ଭୁବନେଶ୍ବର: ଓଡ଼ିଶାରେ ଅନଲାଇନରେ ମିଳିବ ମଦ । ଆଉ କାଉଣ୍ଟର ସାମ୍ନାରେ ଅଧିକ ସମୟ ଛିଡା ହେବାକୁ ପଡ଼ିବ ନାହିଁ କିମ୍ବା ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡିବ ନାହିଁ। ରାଜ୍ୟ ସରକାର ନେଇଛନ୍ତି ଏହି ନିଷ୍ପତ୍ତି ।
ଆସନ୍ତାକାଲି ଠୁ ଅନଲାଇନ ଯୋଗେ ମିଳିବ ମଦ। ଏଥିସହିତ ମଦରେ ସ୍ପେସିଆଲ କୋଭିଡ ଫି ଲାଗୁ ହୋଇ ଦର ମଧ୍ୟ ବୃଦ୍ଧି ହୋଇଛି । ବିଦେଶୀ ମଦ ସହ ବିୟର ଦାମ MRP ଉପରେ 50 ପ୍ରତିଶତ ବୃଦ୍ଧି ହୋଇଛି । ଏ ବାବଦକୁ ଆସିବାକୁ ଥିବା ରାଜସ୍ବ କୋଭିଡ ଚିକିତ୍ସା ପାଇଁ ଖର୍ଚ୍ଚ ହେବ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