଲି ଛକ ଠାରେ ମୁମ୍ବାଇ କୋଲକାତା ରାଜରାସ୍ତା ଅବରୋଧ କରିଥିଲେ ବାମପନ୍ଥୀ ଦଳ ।  ଏହା ସହ ସମ୍ବଲପୁର କଚେରୀ ଛକରେ ଆନ୍ଦୋଳନକାରୀମାନେ ଜଜମାନଙ୍କୁ ପିକେଟିଂ କରିଥିଲେ ।  

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରାଣା, ଇଟିଭି ଭାରତ  

13:01 July 15

ଓଡିଶା ବନ୍ଦ: କେନ୍ଦ୍ରାପଡାରେ ବନ୍ଦର ପ୍ରଭାବ

କେନ୍ଦ୍ରାପଡାରେ ବନ୍ଦର ପ୍ରଭାବ

କେନ୍ଦ୍ରାପଡା: ତୈଳଦର ବୃଦ୍ଧି ଓ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି ପ୍ରତିବାଦରେ ବାମପନ୍ଥୀ ଦଳ ଗୁଡ଼ିକ ପକ୍ଷରୁ ଗୁରୁବାର ସକାଳ ୬ ଟାରୁ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦିଆଯାଇଥିଲା । CPI,CPIM, CPIMPL ପକ୍ଷରୁ ଏହି ବନ୍ଦ ଡାକରାକୁ କଂଗ୍ରେସ ସମର୍ଥନ ଜଣାଇଛି । କେନ୍ଦ୍ରାପଡା ଜିଲ୍ଲାର କଟକ-ଚାନ୍ଦବାଲି ରାସ୍ତା ଓ ୫୩ନଂ ଜାତୀୟ ରାଜପଥରେ ରାସ୍ତାରୋକ କରାଯାଇଥିବା ବେଳେ ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡିକରେ ପିକେଟିଂ କରାଯାଇଛି । ଅତ୍ୟାବଶ୍ୟକ ସେବା ଆମ୍ବୁଲାନ୍ସକୁ ବାଦ ଦିଆଯାଇ ଏହି ବନ୍ଦ ପାଳନ କରାଯାଇଛି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

12:46 July 15

ଓଡିଶା ବନ୍ଦ: କଟକରେ ବନ୍ଦର ପ୍ରଭାବ

କଟକରେ ବନ୍ଦର ପ୍ରଭାବ

କଟକ: ସାରା ରାଜ୍ୟରେ 6 ଘଣ୍ଟିଆ ବନ୍ଦ ପାଳନ କଲା ବାମ ପନ୍ଥୀ ଦଳ । ତୈଳ ଦର ସେଞ୍ଚୁରୀ ପାରକୁ ନେଇ ଏପରି ଆଭିମୁଖ୍ୟ ନେଇଛି ଦଳ । ତେବେ ଗୁରୁବାର ସାରା ଓଡ଼ିଶାରେ ସମେତ କଟକରେ ଆଂଶିକ ପ୍ରଭାବ ପଡିଛି । ତେବେ ଶୁଣନ୍ତୁ କଣ କହୁଛନ୍ତି ଆନ୍ଦୋଳନକାରୀ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ 

12:45 July 15

ଓଡିଶା ବନ୍ଦ: ମୋଦି ସରକାରଙ୍କୁ କଡା ଚେତାବନୀ ଦେଲେ ପିସିସି ସଭାପତି

ମୋଦି ସରକାରଙ୍କୁ କଡା ଚେତାବନୀ ଦେଲେ ପିସିସି ସଭାପତି

ଭୁବନେଶ୍ବର: ବାମଦଳର ଓଡ଼ିଶା ବନ୍ଦ ଡାକରାକୁ ସମର୍ଥନ କରିଛି କଂଗ୍ରେସ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଜନମାରଣ ନୀତି ବିରୁଦ୍ଧରେ କଂଗ୍ରେସ ଆନ୍ଦୋଳନ କରିଥିବା ବେଳେ ଏହି ଆନ୍ଦୋଳନରେ ପିସିସି ସଭାପତି ସାମିଲ ହୋଇଥିଲେ । ସଭାପତିଙ୍କ ସମେତ ବହୁ ବରିଷ୍ଠ ନେତା ଓ କର୍ମୀ ସାମିଲ ହୋଇଥିଲେ । ମାଷ୍ଟରକ୍ୟାଣ୍ଟିନ ଠାରେ ଏକ ଶୋଭାଯାତ୍ରାରେ କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତୈଳ ଦର ବିରୁଦ୍ଧରେ  ବର୍ଷିଥିଲେ ନିରଞ୍ଜନ ପଟ୍ଟନାୟକ ।  

