ETV Bharat / city

ଏଣିକି ଶିଶୁ ଓ ମହିଳାଙ୍କୁ ମିଳିବ ଚୁନା ମାଛ

ସମନ୍ବିତ ଶିଶୁ ବିକାଶ ଯୋଜନା ଅଧୀନରେ ଅଙ୍ଗନବାଡ଼ି କେନ୍ଦ୍ରରେ ୩ରୁ ୬ ବର୍ଷ ବୟସର ଶିଶୁ, ଗର୍ଭବତୀ ଓ ପ୍ରସୂତୀ ମହିଳା ଏବଂ କିଶୋରୀମାନଙ୍କୁ ଯୋଗାଇ ଦିଆଯାଉଥିବା ପରିପୂରକ ପୁଷ୍ଟିସାଧନ ଖାଦ୍ୟ ତାଲିକାରେ ଚୂନା ମାଛକୁ ସାମିଲ କରାଯାଇଛି । ଅଧିକ ପଢ଼ନ୍ତୁ...

Lime fish will be given to children and women,  pilot project, ପରିପୂରକ ପୁଷ୍ଟିସାଧନ କାର୍ଯ୍ୟକ୍ରମ, ବୁଝାମଣାପତ୍ର ସ୍ବାକ୍ଷରିତ, ମୟୂରଭଞ୍ଜ ଜିଲ୍ଲାରେ ପାଇଲଟ୍‌ ପ୍ରକଳ୍ପ
ଏଣିକି ଶିଶୁ ଓ ମହିଳାଙ୍କୁ ମିଳିବ ଚୁନା ମାଛ
author img

By

Published : Nov 10, 2020, 9:20 PM IST

ଭୁବନେଶ୍ବର: ମୟୂରଭଞ୍ଜ ଜିଲ୍ଲାରେ ପାଇଲଟ୍‌ ପ୍ରକଳ୍ପ ଭାବେ ପରିପୂରକ ପୁଷ୍ଟିସାଧନ କାର୍ଯ୍ୟକ୍ରମରେ ଚୂନା ମାଛକୁ ସାମିଲ କରାଯିବ । ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ବିଭାଗ ଏବଂ ୱାଲର୍ଡ ଫିସ୍‌ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି ।

Lime fish will be given to children and women,  pilot project, ପରିପୂରକ ପୁଷ୍ଟିସାଧନ କାର୍ଯ୍ୟକ୍ରମ, ବୁଝାମଣାପତ୍ର ସ୍ବାକ୍ଷରିତ, ମୟୂରଭଞ୍ଜ ଜିଲ୍ଲାରେ ପାଇଲଟ୍‌ ପ୍ରକଳ୍ପ
ଏଣିକି ଶିଶୁ ଓ ମହିଳାଙ୍କୁ ମିଳିବ ଚୁନା ମାଛ

ସମନ୍ବିତ ଶିଶୁ ବିକାଶ ଯୋଜନା ଅଧୀନରେ ଅଙ୍ଗନବାଡ଼ି କେନ୍ଦ୍ରରେ ୩ରୁ ୬ ବର୍ଷ ବୟସର ଶିଶୁ, ଗର୍ଭବତୀ ଓ ପ୍ରସୂତୀ ମହିଳା ଏବଂ କିଶୋରୀମାନଙ୍କୁ ଯୋଗାଇ ଦିଆଯାଉଥିବା ପରିପୂରକ ପୁଷ୍ଟିସାଧନ ଖାଦ୍ୟ ତାଲିକାରେ ଚୂନା ମାଛକୁ ସାମିଲ କରାଯିବ । ପାଇଲଟ୍‌ ପ୍ରକଳ୍ପ ଭାବେ ମୟୂରଭଞ୍ଜ ଜିଲ୍ଲାର ୫୦ଟି ଅଙ୍ଗନବାଡ଼ି କେନ୍ଦ୍ରରେ ଏହି ଯୋଜନା ଆରମ୍ଭ କରାଯିବ । ଏଥିପାଇଁ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ଭର୍ଚୁଆଲ୍‌ ବୈଠକ ଅନୁଷ୍ଠିତ ହୋଇଥିଲା । ମଙ୍ଗଳବାର ଅପରାହ୍ନରେ ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ବିଭାଗ ଓ ମତ୍ସ୍ୟ ଉତ୍ପାଦନ, ଗବେଷଣା ଏଥିପାଇଁ ବୈଷୟିକ ଜ୍ଞାନକୌଶଳ ଯୋଗାଇ ଦେଉଥିବା ଅନ୍ତର୍ଜାତୀୟ ସଂସ୍ଥା ୱାଲର୍ଡ ଫିସ୍‌ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଯାଇଛି ।

