ETV Bharat / city

'ପ୍ରତିବାଦୀ ନାଟକକୁ ବୃହତ୍ତର ସମାଜ ଉଚିତ ସମ୍ମାନ ଦେଉ'

ଢେଙ୍କାନାଳ ଅଲ୍‍ଟରନେଟିଭ୍‍ ରିଦମ୍‍ ଥିଏଟର ପକ୍ଷରୁ ଫେସ୍‍ବୁକ୍‍ ଲାଇଭ୍‍ ମାଧ୍ୟମରେ ଆୟୋଜିତ କାର୍ଯ୍ୟକ୍ରମ ‘ନାଟ୍ୟକଥା-୩୬’ରେ ‘ଓଡ଼ିଶାରେ ପଥପ୍ରାନ୍ତ ନାଟକ- ଏକ ପ୍ରକ୍ରିୟା’ ଉପରେ ଆଲୋଚନା । ଅଧିକ ପଢନ୍ତୁ...

'ପ୍ରତିବାଦୀ ନାଟକକୁ ବୃହତ୍ତର ସମାଜ ଉଚିତ ସମ୍ମାନ ଦେଉ'
'ପ୍ରତିବାଦୀ ନାଟକକୁ ବୃହତ୍ତର ସମାଜ ଉଚିତ ସମ୍ମାନ ଦେଉ'
author img

By

Published : Jun 24, 2021, 3:35 PM IST

ଭୁବନେଶ୍ବର: ପଥପ୍ରାନ୍ତ ନାଟକ ବିଶେଷତଃ ଦୁଇ ପ୍ରକାରର । ଗୋଟିଏ ହେଉଛି ପ୍ରତିବାଦୀ ନାଟକ । ଏଥିରେ ସାଧାରଣ ଲୋକଙ୍କ ସ୍ୱର ପ୍ରତିଫଳିତ ହୋଇଥାଏ ଏବଂ ମାନବିକତାର କଥା ରହିଥାଏ । ଅନ୍ୟଟି ହେଉଛି ସଚେତନତାଧର୍ମୀ ନାଟକ । ତେବେ ପ୍ରତିବାଦୀ ପଥପ୍ରାନ୍ତ ନାଟକକୁ ବୃହତ୍ତର ସମାଜ ଉଚିତ ସମ୍ମାନ ଦେବା ଜରୁରୀ ବୋଲି କହିଛନ୍ତି ସୁସାହିତ୍ୟିକ ମୃଣାଳ ଚାଟାର୍ଜୀ ।

'ପ୍ରତିବାଦୀ ନାଟକକୁ ବୃହତ୍ତର ସମାଜ ଉଚିତ ସମ୍ମାନ ଦେଉ'
'ପ୍ରତିବାଦୀ ନାଟକକୁ ବୃହତ୍ତର ସମାଜ ଉଚିତ ସମ୍ମାନ ଦେଉ'

