ଭୁବନେଶ୍ବର: ପୁରୀ ଜଗନ୍ନାଥ ମନ୍ଦିର ଭଳି ଲିଙ୍ଗରାଜ ମନ୍ଦିରର ଚାରିପାଖରୁ ହଟିବ ଜବରଦଖଲ । ଏନେଇ ଖୁବଶୀଘ୍ର ସ୍ବତନ୍ତ୍ର ଆଇନ ଆସିବ ବୋଲି ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି । ତେବେ ମନ୍ଦିରମାଳିନୀ ସହର ଭୁବନେଶ୍ବରର ଐତିହ୍ୟ ଓ ପରମ୍ପରାର ସୁରକ୍ଷା ପାଇଁ ଏପରି ପଦକ୍ଷେପ ନିଆଯିଵ ।
ପୁରୀ ଜଗନ୍ନାଥ ମନ୍ଦିର ଭଳି ପ୍ରଭୁ ଲିଙ୍ଗରାଜ ମନ୍ଦିରର ଚତୁଃପାର୍ଶ୍ବର ସୌନ୍ଦର୍ଯ୍ୟକରଣ ଆବଶ୍ୟକ । ଏନେଇ ସମ୍ପୂର୍ଣ୍ଣ ଡିଜାଇନ ପ୍ରସ୍ତୁତ ହେଉଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ଅପେକ୍ଷା । ଖୁବଶୀଘ୍ର ଏନେଇ ପ୍ୟାକେଜ ଘୋଷଣା କରିବେ ରାଜ୍ୟ ମୁଖିଆ । ସେବାୟତଙ୍କ ସ୍ଵାର୍ଥ ସହ ରୀତିନୀତି ପ୍ରତି ସମ୍ପୂର୍ଣ୍ଣ ଗୁରୁତ୍ବ ଦିଆଯିବ। ମନ୍ଦିରକୁ ବିଶ୍ଵ ପ୍ରସିଦ୍ଧ ଓ ଯାତ୍ରୀଙ୍କ ସୁବିଧା ପାଇଁ ସ୍ଵତନ୍ତ୍ର ଆଇନ ଆଣିବା ପାଇଁ ଆଇନ ମନ୍ତ୍ରୀ ମଧ୍ୟ କାର୍ଯ୍ୟ ଆରମ୍ଭ କରିଛନ୍ତି । ଏ ବିଷୟରେ ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ପଣ୍ଡା ପ୍ରତିକ୍ରିୟା ଦେଇ କହିଛନ୍ତି।
ଭୁବନେଶ୍ବରରୁ ତପନ ଦାସ,ଇଟିଭି ଭାରତ