ଭୁବନେଶ୍ୱର: ଜାତୀୟ ପ୍ରାଧିକରଣ ବା ଏନଏମଏକୁ କଡା ବିରୋଧ ଦେଖିବାକୁ ମିଳିଛି । ଏନଏମଏ ପ୍ରସଙ୍ଗରେ ଲିଙ୍ଗରାଜ ମନ୍ଦିରର ସାମ୍ନାରେ ସେବାୟତ ମାନେ ପ୍ରତିବାଦ କରିଛନ୍ତି । ଲିଙ୍ଗରାଜ ମନ୍ଦିରର ୩୦୦ ମିଟର ନିୟନ୍ତ୍ରିତ ଅଞ୍ଚଳ କଟକଣା ପ୍ରତ୍ୟାହାର ଦାବି କରିଛନ୍ତି ସେବାୟତ ମାନେ । ଏହାକୁ ନେଇ ଜାତୀୟ ସ୍ମାରକ ପ୍ରାଧିକରଣ ବା ଏନଏମଏ(NMA) ଚିଠା ପ୍ରସ୍ତାବ ଦେଇଛି ।
ତେଣୁ, ଏହାକୁ ପ୍ରତ୍ୟାହାର ଦାବିରେ ସେବାୟତ ମାନେ ପ୍ରତିବାଦ କରିଛନ୍ତି । ଏହା ସେବାୟତନଙ୍କ ସ୍ୱାଭିମାନ ପ୍ରତି କୁଠାରଘାତ ବୋଲି ସେମାନେ କହିଛନ୍ତି । ତେଣୁ ସେମାନଙ୍କ ସୁରକ୍ଷା ଦାବି କରିଛନ୍ତି ସେବାୟତମାନେ । ନହେଲେ ଆଗକୁ ଆନ୍ଦୋଳନ ଜୋରଦାର କରିବାକୁ ଧମକ ଦେଇଛି ସେବାୟତ ସଂଘ ।
ପୁରୀ ଶ୍ରୀମନ୍ଦିରରେ ଏନଏମଏ ଅଧିନିୟମ ନେଇ ମଧ୍ୟ ପୁରୀ ଶ୍ରୀମନ୍ଦିର ସେବାୟତଙ୍କ ପକ୍ଷରୁ ଏହି ନିୟମ ପ୍ରତ୍ୟାହାର ପାଇଁ ବିକ୍ଷୋଭ ପଦର୍ଶନ କରାଯାଇଥିଲା । ଏପରିକି ନୂଆ ଅଧିନିୟମ ବିରୋଧରେ ସୁପ୍ରିମକୋର୍ଟ ଯିବା ନେଇ ଧମକ ଦେଇଛନ୍ତି ସେବାୟତ ସମିତି ।
ଭୁବନେଶ୍ୱରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