ETV Bharat / city

ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ - lingaraj temple

lingaraj temple
ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ
author img

By

Published : Apr 1, 2020, 9:59 AM IST

Updated : Apr 1, 2020, 10:14 AM IST

09:55 April 01

ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ

ଭୁବନେଶ୍ବର: ବନ୍ଦ ହେଲା ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି । ରୁକୁଣା ରଥଯାତ୍ରା ଶେଷ ମୁହୂର୍ତ୍ତରେ ବାତିଲ ହେବାରୁ ଲିଙ୍ଗରାଜ ମନ୍ଦିର ସେବାୟତ ମାନେ ପ୍ରଭୁଙ୍କ ନୀତିକାନ୍ତି, ପୂଜା ବିଧିରେ ଅସହଯୋଗ କରିଛନ୍ତି । ଅନିର୍ଦ୍ଦିଷ୍ଟ କାଳ ପାଇଁ ପ୍ରଭୁଙ୍କ ନୀତିକାନ୍ତି ବନ୍ଦ ରଖିଛନ୍ତି ।  

କୋରୋନା ମହାମାରୀ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ରୁକୁଣା ରଥଯାତ୍ରାକୁ ବାତିଲ କରାଯାଇଛି । ତେବେ ଏହାକୁ ବିରୋଧ କରି ସେବାୟତମାନେ ପ୍ରଭୁଙ୍କ ନୀତିକାନ୍ତିକୁ ବନ୍ଦ କରିଦେଇଛନ୍ତି । ସୂଚନାଥାଉକି, କୋରୋନା ଲାଗି ହେଉଥିବା ଲକ୍‌ଡାଉନ୍‌ କଟକଣା ଲାଗି ପ୍ରଶାସନ ରଥଯାତ୍ରାକୁ ସ୍ଥଗିତ ରଖିଛନ୍ତି ।  

ତେବେ ଗୋଟିଏ ବର୍ଷ ରଥଟଣା ବନ୍ଦ ହେଲେ 12 ବର୍ଷ ବନ୍ଦ ହେବାର ଯେଉଁ ନୀତି ରହିଛି ସେଥିପାଇଁ ମନ୍ଦିର ସେବାୟତ ଅସହଯୋଗ କରିଥାଇପାରନ୍ତି ବୋଲି ସୂଚନା ମିଳିଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : Apr 1, 2020, 10:14 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.