ETV Bharat / city

‘ଲକଡାଉନ ନିୟମ କୋହଳରେ ମଦ ଦୋକାନ ଖୋଲିବା ନିଷ୍ପତ୍ତି ଦୁର୍ଭାଗ୍ୟଜନକ’

author img

By

Published : May 2, 2020, 11:25 PM IST

Updated : May 3, 2020, 10:11 AM IST

ଏବେ ସରକାର କେତେକ କୋହଳ ଘୋଷଣା କରିଥିବା ବେଳେ ରାଜ୍ୟରେ ମଦ ବିକ୍ରି ପାଇଁ ଅନୁମତି ଦେଇଛନ୍ତି। ଏହା ଅତ୍ୟନ୍ତ ଦୁଃଖଦାୟକ ଓ ଆଶ୍ଚର୍ଯ୍ୟଜନକ ନିଷ୍ପତି ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

lockdown ease in odisha, liquor shop to reopen in odisha, corona in odisha, corona lockdown update in odisha, pcc president niranjan pattnaik, ରାଜ୍ୟରେ ଲକଡାଉନ ନିୟମ କୋହଳ, ରାଜ୍ୟରେ ଖୋଲିବ ମଦ ଦୋକାନ, ଓଡିଶାରେ କୋରୋନା, ଓଡିଶାରେ କୋରୋନା ଲକଡାଉନ ଅପଡେଟ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ
‘ଲକଡାଉନ ନିୟମ କୋହଳରେ ମଦ ଦୋକାନ ଖୋଲିବା ନିଷ୍ପତ୍ତି ଦୁର୍ଭାଗ୍ୟଜନକ’

ଭୁବନେଶ୍ବର: ତାଲାବନ୍ଦ ସମୟରେ ସରକାର ଲାଗୁ କରିଥିବା ସମସ୍ତ କଟକଣା ଯେତେ କଷ୍ଟକର ହେଲେ ମଧ୍ୟ ଜନସାଧାରଣ ଅନୁପାଳନ କରି ଆସୁଛନ୍ତି । ଏବେ ସରକାର କେତେକ କୋହଳ ଘୋଷଣା କରିଥିବା ବେଳେ ରାଜ୍ୟରେ ମଦ ବିକ୍ରି ପାଇଁ ଅନୁମତି ଦେଇଛନ୍ତି । ଏହା ଅତ୍ୟନ୍ତ ଦୁଃଖଦାୟକ ଓ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ବାରମ୍ବାର କହି ଆସୁଛନ୍ତି ଯେ ମଦ୍ୟପାନ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଏ ନାହିଁ । ବରଂ ଏହା ଶରୀରକୁ ରୋଗାଗ୍ରସ୍ତ କରିବାରେ ସାହାଯ୍ୟ କରେ । ତଥାପି ଯେଉଁଠାରେ ଚାହା ଦୋକାନ ଖୋଲିବା ମନା, ସେଠାରେ ସରକାର କାହା ଚାପରେ ଏପରି ଦୁର୍ଭାଗ୍ୟଜନକ ନିଷ୍ପତ୍ତି ନେଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ନିରଞ୍ଜନ । ତାଲାବନ୍ଦ ଯୋଗୁଁ ଅନେକ କ୍ଷେତ୍ରରେ ରାଜସ୍ବ ହରାଉଥିବା ବେଳେ ଅବକାରୀ ରାଜସ୍ବ ବୃଦ୍ଧି ପାଇଁ ନା କିଛି ନିର୍ଦ୍ଧିଷ୍ଟ ଲୋକଙ୍କ ସ୍ବାର୍ଥ ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି, ତାହା ରାଜ୍ୟବାସୀ ଜାଣିବା ଦରକାର ବୋଲି ସେ କହିଛନ୍ତି ।

ତେବେ ଏହି ତାଲାବନ୍ଦ ସମୟରେ ଜୀବନଧାରଣକୁ ଶୃଙ୍ଖଳିତ କରିବା ପାଇଁ ସରକାର ତୁରନ୍ତ ଏହି ଘୋଷଣା ପ୍ରତ୍ୟାହାର କରନ୍ତୁ ବୋଲି ଶନିବାର ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରକାଶ କରିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ ଓ ତପନ ଦାସ, ଇଟିଭି ଭାରତ

Last Updated : May 3, 2020, 10:11 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.