ଢେଙ୍କାନାଳ ଅଲ୍‍ଟରନେଟିଭ୍‍ ରିଦମ୍‍ ଥିଏଟର ପକ୍ଷରୁ ଫେସ୍‍ବୁକ୍‍ ଲାଇଭ୍‍ ମାଧ୍ୟମରେ ଆୟୋଜିତ କାର୍ଯ୍ୟକ୍ରମ ‘ନାଟ୍ୟକଥା-୩୬’ରେ ‘ଓଡ଼ିଶାରେ ପଥପ୍ରାନ୍ତ ନାଟକ- ଏକ ପ୍ରକ୍ରିୟା’ ଉପରେ ଆଲୋଚନା ହୋଇଛି । ଏଥିରେ ଯୋଗଦେଇ ମୃଣାଳ ଚାଟାର୍ଜୀ କହିଛନ୍ତି, ଯେଉଁ ସମାଜ ପଥପ୍ରାନ୍ତ ନାଟକକୁ ସମ୍ମାନ ନ ଦିଏ, ତେବେ ଏହା ସେ ସମାଜ ପାଇଁ ବଡ଼ ଦୁଃଖ । ଏହିପରି ନାଟକକୁ ସମାଜ ପକ୍ଷରୁ ସମ୍ମାନ ଦିଆଯିବା ଦରକାର । କେବଳ ସମ୍ମାନ ଦେଲେ ହେବନି ବରଂ ଆର୍ଥିକ ସହାୟତା ମଧ୍ୟ ଦେବା ଦରକାର । ଏ ଦାୟିତ୍ୱ ବୃହତ୍ତର ସମାଜ ନେବା କଥା । କୌଣସି ରାଜନୈତିକ ଦଳ ନେବା କଥା ନୁହେଁ । ଯେମିତି ବିଭିନ୍ନ ରାଜ୍ୟରେ ବୃହତ୍ତର ସମାଜ ଏହାର ଦାୟିତ୍ୱ ନେଉଛନ୍ତି, ସେମିତି ଓଡ଼ିଶାରେ ବି ହେଉ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, ପଥପ୍ରାନ୍ତ ନାଟକର ଅବଧାରଣା ଆମ ଭାରତୀୟ ନାଟ୍ୟ ଶାସ୍ତ୍ରର ଅନେକ ବିଭବରେ ରହିଛି । ଆମର ଯେତେ ଲୋକନାଟ୍ୟ ରହିଛି ଏ ସବୁଥିରେ ପଥପ୍ରାନ୍ତ ନାଟକର କିଛି ନା କିଛି ବିଭବ ରହିଛି । ତେବେ ଆଧୁନିକ ପଥପ୍ରାନ୍ତ ନାଟକ ୧୯୪୦/୫୦ ଦଶକ ଭିତରେ ଆରମ୍ଭ ହୋଇଥିବା କୁହାଯାଇପାରେ । ଇଣ୍ଡିଆନ୍‍ ଥିଏଟର ଆସୋସିଏସନରୁ ବର୍ତ୍ତମାନର ପଥପ୍ରାନ୍ତ ନାଟକର ଧାରା ଆରମ୍ଭ । ମୁଖ୍ୟତଃ ଶୋଷିତ ଓ ଅବହେଳିତ ଲୋକମାନଙ୍କ କଥା, ତାଙ୍କ ଦୁଃଖ କଥା, ତାଙ୍କ ଉପରେ ଯେଉଁ ଅତ୍ୟାଚାର ହେଉଛି ତା’ର କଥା ଏସବୁ ଏହି ଆସୋସିଏସନର ନାଟକ ଗୁଡ଼ିକରେ ଆସୁଥିଲା । ଉତ୍ପଳ ଦତ୍ତ, ବାଦଲ ସରକାର ପ୍ରମୁଖ ଏହି ଧାରାକୁ ସଫଳତାର ସହ ଆଗେଇ ନେଇଥିଲେ ।

ପରବର୍ତ୍ତୀ ସମୟରେ ବାଦଲ ସରକାରଙ୍କ ‘ନବାନ୍ନ’ ନାଟକ ଓଡ଼ିଆରେ ଅନୂଦିତ ହୋଇ ପରିବେଷିତ ହୋଇଥିଲା ଓ ଖୁବ୍‍ ଲୋକପ୍ରିୟ ହୋଇଥିଲା । ତେବେ ୬୦ ଦଶକରେ ପଥପ୍ରାନ୍ତ ନାଟକ ଟିକିଏ ଦବିଗଲା ଭଳି ମନେହେଲା । ପୁଣି ୭୦/୮୦ ଦଶକ ବେଳକୁ ଏହା ଲୋକପ୍ରିୟ ହୋଇଉଠିଲା । ତାଙ୍କ ପରବର୍ତ୍ତୀ ପିଢ଼ି ହେଉଛି ସଫଦର ହାସ୍‍ମୀ । ବିଷୟ ହେଉଛି ଦଳିତ, ନିଷ୍ପେସିତ, ନିର୍ଯାତିତ ଲୋକଙ୍କ କଥା । ପ୍ରତିବାଦ ଏବଂ ମାନବିକତା ସଫଦର ହାସ୍‍ମୀଙ୍କ ପଥପ୍ରାନ୍ତ ନାଟକର ଦୁଇଟି ମୁଖ୍ୟ ସ୍ୱର । ୮୦ ଦଶକ ପରେ ଆଉ ଗୋଟିଏ ଧାରାର ପଥପ୍ରାନ୍ତ ନାଟକ ଆରମ୍ଭ ହେଲା । ମହିଳା ସଶକ୍ତିକରଣ, ମାଲେରିଆ ସଚେତନତା ଆଦି ଜନମଙ୍ଗଳକର କାର୍ଯ୍ୟକ୍ରମଗୁଡ଼ିକ ଲୋକମାନଙ୍କ ପାଖରେ ପଥପ୍ରାନ୍ତ ନାଟକ ମାଧ୍ୟମରେ ପହଞ୍ଚାଇବାକୁ ଚେଷ୍ଟା କରାଗଲା ।

