ETV Bharat / city

ପୁବେଇ ପବନ ପ୍ରଭାବ: ନଭେମ୍ବର ପହିଲାରୁ ପୁଣି ବର୍ଷା ସମ୍ଭାବନା - ନଭେମ୍ବର ପହିଲାରୁ ବର୍ଷା

ଉତ୍ତର ବଙ୍ଗୋପସାଗରରେ ପୁରୁବା ପବନ ଅଧିକ ଶକ୍ତିଶାଳୀ ହୋଇ ଆସନ୍ତା ନଭେମ୍ବର ପହିଲାରୁ ଉତ୍ତର ଓଡ଼ିଶାରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ସହ କୁହୁଡି ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଅଧିକ ପଢନ୍ତୁ...

ପୁବେଇ ପବନ ପ୍ରଭାବରେ ନଭେମ୍ବର ପହିଲାରୁ ବର୍ଷା

author img

By

Published : Oct 29, 2020, 3:59 PM IST

ଭୁବନେଶ୍ବର: ନଭେମ୍ବର ପହିଲାରୁ ରାଜ୍ୟରେ ବର୍ଷା ସମ୍ଭାବନା । ଉତ୍ତର ବଙ୍ଗୋପସାଗରରେ ପୁରୁବା ପବନ ଅଧିକ ଶକ୍ତିଶାଳୀ ହୋଇ ଆସନ୍ତା ନଭେମ୍ବର ପହିଲାରୁ ଉତ୍ତର ଓଡ଼ିଶାରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ସହ କୁହୁଡି ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ପୁବେଇ ପବନ ପ୍ରଭାବରେ ନଭେମ୍ବର ପହିଲାରୁ ବର୍ଷା

ସେହିପରି ନଭେମ୍ବର ୨ ତାରିଖରେ ମଧ୍ୟ ଉପକୂଳ ଓଡିଶା ସହ ମୟୂରଭଞ୍ଜରେ ମଧ୍ୟ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ତେବେ ଆସନ୍ତା ୩ ଦିନ ରାଜ୍ୟରେ ପାଗ ଶୁଖିଲା ରହିବ। ଭୁବନେଶ୍ବର ଓ କଟକ ଟ୍ବିନ ସିଟିରେ ପାଗ ଶୁଖିଲା ରହିବ । ଉଭୟ ସ୍ଥାନରେ ତାପମାତ୍ରା ୧୯ ଡିଗ୍ରୀ ରହିବ।

ଏପଟେ ଗତ ୨୪ ଘଣ୍ଟା ଭିତରେ ରାଜ୍ୟର କିଛି ଅଞ୍ଚଳରେ ତାପମାତ୍ରା ସ୍ବଭାବିକ ଠାରୁ ୨ ରୁ ୩ ଡିଗ୍ରୀ ହ୍ରାସ ପାଇଛି। ସୋନପୁରରେ ୧୩.୪ ଡିଗ୍ରୀ, ଅନୁଗୋଳରେ ୧୩.୬ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ମାଲକାନଗିରି ଏବଂ ପାରଳାଖେମୁଣ୍ଡିର ସର୍ବୋଚ୍ଚ ତାପମାତ୍ରା 35.0 ରେକର୍ଡ କରାଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.