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

12:01 July 15

ଓଡିଶା ବନ୍ଦ: ଭୁବନେଶ୍ବରରେ ବନ୍ଦ ପ୍ରଭାବ

ଭୁବନେଶ୍ବରରେ ବନ୍ଦ ପ୍ରଭାବ

ଭୁବନେଶ୍ବର: ପେଟ୍ରୋଲ, ଡିଜେଲ ସହ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀର ଦର ବୃଦ୍ଧିକୁ ନେଇ ଗୁରୁବାର ସକାଳ 6 ଟାରୁ ଦିନ 12 ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦେଇଛି ବାମ ଦଳ। ଯାହାର ପ୍ରଭାବରେ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ବନ୍ଦର ପ୍ରଭାବ ଦେଖିବାକୁ ମିଳୁଛି ।  ତେବେ ଓଡିଶା ବନ୍ଦକୁ କଂଗ୍ରେସ ସମେତ ସମାଜବାଦୀ ପାର୍ଟୀର ସମର୍ଥନ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ 

11:01 July 15

ଓଡିଶା ବନ୍ଦ: ବୌଦ୍ଧରେ ବନ୍ଦର ପ୍ରଭାବ

ବୌଦ୍ଧରେ ବନ୍ଦର ପ୍ରଭାବ

ବୌଦ୍ଧ: ଆଜି ଓଡିଶା ବନ୍ଦ । ତୈଳଦର ବୃଦ୍ଧି ପ୍ରତିବାଦରେ ସାରା ରାଜ୍ୟରେ ବାମପନ୍ଥୀ ଦଳର ବିକ୍ଷୋଭ ପ୍ରଦର୍ଶନ ଚାଲିଥିବା ବେଳେ ବୌଦ୍ଧ ଜିଲ୍ଲାରେ ମଧ୍ୟ  ଏହାର ପ୍ରଭାବ ଦେଖିବାକୁ ମିଳିଛି । ଉଭୟ ଜିଲ୍ଲା କଂଗ୍ରେସ ଓ ସିପିଆଇ ପୃଥକ ପୃଥକ ସ୍ଥାନରେ ତୈଳଦର ବୃଦ୍ଧିକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଜିଲ୍ଲା କଂଗ୍ରେସ ସଭାପତି ନବ ମିଶ୍ରଙ୍କ ନେତୃତ୍ବରେ କର୍ମୀମାନେ ବୌଦ୍ଧ ମହାନଦୀ ସେତୁ ଛକ ନିକଟରେ ଗାଡିମୋଟର ଚଳାଚଳ ବନ୍ଦ କରାଯାଇଛି । ସେହିପରି ଏନଏସି ଛକ ଠାରେ ଜିଲ୍ଲା ସିପିଆଇ ସାଧାରଣ ସମ୍ପାଦକ ଅବକାଶ ସାହୁଙ୍କ ନେତୃତ୍ବରେ ସିପିଆଇ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।  

