ETV Bharat / city

LIC ଏଜେଣ୍ଟଙ୍କ କାରନାମା, ଜୀବିତଙ୍କୁ ମୃତ ଦର୍ଶାଇ ଖାଇଗଲେ 1.80 କୋଟି - ୨କୋଟି ଜାଲିଆତି

ପଦାକୁ ଆସିଲା LIC ଏଜେଣ୍ଟଙ୍କ କଳା କାରନାମା । କୋଟି କୋଟି ଟଙ୍କା ଚଳୁ କରି ଚାଲିଥିଲେ ଏଲଆଇସି ଏଜେଣ୍ଟ । ଅଧିକ ପଢନ୍ତୁ...

LIC ଏଜେଣ୍ଟଙ୍କ କାରନାମା
LIC ଏଜେଣ୍ଟଙ୍କ କାରନାମା
author img

By

Published : Oct 7, 2021, 11:32 AM IST

Updated : Oct 7, 2021, 2:16 PM IST

ଭୁବନେଶ୍ବର: ପଦାକୁ ଆସିଲା LIC ଏଜେଣ୍ଟଙ୍କ କଳା କାରନାମା । କୋଟି କୋଟି ଟଙ୍କା ଚଳୁ କରି ଚାଲିଥିଲେ ଏଲଆଇସି ଏଜେଣ୍ଟ । ଜୀବିତଙ୍କୁ ମୃତ ଦେଖାଇ ଲୁଟି ଚାଲିଥିଲେ କୋଟି କୋଟି ଟଙ୍କା । ଏଜେଣ୍ଟଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ।

LIC ଏଜେଣ୍ଟଙ୍କ କାରନାମା, ଜୀବିତଙ୍କୁ ମୃତ ଦର୍ଶାଇ ଖାଇଗଲେ 1.80 କୋଟି

ଇଓଡବ୍ଲୁ ହାତରେ ଧରା ପଡିଛି ଇନସୁରାନ୍ସ ଠକ । ୪ଜଣ ଜୀବିତ ଲୋକଙ୍କୁ ମୃତ ଦର୍ଶାଇ ହଡପ କରୁଥିଲା ଇନସୁରାନ୍ସ ଟଙ୍କା । ୨୩ଟି ଇନସୁରାନ୍ସ ଆକାଉଣ୍ଟର ଜାଲିଆତି କରିଥିବା ଠକ LIC ଏଜେଣ୍ଟ ପୁରୀ କଣାସ ଅଞ୍ଚଳର କବିରାଜ ବେହେରାକୁ ଗିରଫ କିରିଛି କ୍ରାଇମବ୍ରାଞ୍ଚର ଇଓଡବ୍ଲୁଟିମ । ୧.୮୦କୋଟି ଟଙ୍କାର ଠକେଇ ହୋଇଥିବା LIC ଅଫିସ ପକ୍ଷରୁ ଅଭିଯୋଗ ହୋଇଥିଲା । ଆଜି ଗିରଫ LIC ଏଜେଣ୍ଟକୁ କୋର୍ଟ ଚାଲାଣ କରାଯିବ ।

2003 ମସିହାରୁ LIC ଏଜେଣ୍ଟ ଭାବରେ କାମ କରି ଆସୁଥିଲେ କବିରାଜ । 4 ଜଣ ବ୍ୟକ୍ତିଙ୍କୁ ମୃତ ଦର୍ଶାଇ ସେମାନଙ୍କ ନାମରେ 23ଟି ପଲିସି କରି 1.81 କୋଟିର କ୍ଲେମ କରିଥିଲେ । 5ଟି କ୍ଲେମରେ ପ୍ରାୟ 20 ଲକ୍ଷ ଟଙ୍କା ରିଲିଜ ହୋଇଛି । 2ରୁ5 ବର୍ଷ ପର୍ଯ୍ୟନ୍ତ ଆକ୍ଟିଭ ରଖି ପ୍ରିମୀୟମ ଭରୁଥିଲା କବିରାଜ । ଏହାକୁ ନେଇ ସନ୍ଧେହ ହେବାରୁ ଖୋର୍ଧା LIC ବ୍ରାଞ୍ଚର ମ୍ୟାନେଜର ଅଭିଯୋଗ କରିଥିଲେ । ତଦନ୍ତ ପରେ ଅଭିଯୁକ୍ତ କବିରାଜ ବେହରାଙ୍କୁ ଇଓବ୍ଲୁ ଗିରଫ କରିଛି ।

ତଦନ୍ତ ବେଳେ କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ପକ୍ଷରୁ କବିରାଜଙ୍କ ଘରେ ଯାଞ୍ଚ କରିଥିଲା । ଏହି ସମୟରେ ଅନେକ ସନ୍ଦେହଜନକ କାଗଜପତ୍ର ଜବତ ହୋଇଛି । କବିରାଜଙ୍କ ଘରୁ ଜାଲ ପାସବୁକ,ଏଟିଏମ କାର୍ଡ, ଚେକ ବୁକ ଆନ୍ୟାନ୍ୟ କାଗଜପତ୍ର ଜବତ କରିଛି EOW । ଘଟଣାରେ ଏବେ ବି ତଦନ୍ତ ଚାଲିଛି । ଏତେ ବଡ ଠକେଇ କିପରି ସମ୍ଭବ ହେଲା ତାହା ଖୋଲତାଡ କରୁଛି କ୍ରାଇମବ୍ରାଞ୍ଚ ଟିମ । ଏଥିରେ ଏଲଆଇସିର କୌଣସି ଅଧିକରୀଙ୍କ ସଂପୃକ୍ତି ଅଛି କି ତାହାର ମଧ୍ୟ ତଦନ୍ତ ଚାଲିଛି ।

ଭୁବନେଶ୍ବରରୁ ତାପସ ପରିଡା ଓ ବିକାଶ ଦାସ ,ଇଟିଭି ଭାରତ

Last Updated : Oct 7, 2021, 2:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.