ପଥପ୍ରାନ୍ତ ନାଟକରେ ପ୍ରତିବାଦ ନାଟକର ଧାରା ଯେଉଁ ଆରମ୍ଭ ହୋଇଥିଲା ତା’ର ପ୍ରତିବାଦୀ ଚେହେରାର ଏକ ଫର୍ମ ସୁବୋଧ ପଟ୍ଟନାୟକଙ୍କ ନାଟକରେ ଦେଖିବାକୁ ମିଳିଲା । ପଶ୍ଚିମ ଓଡ଼ିଶାର କେତୋଟି ଅନୁଷ୍ଠାନ ମଧ୍ୟ ଏହି ଧାରାକୁ ବଜାୟ ରଖିଛନ୍ତି । ହେଲେ ତା’ପରେ ଯେଉଁଟା ଆସୁଛି ତା’ର ଚିତ୍ର ବେଶ୍‍ ଅସ୍ପଷ୍ଟ ବା ଧୂଆଁଳିଆ । ଏବେ ନୃତ୍ୟ, ମ୍ୟାଜିକ, ଜିମ୍ନାଷ୍ଟିକ୍‍ କରିବା ଆଦି ମଧ୍ୟ ପଥପ୍ରାନ୍ତ ନାଟକ ଭିତରେ ଅନ୍ତର୍ଗତ ହେଉଛି । ଅର୍ଥାତ୍‍ ବଜାରର ଚାପରେ ପଥପ୍ରାନ୍ତ ନାଟକର ବିଷୟବସ୍ତୁ ପରିବର୍ତ୍ତନ ହୋଇ ତା’ର ଫର୍ମ ବଦଳିବାରେ ଲାଗିଛି ବୋଲି ମୃଣାଳ କହିଛନ୍ତି ।

ଏହି ଅବସରରେ ସୁସାହିତ୍ୟିକ ମୃଣାଳଙ୍କ ଅନୂଦିତ ପୁସ୍ତକ ‘ସଫଦର ହାସ୍‍ମୀ- ୨ ନାଟକ ଓ କେତୋଟି କବିତା’ ପୁସ୍ତକ ଉନ୍ମୋଚିତ ହୋଇଥିଲା । ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ସୁବୋଧ ପଟ୍ଟନାୟକ ଏହାକୁ ଡିଜିଟାଲ ଉନ୍ମୋଚିତ କରି କହିଛନ୍ତି, ପଥପ୍ରାନ୍ତ ନାଟକରେ ଏକ ଭିନ୍ନ ସ୍ୱାଦ ରହିଛି । ଏହା ସବୁବେଳେ ସମାଜର କଥା କହିଥାଏ, ଲୋକଙ୍କ କଥା ଉପସ୍ଥାପନ କରିଥାଏ । ପ୍ରାକୃତିକ ଆଲୋକ ଓ ଶବ୍ଦର ବ୍ୟବହାରରେ ପରିବେଷିତ ଏହି ନାଟକରେ ବିଷୟବସ୍ତୁର ଛାପ ଓ ପ୍ରଭାବ ଲୋକଙ୍କ ଉପରେ ପଡ଼ିଥାଏ ବୋଲି କହିଛନ୍ତି । ରିଦମ୍‍ ଥିଏଟରର ଦିନେଶ ଦାସ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.