ETV Bharat / city

ସ୍ବାଭାବିକ ଠାରୁ ହୋଇଛି କମ ବର୍ଷା, ଚିନ୍ତାରେ ଚାଷୀ

ଜୁନ ୧ ତାରିଖରୁ ଜୁଲାଇ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ୩୬୮.୨ ମିମି ହେବା କଥା କିନ୍ତୁ ମୋଟ ୨୯୧.୭ ମିମି ବର୍ଷା ରେକର୍ଡ ହୋଇଛି, ଯାହାକି ସ୍ବାଭାବିକ ବର୍ଷା ଠାରୁ ୨୧ ପ୍ରତିଶତ କମ । ଅଧିକ ପଢ଼ନ୍ତୁ...

weather report, bhubaneswar Meteorological Centre, less rain than usual,  ସ୍ବାଭାବିକ ଠାରୁ କମ ବର୍ଷା, ୧୯ ପରେ ବର୍ଷା ବଢ଼ିବା ସମ୍ଭାବନା, ୨୧ ପ୍ରତିଶତ କମ ବର୍ଷା
ସ୍ବାଭାବିକ ଠାରୁ ହୋଇଛି କମ ବର୍ଷା, ଚିନ୍ତାରେ ଚାଷୀ
author img

By

Published : Jul 15, 2021, 9:33 PM IST

ଭୁବନେଶ୍ବର: ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ଠିକ ସମୟରେ ଆସିଥିଲେ ମଧ୍ୟ ଜୁଲାଇ ୧୫ ପର୍ଯ୍ୟନ୍ତ ବର୍ଷାର ପରିମାଣ ସ୍ବାଭାବିକ ଠାରୁ ୨୧ ପ୍ରତିଶତ କମ ରହିଛି, ଫଳରେ ଚାଷୀକୂଳ ପାଇଁ ହତାଶା ଭାବ ସୃଷ୍ଟି ହୋଇଛି।

ଜୁନ ୧ ତାରିଖରୁ ଜୁଲାଇ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ୩୬୮.୨ ମିମି ହେବା କଥା କିନ୍ତୁ ମୋଟ ୨୯୧.୭ ମିମି ବର୍ଷା ରେକର୍ଡ ହୋଇଛି, ଯାହାକି ସ୍ବାଭାବିକ ବର୍ଷା ଠାରୁ ୨୧ ପ୍ରତିଶତ କମ । ୧୭ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି । ୧୩ ଜିଲ୍ଲାରେ ସ୍ବାଭାବିକ ବର୍ଷା ରେକର୍ଡ କରାଯାଇଛି । ଭଦ୍ରକରେ ସବୁଠୁ କମ ବର୍ଷା ରେକର୍ଡ କରାଯାଇଛି । ଭଦ୍ରକରେ ୫୫ ପ୍ରତିଶତ କମ ବର୍ଷା ରେକର୍ଡ କରାଯାଇଛି ।

ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବଜ୍ରପାତ ସହ ବର୍ଷା ଲାଗି ରହିବ। ଆସନ୍ତା ୨୪ ଘଣ୍ଟା, ଶୁକ୍ରବାର ସକାଳ ୮.୩୦ ମଧ୍ୟରେ କନ୍ଧମାଳ, ବୌଦ୍ଧ, ବଲାଙ୍ଗୀର, ସୋନପୁର, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, କଳାହାଣ୍ଡି ଓ ମୟୂରଭଞ୍ଜ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ହେବା ନେଇ ୟେଲୋ ୱାର୍ନିଙ୍ଗ ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସମ୍ବଲପୁରରେ ସର୍ବୋଚ୍ଚ ତାପମାତ୍ରା ୩୪.୫ ଡିଗ୍ରୀ ରେକର୍ଡ କରାଯାଇଛି। ମୟୂରଭଞ୍ଜ ରାଇରଙ୍ଗପୁରରେ ସର୍ବାଧିକ ୬୧.୦ ମିମି ବର୍ଷା ରେକର୍ଡ କରାଯାଇଛି। ସେହିପରି ୧୬, ୧୭ ଏବଂ ୧୮ ତାରିଖ ପର୍ଯ୍ୟନ୍ତ ବର୍ଷାର ପରିମାଣ କମ ରହିବ, ୧୯ ତାରିଖ ପରେ ବର୍ଷା ବଢିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.