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

11:00 July 15

ଓଡିଶା ବନ୍ଦ: ଓଡ଼ିଶା ବନ୍ଦକୁ କଂଗ୍ରେସର ସମର୍ଥନ

ଓଡ଼ିଶା ବନ୍ଦକୁ କଂଗ୍ରେସର ସମର୍ଥନ

ଭୁବନେଶ୍ବର: ବାମଦଳର ଓଡ଼ିଶା ବନ୍ଦ ଡାକରାକୁ ସମର୍ଥନ କରିଛି କଂଗ୍ରେସ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନମାରଣ ନୀତି ବିରୁଦ୍ଧରେ ସିପିଆଇ, ସିପିଆଇ (ଏମ), ସିପିଆଇ ( ଏମ୍‌ଏଲ ) ଲିବରେସନ, ଫରୱାର୍ଡ଼ ବ୍ଲକ ପ୍ରମୁଖ ୪ଟି ବାମ ଦଳ ପକ୍ଷରୁ ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିବା ବେଳେ ମାଷ୍ଟର କ୍ୟାଣ୍ଟିନ ଠାରେ କଂଗ୍ରେସ ବରିଷ୍ଠ ନେତା ସୁର ରାଉତ ରାୟଙ୍କ ସମେତ ଅନେକ କଂଗ୍ରେସ ନେତା ବନ୍ଦ ଡାକରାରେ ସାମିଲ ହୋଇଛନ୍ତି । ଦରଦାମ କମାଇବା ପାଇଁ ସରକାରଙ୍କୁ ଚେତାବନୀ ଦେଇଛନ୍ତି ସୁର । ଯଦି ଆଗାମୀ ଦିନରେ କୌଣସି ପରିବର୍ତ୍ତନ ନଆସେ ତେବେ ଆଗକୁ ଆନ୍ଦୋଳନ ଜୋରଦାର ହେବ ବୋଲି କହିଛି କଂଗ୍ରେସ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

10:23 July 15

ମୟୂରଭଞ୍ଜରେ ଦେଖନ୍ତୁ ବନ୍ଦର ପ୍ରଭାବ

ମୟୂରଭଞ୍ଜରେ ଦେଖନ୍ତୁ ବନ୍ଦର ପ୍ରଭାବ

ବାରିପଦା: ତୈଳ ଦର ଓ ଅତ୍ୟାବଶ୍ୟକ ସାମଗ୍ରୀ ଦରବୃଦ୍ଧି ପ୍ରତିବାଦରେ ବାମଦଳ ପକ୍ଷରୁ ୬ ଘଣ୍ଟିଆ ଓଡିଶା ବନ୍ଦ ଡାକରା ଦିଆଯାଇଛି । ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦା ସମତେ ଜିଲ୍ଲାର ବିଭିନ୍ନ ବ୍ଲକରେ ବନ୍ଦର ଆଂଶିକ ପ୍ରଭାବ ଦେଖିବାକୁ ମିଳିଛି । କଂଗ୍ରେସ, ସମାଜବାଦୀ ପାର୍ଟି, ଆମ ଆଦମୀ ପାର୍ଟି, ସିପିଆଇ ସହ ଏସୟୁସିଆଇ(ସି) ପକ୍ଷରୁ ଏହାକୁ ସମର୍ଥନ କରି ବନ୍ଦ କରାଯାଇଛି । ମୟୂରଭଞ୍ଜ ଜିଲ୍ଲା ସିପିଆଇ ପକ୍ଷରୁ ୧୮ ନମ୍ବର ଜାତୀୟ ରାଜପଥରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଟାୟାର ଜାଳି ଗାଡି ମୋଟର ବନ୍ଦ କରାଯାଇଛି । ତେବେ ବାରିପଦା ସହରରେ ଅଧିକାଂଶ ଦୋକାନ ବଜାର ଖୋଲା ରହିଛି। ଅନ୍ୟପକ୍ଷରେ ସହର ରେ ସରକାରୀ କାର୍ଯ୍ୟାଳୟ ସବୁ ବନ୍ଦ ରହିଛି।  

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

09:46 July 15

ଓଡିଶା ବନ୍ଦ: ମାଷ୍ଟର କ୍ୟାଣ୍ଟିନ ଛକରେ ବାମ ଦଳର ବିକ୍ଷୋଭ

ମାଷ୍ଟର କ୍ୟାଣ୍ଟିନ ଛକରେ ବାମ ଦଳର ବିକ୍ଷୋଭ

ଭୁବନେଶ୍ବର: ଆଜି ଓଡିଶା ବନ୍ଦ । ପେଟ୍ରୋଲ, ଡିଜେଲ ସହ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀର ଦର ବୃଦ୍ଧିକୁ ନେଇ ଗୁରୁବାର ସକାଳ 6 ଟାରୁ ଦିନ 12 ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦେଇଛି ବାମପନ୍ଥୀ ଦଳ । ଯାହାର ପ୍ରଭାବରେ ଭୁବନେଶ୍ବରର ମାଷ୍ଟର କ୍ୟାଣ୍ଟିନ ଛକ ଠାରେ ସକାଳ 6 ଟାରୁ ଦୁଇ ବାମ ଦଳ ତରଫରୁ ଶାନ୍ତିପୂର୍ଣ୍ଣ ଭାବରେ ଆନ୍ଦୋଳନ କରାଯାଉଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ 

09:34 July 15

ଓଡ଼ିଶା ବନ୍ଦ: କେନ୍ଦୁଝରରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ

କେନ୍ଦୁଝରରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ

କେନ୍ଦୁଝର: ତୈଳ ଦର ବୃଦ୍ଧି ପ୍ରତିବାଦରେ କେନ୍ଦୁଝର ଜିଲ୍ଲାରେ ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ ଆରମ୍ଭ ହୋଇଛି । ଜିଲ୍ଲା ମୁଖ୍ୟାଳୟରେ ବାମପନ୍ଥୀ ଦଳ ପକ୍ଷରୁ ଗାନ୍ଧୀ ଛକ ଠାରେ NH-୪୯ କୁ ଅବରୋଧ କରାଯାଇଛି । ପତାକା ଓ ବ୍ୟାନର ଧରି କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ କରୁଥିବା ଏହି ଆନ୍ଦୋଳନକୁ କଂଗ୍ରେସ ସମର୍ଥନ କରୁଛି । ରାସ୍ତାରେ ଶହ ଶହ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି । ସେହିପରି ଗୁରୁବାର ସକାଳୁ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଛୋଟ ଛୋଟ ଗାଡି ଚଳାଚଳ ସ୍ବାଭାବିକ ଅଛି । ଜିଲ୍ଲାର ସବୁ ସ୍ଥାନରେ ଏହି ବନ୍ଦର ପ୍ରଭାବ ଦେଖାଦେଇଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ 

09:24 July 15

ଓଡିଶା ବନ୍ଦ: ଭଦ୍ରକରେ ଦେଖନ୍ତୁ ବନ୍ଦ ପ୍ରଭାବ

ଓଡିଶା ବନ୍ଦ: ଭଦ୍ରକରେ ଦେଖନ୍ତୁ ବନ୍ଦ ପ୍ରଭାବ

ଭଦ୍ରକ: ତୈଳ ଦର ବୃଦ୍ଧି ପ୍ରତିବାଦରେ 6 ଘଣ୍ଟିଆ ଓଡିଶା ବନ୍ଦ ଡାକରା ଦେଇଛନ୍ତି ବିଭିନ୍ନ ବାମପନ୍ଥୀ ଦଳ । ଏହି ବନ୍ଦର ପ୍ରଭାବ ଭଦ୍ରକରେ ପରିଲକ୍ଷିତ ହୋଇଛି । ସିପିଏମ, ସିପିଆଇଏମଏଲ, ସିଟୁ ଭଳି ବହୁ ବାମପନ୍ଥୀ ଦଳ ବନ୍ଦ ଡାକରାରେ ସାମିଲ ହୋଇଛନ୍ତି । ଶ୍ରମିକ ନେତାଙ୍କ ନେତୃତ୍ବରେ ଭଦ୍ରକ ସହରରେ ପିକେଟିଂ କରାଯାଇଛି । ଭଦ୍ରକ ସହର ବନ୍ତ ଛକ, ଅପର୍ତ୍ତିବିନ୍ଧା ଛକ ସହ 16 ନମ୍ବର ଜାତୀୟ ରାଜପଥ ରେ ରାସ୍ତା ଅବରୋଧ କରାଯାଇଛି । ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି ।  

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ 

07:05 July 15

6 ଘଣ୍ଟିଆ ଓଡିଶା ବନ୍ଦ

ଭୁବନେଶ୍ବର: ଆଜି 6 ଘଣ୍ଟିଆ ଓଡିଶା ବନ୍ଦ । ପେଟ୍ରୋଲ, ଡିଜେଲ ସହ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀର ଦର ବୃଦ୍ଧିକୁ ନେଇ ଗୁରୁବାର ସକାଳ 6 ଟାରୁ ଦିନ 12 ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦେଇଛି ବାମ ଦଳ । ଯାହାର ପ୍ରଭାବରେ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଲାନି ।  ତେବେ ଓଡିଶା ବନ୍ଦକୁ କଂଗ୍ରେସ ସମେତ ସମାଜବାଦୀ ପାର୍ଟୀର ସମର୍ଥନ ମିଳିଛି ।  

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ 

Last Updated : Jul 15, 2021, 7:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.