ଭୁବନେଶ୍ବର: ଶୁକ୍ରବାର ଠୁ ଲାଗୁ ହେବ ଲକଡାଉନ ଅର୍ଡର । ଜୁଲାଇ 31 ଯାଏଁ ଏହା ବଳବତ୍ତର ରହିବ । ତେବେ ଏହି ସମୟରେ ସରକାରୀ ଅଫିସ ଏବଂ ଜରୁରୀକାଳୀନ ସେବା ଯୋଗାଣକାରୀ ସଂସ୍ଥା ଖୋଲା ରହିବ । ଚାରୋଟି ଜିଲ୍ଲା ସମେତ ରାଉରକେଲା ମ୍ୟୁନିସିପାଲିଟି କର୍ପୋରେସନର 14 ଦିନିଆ ଲକଡାଉନ ନେଇ ସରକାରୀ ନିର୍ଦ୍ଦେଶ । ଖୋର୍ଦ୍ଧା, ଗଞ୍ଜାମ, ଯାଜପୁର, କଟକ ଜିଲ୍ଲାରେ ଲକଡାଉନ୍ । ଶୁକ୍ରବାର ରାତି ୯ ଟାରୁ ଆରମ୍ଭ ହୋଇ ଜୁଲାଇ ୩୧ ମଧ୍ୟରାତ୍ରି ପର୍ଯ୍ୟନ୍ତ ରହିବ। ସକାଳ ୬ ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ରାସନ, କ୍ଷୀର ଓ ପରିବା ଦୋକାନ ଖୋଲା।

ଏହାସହ ବିଜୁଳି, ପାଣି ଯୋଗାଣ ଚାଲୁ ରହିବ । ପନିପରିବା, କ୍ଷୀର ଯୋଗାଣ ଜାରି ରହିବ । ଜମାଟୋ, ସ୍ବିଗି ଜରିଆରେ ହୋମ ଡେଲିଭରି ହୋଇପାରିବ । ହୋମ ଡେଲିଭରି ଜରିଆରେ ମାଛ, ମାଂସ, ଯୋଗାଣ ହୋଇପାରିବ । କୃଷିକାର୍ଯ୍ୟ ଚାଲୁ ରହିବ । ପେଟ୍ରୋଲ ପମ୍ପ ମଧ୍ୟ ଖୋଲା ରହିବ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