ETV Bharat / city

ବାର୍ ଆସୋସିଏସନ ନିର୍ବାଚନ: ଭିଡ ଉପରେ ନଜର ରଖିବାକୁ ଅତିରିକ୍ତ ଶାସନ ସଚିବଙ୍କ ଚିଠି - bhubaneswar news

ଶନିବାର ରାଜ୍ୟର ବିଭିନ୍ନ ବାର୍ ଆସୋସିଏସନ ନିର୍ବାଚନ । ଏନେଇ ପ୍ରଚାର ମଧ୍ୟ ଜାରି ରହିଛି ଫଳରେ ପ୍ରବଳ ଗହଳି ହେଉଛି । ଏହାକୁ ନିୟନ୍ତ୍ରଣ କରିବାକୁ ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଚିଠି ଲେଖିଛନ୍ତି । ଅଧିକ ପଢନ୍ତୁ...

ବାର୍ ଆସୋସିଏସନ ନିର୍ବାଚନ
ବାର୍ ଆସୋସିଏସନ ନିର୍ବାଚନ
author img

By

Published : Mar 26, 2021, 2:47 PM IST

ଭୁବନେଶ୍ବର: ଶନିବାର ରାଜ୍ୟର ବିଭିନ୍ନ ବାର୍ ଆସୋସିଏସନ ନିର୍ବାଚନ । ଏନେଇ ପ୍ରଚାର ମଧ୍ୟ ଜାରି ରହିଛି ଫଳରେ ପ୍ରବଳ ଗହଳି ହେଉଛି । କୋର୍ଟ ଓ ବାର ପରିସରରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳୁଛି । ତେଣୁ ଏହାକୁ ନିୟନ୍ତ୍ରଣ କରିବାକୁ ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସବୁ ଜିଲ୍ଲାପାଳ, ଏସପି ଓ କମିଶନରଙ୍କୁ ଚିଠି ଲେଖିଛନ୍ତି ।

ଚିଠିରେ ସେ ଲେଖିଛନ୍ତି, ସେଲିବ୍ରେସନ ସମୟରେ ମଧ୍ୟ ଗହଳି ଲାଗିବ । ସାମାଜିକ ଦୂରତ୍ୱ ନିୟମ ଭଙ୍ଗ ହେବ । ଏଥି ସହ ସାଧାରଣ ଲୋକ ମଧ୍ୟ ବିଭିନ୍ନ କାର୍ଯ୍ୟରେ କୋର୍ଟ ଆସୁଛନ୍ତି । ସଂକ୍ରମଣ ବଢିବା ନେଇ ଆଶଙ୍କା ରହିଛି । ତୁରନ୍ତ ଏ ନେଇ ପଦକ୍ଷେପ ନିଅ । ଗହଳି ନିୟନ୍ତ୍ରଣ ଲାଗି ବ୍ୟବସ୍ଥା କର । ଲୋକ ଏବଂ ଆଇନଜୀବୀଙ୍କୁ ସଚେତନ କର । ଗହଳି ରୋକିବା ନେଇ ପଦକ୍ଷେପ ନେବାକୁ ସ୍ବାସ୍ଥ୍ୟ ବିଭାଗର ନିର୍ଦେଶ । କୋଭିଡ ନିୟମ କଡ଼ାକଡି ପାଳନ ପାଇଁ ସବୁ ଜିଲ୍ଲାପାଳ, ଏସ୍‌ପି ଓ କମିସନରଙ୍କୁ ଚିଠି ଲେଖିଲେ ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.