ETV Bharat / city

Lingaraj Temple Ordinance: କେନ୍ଦ୍ରର ପଦକ୍ଷେପ ପରେ BJD-BJP କାଦୁଅଫିଙ୍ଗା, କଂଗ୍ରେସ କହିଲା ମହାପ୍ରଭୁଙ୍କୁ ଶସ୍ତା କରନି

author img

By

Published : Apr 6, 2022, 5:22 PM IST

Updated : Apr 6, 2022, 7:25 PM IST

ଲିଙ୍ଗରାଜ ମନ୍ଦିର ସ୍ବତନ୍ତ୍ର ଆଇନ ସଂକ୍ରାନ୍ତ ଅଧ୍ୟାଦେଶ ପ୍ରସଙ୍ଗ । ରାଜ୍ୟପାଳଙ୍କୁ ଅବଗତ କରିଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ସ୍ପଷ୍ଟିକରଣ ଦେବା ଲାଗି ମୁଖ୍ୟ ସଚିବଙ୍କୁ ରାଜଭାବନରୁ ନିର୍ଦ୍ଦେଶ ପରେ ତେଜୁଛି ରାଜନୀତି । ବିଜେପି କହିଲା ଯାହା ହେଉଛି ଆଇନ ଭିତରେ ହେଉ । ବିଜେଡି କହିଲା କାହିଁକି ଏକାମ୍ର କ୍ଷେତ୍ରକୁ ବିରୋଧ । କଂଗ୍ରେସ ରଖିଲା ମତ । ଅଧିକ ପଢନ୍ତୁ

ଲିଙ୍ଗରାଜଙ୍କ ଅଧ୍ୟାଦେଶକୁ ନେଇ କେନ୍ଦ୍ରର ପଦକ୍ଷେପ ପରେ ବିଜେଡି ବିଜେପି ଆରୋପ ପ୍ରତ୍ୟାରୋପ

ଭୁବନେଶ୍ବର: ଲିଙ୍ଗରାଜ ମନ୍ଦିର ସ୍ବତନ୍ତ୍ର ଆଇନ ସଂକ୍ରାନ୍ତ ଅଧ୍ୟାଦେଶ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ପଦକ୍ଷେପ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ନେତା ବାବୁ ସିଂ । ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ବାବୁ କହିଛନ୍ତି ପୁରୁଣା ସଂସ୍କୃତି ପରମ୍ପରା ଭାଙ୍ଗିବାରେ ରାଜ୍ୟ ସରକାର ପ୍ରତିଶୃତିବଦ୍ଧ । ନୀତି ନିୟମ ଭିତରେ କାର୍ଯ୍ୟ କରିବା ପାଇଁ କେନ୍ଦ୍ର ସରକାର ଆଦେଶ ଦେଇଛନ୍ତି । ସେଥିପାଇଁ ଏହି ଅଧ୍ୟାଦେଶକୁ ଫେରାଇ ଦେଇଛନ୍ତି । ରାଜ୍ୟ ସରକାରଙ୍କୁ ଆମେ ଚେତାଇ ଦେଉଛୁ, ଆପଣଙ୍କ ପାଖରେ ଭୋଟ, ବିଧାୟକ ଅଧିକ ଥାଇପାରନ୍ତି । କିନ୍ତୁ ନୀତି ନିୟମକୁ ଜଳାଞ୍ଜଳି ଦେଇ ଏଭଳି କିଛି କାମ କରନ୍ତୁ ନାହିଁ । ଯାହା ପାଇଁ ଆଗାମୀ ପିଢି ଆପଣଙ୍କୁ କେବେ କ୍ଷମା ଦେବ ନାହିଁ ବୋଲି ବାବୁ କହିଛନ୍ତି ।

ସେପଟେ ମନ୍ତ୍ରୀ ଅଶୋକ ପଣ୍ଡା କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି କହିଛନ୍ତି କାଶୀ ବିଶ୍ବନାଥ, ସୋମନାଥ ଓ କେଦାରନାଥ ପାଇଁ ଅଲଗା ଆଇନ । ଆଉ ଏକାମ୍ର କ୍ଷେତ୍ର ପାଇଁ ଆଉ ଗୋଟିଏ ଆଇନ । ସେଠି ଗୋଟିଏ ମାପକାଠି ଏବଂ ଲିଙ୍ଗରାଜଙ୍କ ପାଇଁ ଆଉ ଏକ ମାପକାଠି କାହିଁକି ବୋଲି ପ୍ରଶ୍ନ ଉଠାଇଛନ୍ତି ମନ୍ତ୍ରୀ ପଣ୍ଡା । ସେହିପରି ମନ୍ତ୍ରୀ କହିଛନ୍ତି ଲିଙ୍ଗରାଜଙ୍କ ଅଧ୍ୟାଦେଶ ନେଇ ଦୁଇଥର ଭିଡିଓ କନ୍ଫରେନ୍ସିଂ ଜରିଆରେ ସ୍ପଷ୍ଟୀକରଣ ଦିଆଯାଇଛି । ଆଉଥରେ ପଚାରିଥିଲେ ଦିଆଯାଇଥାନ୍ତା । ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରିପାରିଥାନ୍ତେ । ହେଲେ ଅଧ୍ୟାଦେଶ ଉପରେ ରୋକ ଲଗାଇବା ଓଡିଆଙ୍କ ଭାବାବେଗକୁ କୁଠାରଘାତ କରିଛି ବୋଲି କହିଛନ୍ତି ।

କେନ୍ଦ୍ରର ପଦକ୍ଷେପ ପରେ BJD-BJP କାଦୁଅଫିଙ୍ଗା, କଂଗ୍ରେସ କହିଲା ମହାପ୍ରଭୁଙ୍କୁ ଶସ୍ତା କରନି

ଅନ୍ୟପଟେ ଅଧ୍ୟାଦେଶ ବିବାଦ ନେଇ ବର୍ଷିଲେ କଂଗ୍ରେସ ବିଧାୟକ ସୁର ରାଉତରାୟ । ଲିଙ୍ଗରାଜଙ୍କୁ କାହିଁକି ଏତେ ଶସ୍ତା କରୁଛ ସରକାର ବୋଲି ପଚାରିଛନ୍ତି ସୁର ? ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରିକ୍ରମା ପ୍ରକଳ୍ପ କୁ ନେଇ ବିଧାନସଭା ଠାରୁ ଆରମ୍ଭ କରି ସଂସଦ ରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ତେବେ ଏହାକୁ ସହଜରେ ଗ୍ରହଣ କରି ପାରିନି କଂଗ୍ରେସ। କଂଗ୍ରେସ ନେତା ସୁର ରାଉତରାୟ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଭବାନୀ ଶଙ୍କର ଦାସ ଓ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : Apr 6, 2022, 7:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.