ପୁଷ୍ଟିସାଧନ କ୍ଷେତ୍ରରେ ଓଡ଼ିଶାର ଉଲ୍ଲେଖନୀୟ ଅଗ୍ରଗତି ସଂପର୍କରେ ସିଏନ୍‌ଏନ୍‌, ନିତି ଆୟୋଗ, ଅନ୍ତର୍ଜାତୀୟ ଖାଦ୍ୟ ନୀତି ଗବେଷଣା ପ୍ରତିଷ୍ଠାନ (ଆଇଏଫ୍‌ପିଆର୍‌ଆଇ) ପ୍ରଭୃତି ଅନୁଷ୍ଠାନର ସକରାତ୍ମକ ରିପୋର୍ଟ ମିଳିଥିବାକୁ ଦୃଷ୍ଟିରେ ରଖି ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କ ୫‘ଟି’ ପଦକ୍ଷେପ ସ୍ବରୂପ ନୂତନ ଏବଂ ଅଭିନବ କାର୍ଯ୍ୟକ୍ରମ ଜରିଆରେ ଓଡ଼ିଶାକୁ ସାରା ଦେଶରେ ପୁଷ୍ଟିସାଧନ କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟର ପରିଣତ କରିବା ନିମନ୍ତେ ପ୍ରୟାସ ଜାରି ରହିଛି ।

ନ୍ୟାସନାଲ ଇନଷ୍ଟିଟ୍ୟିୁଟ ଅଫ୍‌ ନ୍ୟୁଟ୍ରିସନ୍‌, ସିଏଫ୍‌ଟିଆର୍‌ଆଇ, ଆଇସିଏମ୍‌ଆର୍‌-ଆର୍‌ଏମ୍‌ଆର୍‌ସିର ବିଶେଷଜ୍ଞମାନଙ୍କୁ ନେଇ ଗଠିତ ବୈଷୟିକ ଉପଦେଷ୍ଟା ଦଳଙ୍କ ପରାମର୍ଶ କ୍ରମେ ପରିପୂରକ ପୁଷ୍ଟିସାଧନ କାର୍ଯ୍ୟକ୍ରମରେ ମାଛକୁ ସାମିଲ କରିବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ପାଇଲଟ ପ୍ରକଳ୍ପ ସଫଳ ହେଲେ ଏହି କାର୍ଯ୍ୟକ୍ରମ ଜିଲ୍ଲାର ଅନ୍ୟ ଅଙ୍ଗନବାଡ଼ି କେନ୍ଦ୍ରକୁ ମଧ୍ୟ ପ୍ରସାରିତ କରାଯିବ । ଏହି ବୁଝାମଣାପତ୍ର ସ୍ବାକ୍ଷରର ଉଦ୍ଦେଶ୍ୟ ହେଉଛି, ଗ୍ରାମ ପଞ୍ଚାୟତ ପୋଖରୀରେ ମାଛ ଚାଷ କରୁଥିବା ମିଶନ ଶକ୍ତି ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ ପ୍ରଶିକ୍ଷଣ ଦେଇ ସକ୍ରିୟ କରିବା, ମାଛ ପ୍ରକ୍ରିୟାକରଣ ଏବଂ ବଜାର ସଂଯୋଗୀକରଣ ଯୋଗାଇବା, ପୁଷ୍ଟିସାଧନ କ୍ଷେତ୍ରରେ ମାଛର ଉପାଦେୟତା ସଂପର୍କରେ ସାମାଜିକ ଏବଂ ବ୍ୟବହାରିକ ସଚେତନତା ସୃଷ୍ଟି କରିବା, ବିଭାଗର ପୁଷ୍ଟିସାଧନ ପ୍ରବକ୍ତା ଟିକି ମାଉସୀର ସହଯୋଗରେ ବ୍ୟାପକ ପ୍ରଚାରପ୍ରସାର କରିବା ଏବଂ କାର୍ଯ୍ୟକ୍ରମରେ ସଂପୃକ୍ତ ସମସ୍ତଙ୍କ ଦ୍ବାରା ଗ୍ରହଣ କରାଯାଇଥିବା ବୈଷୟିକ ଶିକ୍ଷାକୁ ନଥିକରଣ କରିବା ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.