ETV Bharat / city

ଲିଙ୍ଗରାଜ ମନ୍ଦିରରେ NMA ପ୍ରସଙ୍ଗ; 24 ଘଣ୍ଟାର ମହଲତ ଦେଲା ସେବାୟତ ନିଯୋଗ - NMA Heritage Bylaws

NMA ପ୍ରସ୍ତାବିତ ଅଧିନିୟମ ଲିଙ୍ଗରାଜ ମନ୍ଦିରରୁ 24 ଘଣ୍ଟା ଭିତରେ ପ୍ରତ୍ୟାହାର ଦାବି କରି ସେବାୟତ ନିଯୋଗ 24 ଘଣ୍ଟାର ମହଲତ ଦେଇଛି। ଅଧିକ ପଢନ୍ତୁ...

ଲିଙ୍ଗରାଜ ମନ୍ଦିରରେ NMA ପ୍ରସଙ୍ଗ; 24 ଘଣ୍ଟାର ମହଲତ ଦେଲା ସେବାୟତ ନିଯୋଗ

author img

By

Published : Feb 12, 2021, 1:06 PM IST

ଭୁବନେଶ୍ବର: ଜାତୀୟ ସ୍ମାରକ ପ୍ରାଧିକାରଣ ବା NMA ପ୍ରସ୍ତାବିତ ଅଧିନିୟମ ଲିଙ୍ଗରାଜ ମନ୍ଦିରରୁ 24 ଘଣ୍ଟା ଭିତରେ ପ୍ରତ୍ୟାହାର ଦାବି। ଏନେଇ ମନ୍ଦିର 4 ସେବାୟତ ନିଯୋଗ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଡକାଯାଇଛି।

ଲିଙ୍ଗରାଜ ମନ୍ଦିରରେ NMA ପ୍ରସଙ୍ଗ; 24 ଘଣ୍ଟାର ମହଲତ ଦେଲା ସେବାୟତ ନିଯୋଗ

କେନ୍ଦ୍ର ସରକାର ଲିଙ୍ଗରାଜ ମନ୍ଦିର ନେଇ ଏକ ଷଡଯନ୍ତ୍ର କରୁଛନ୍ତି ବୋଲି ଅଭିଯୋଗ କରିଛି ସେବାୟତ ନିଯୋଗ। ଏହି ସାମ୍ବାଦିକ ସମ୍ମିଳନୀରେ ବଡୁ ନିଯୋଗ,ପୂଜାପଣ୍ଡା ନିଯୋଗ,ବ୍ରାହ୍ମଣ ନିଯୋଗ ସାମ୍ବାଦିକ ସାମିଲ ହୋଇଥିଲେ।

24 ଘଣ୍ଟାର ମହଲତ ଦେଲା ସେବାୟତ ନିଯୋଗ, ନଚେତ ଆନ୍ଦୋଳନ ଜୋରଦାର ହେବ। ପୁରୀ ଶ୍ରୀମନ୍ଦିର ଅର୍ଡର କ୍ୟାନ୍ସଲ ହେଲା ସେଇ ଗୋଟିଏ ଅର୍ଡର ରେ ଲିଙ୍ଗରାଜ ମନ୍ଦିର କେମିତି ନହେବ ବୋଲି ପ୍ରଶ୍ନ କରିଛନ୍ତି ସେବାୟତ।

ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ଼ର ସଭାପତି ତଥା ଖୋର୍ଦ୍ଧା ଜିଲ୍ଲାପାଳ ଏନଏମଏ ସଦସ୍ୟ ସଚିବଙ୍କୁ ପତ୍ର ଲେଖୁ ବୋଲି କୁହାଯାଇଛି। ଏହାସହ ମନ୍ଦିର ସେବାୟତ ଶ୍ରଦ୍ଧାଳୁ ଓ ଭଗବାନଙ୍କୁ ଧାର୍ମିକ ଭାବନାକୁ ଲକ୍ଷରେ ରଖି ଏହି ବିଜ୍ଞପ୍ତି ପ୍ରତ୍ୟାହାର ଲାଗି ଅନୁରୋଧ କରିଛନ୍ତି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.