ଭୁବନେଶ୍ବର: କଟକଣା ମଧ୍ୟରେ ଅନୁଷ୍ଠିତ ହେବ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ବିବାହ ଉତ୍ସବ । ଚଳିତ ବର୍ଷ କୋଭିଡ ସଂକ୍ରମଣ ଥିବାରୁ ମହାପ୍ରଭୁ ଲିଙ୍ଗରାଜ ଓ ଦେବୀ ପାର୍ବତୀଙ୍କଙ୍କ ବିବାହ ଉତ୍ସବ କେଦାରଗୌରୀ ମନ୍ଦିରରେ କଟକଣା ମଧ୍ୟରେ ପାଳନ କରାଯିବ।
୧୫ ତାରିଖରୁ ୧୬ ତାରିଖ ମଧ୍ୟରେ ଦେବ ଦମ୍ପତିଙ୍କ ବିବାହ ଅନୁଷ୍ଠିତ ହେବ । ସର୍ବାଧିକ ୭ ଜଣ ସେବାୟତ ଏହି ବିବାହ ଉତ୍ସବରେ ବିବାହ କାର୍ଯ୍ୟ କରିବେ । ୧୫ ତାରିଖ ରାତି ୧୧ ଟାରେ ଲିଙ୍ଗରାଜ କେଦାରଗୌରୀ ଅଭିମୁଖେ ବାହାରି ୧୧ଟା୪୫ମିନିଟ ମଧ୍ୟରେ ପହଞ୍ଚିବେ। ଦେବ ବିବାହ ସମୟରେ କୋଭିଡ ନିୟମ ପାଳନ ବାଧ୍ୟତାମୂଳକ ରହିଛି। ନିରାଡ଼ମ୍ବର ସହକାରେ ଏହି ବିବାହ ଅନୁଷ୍ଠିତ ହେବ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