ETV Bharat / city

ଖୁବଶୀଘ୍ର ମା’ ସମଲେଶ୍ବରୀ ପୀଠରେ ଲାଇଟ ଆଣ୍ଡ ସାଉଣ୍ଡ ଶୋ - MAA Sambaleswari temple

ଖୁବଶୀଘ୍ର ମା ସମଲେଶ୍ବରୀ ମନ୍ଦିରରେ ଲାଇଟ ଆଣ୍ଡ ସାଉଣ୍ଡ ଶୋ । ଏହାକୁ ନେଇ ଆଜି ସୂଚନା ଦେଇଛନ୍ତି ଓଟିଡିସି ଅଧକ୍ଷା ଶ୍ରୀମୟୀ ମିଶ୍ର ।

light and sound show on MAA Sambaleswari temple
ଓଟିଡିସି ପକ୍ଷରୁ ମା ସମଲେଶ୍ବରୀ ମନ୍ଦିରରେ ଲାଇଟ ଆଉ ସାଉଣ୍ଡ ଶୋ
author img

By

Published : Feb 27, 2020, 10:55 PM IST

ଭୁବନେଶ୍ବର: ଆଉ କିଛିଦିନ ପରେ ଶବ୍ଦ ଓ ଆଲୁଅ ସମାହାରରେ ଝଙ୍କୃତ ହୋଇ ଉଠିବ ମା ସମଲେଶ୍ବରୀଙ୍କ ପୀଠ । ଓଟିଡିସି ପକ୍ଷରୁ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀଙ୍କ ପୀଠରେ କୋଣାର୍କ ମନ୍ଦିରରେ ହେଉଥିବା ଲାଇଟ ଆଣ୍ଡ ସାଉଣ୍ଡ ଶୋ ଏଠାରେ ପ୍ରଦର୍ଶନ ହେବାକୁ ଯାଉଛି ।

ଓଟିଡିସି ପକ୍ଷରୁ ମା ସମଲେଶ୍ବରୀ ମନ୍ଦିରରେ ଲାଇଟ ଆଉ ସାଉଣ୍ଡ ଶୋ

ଏହାକୁ ନେଇ ଆଜି ସୂଚନା ଦେଇଛନ୍ତି ଓଟିଡିସି ଅଧକ୍ଷା ଶ୍ରୀମୟୀ ମିଶ୍ର । ସ୍ଥାନୀୟ ପାନ୍ଥନିବାସ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ଏନେଇ ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ ଟେଣ୍ଡର ପ୍ରକ୍ରିୟା ମଧ୍ୟ ସରିଛି । ତେବେ ଏଥିପାଇଁ ଏକ କାହାଣୀ ପ୍ରସ୍ତୁତ କରିବାକୁ କମିଟି ଗଠିତ ହୋଇ ସାରିଛି । ଯଥାଶୀଘ୍ର ଏହା ଶେଷ ହେବା ସହିତ ଖୁବଶୀଘ୍ର ଲୋକମାନେ ଏହାର ମଜ୍ଜା ନେଇ ପାରିବେ । ତେବେ ଏଥିପାଇଁ ସମୁଦାୟ 8 କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ଏହି ଶୋ ମୁଖ୍ୟତଃ ଓଡ଼ିଆ, ସମ୍ବଲପୁରୀ ଭାଷାରେ ହେବା ସହିତ ହିନ୍ଦୀ କିମ୍ବା ଇଂରାଜୀରେ କରାଯିବା ନେଇ ମଧ୍ୟ ବିଚାର ଚାଲିଥିବା ସେ କହିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.