ETV Bharat / state

ନୂଆବର୍ଷ ପାଇଁ ପ୍ରସ୍ତୁତ ହେଉଛି ନନ୍ଦନକାନନ, ଆସିଲେ 26 ନୂଆ ଅତିଥି

ପ୍ରାଣୀ ଦଳବଦଳ ପ୍ରକ୍ରିୟାରେ ହାଇଦ୍ରାବାଦରୁ ଆସିଲେ 26 ନୁଆ ଜୀବଜନ୍ତୁ । ନୂଆବର୍ଷରେ ପର୍ଯ୍ୟଟକ ପାଇବେ ନୂଆ ଅନୁଭୂତି ।

ନୂଆବର୍ଷ ପାଇଁ ପ୍ରସ୍ତୁତ ହେଉଛି ନନ୍ଦନକାନନ, ଆସିଲେଣି ନୂଆ ଅତିଥି
ନୂଆବର୍ଷ ପାଇଁ ପ୍ରସ୍ତୁତ ହେଉଛି ନନ୍ଦନକାନନ, ଆସିଲେଣି ନୂଆ ଅତିଥି (ETV Bharat Odisha)
author img

By ETV Bharat Odisha Team

Published : 2 hours ago

ଭୁବନେଶ୍ବର: ନୂଆବର୍ଷ 2025 ପାଇଁ ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ପର୍ଯ୍ୟଟକଙ୍କୁ ଭରପୂର ଆନନ୍ଦ ଓ ଭିନ୍ନ ଅନୁଭୂତି ଦେବା ପାଇଁ ପ୍ରୟାସ କରାଯାଉଛି । ଏହିକ୍ରମରେ ପ୍ରାଣୀ ଉଦ୍ୟାନକୁ ଆସିଛନ୍ତି କିଛି ନୂଆ ଜୀବଜନ୍ତୁ । ଜୁ’ରେ ଏକାକୀ ରହୁଥିବା ଜୀବଜନ୍ତୁଙ୍କୁ ଏବେ ସାଥୀ ମିଳିଛି । କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ଅନୁମୋଦନ କ୍ରମେ ରାଜ୍ୟ ପ୍ରାଣୀ ଉଦ୍ୟାନ ‘ନନ୍ଦନକାନନ’ ଓ ହାଇଦ୍ରାବାଦ ନେହରୁ ପ୍ରାଣୀଉଦ୍ୟାନ ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ଏକାଧିକ ଜୀବଜନ୍ତୁ ଅଦଳ ବଦଳ ପ୍ରକ୍ରିୟା ଆରମ୍ଭ ହୋଇଛି ।

  • ନନ୍ଦନକାନନକୁ ଆସିଲେ ୫ ପ୍ରଜାତିର ୨୬ ଜୀବ :-

ନନ୍ଦନକାନନକୁ ହାଇଦ୍ରାବାଦ ସ୍ଥିତ ନେହରୁ ଚିଡ଼ିଆଖାନାରୁ ୫ ପ୍ରଜାତିର ୨୬ଟି ଜୀବ ଆସିଛନ୍ତି । ସେମାନଙ୍କ ମଧ୍ୟରେ ୨ଟି ଚାମୁଚ ଥଣ୍ଟିଆ ପକ୍ଷୀ, ୨ ସାରସ, ୨ ଧୂସର ଜଙ୍ଗଲୀ କୁକୁଡ଼ା, ୨ ମାଈ ଇଗୁଆନା, ୪ ଟି ବରବେରୀ କପୋତ, ୪ କୁଜି ହରିଣ, ୨ ଗୁରାଣ୍ଡି, ୨ ବାଲିବୋଡ଼ା ସାପ, ୨ ଚନ୍ଦନ ବୋଡ଼ା, ୨ ନାଲି ଦୋମୁଣ୍ଡିଆ ବୋଡ଼ା, ୨ଟି ଅଣ୍ଡିରା ବନେଟ୍ ମାଙ୍କଡ଼ ଆସିଛନ୍ତି । ହାଇଦ୍ରାବାଦରୁ ଆସିଥିବା ୧୭ ଜଣିଆ କର୍ମଚାରୀ ଦଳ ଜୀବମାନଙ୍କୁ ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିଛନ୍ତି ।

ନୂଆବର୍ଷ ପାଇଁ ପ୍ରସ୍ତୁତ ହେଉଛି ନନ୍ଦନକାନନ, ଆସିଲେଣି ନୂଆ ଅତିଥି
ନୂଆବର୍ଷ ପାଇଁ ପ୍ରସ୍ତୁତ ହେଉଛି ନନ୍ଦନକାନନ, ଆସିଲେଣି ନୂଆ ଅତିଥି (ETV Bharat Odisha)
  • ପ୍ରତିବଦଳରେ କଣ ଦିଆଯାଇଛି:-

ଏହାର ପ୍ରତିବଦଳରେ 3 ଟି ସିଆମିଜ କୁମ୍ଭୀର (୧ ଅଣ୍ଡିରା ଓ ୨ ମାଈ), ୨ଟି ସୁନେଲି କୁକୁଟ, ୨ଟି ଲେଡି ଆମସେଟ୍ କୁକୁଟ, ୨ଟି କୁଜି ହରିଣ,୨ଟି ଗୁରାଣ୍ଡିଙ୍କୁ ହାଇଦ୍ରାବାଦ ଚିଡ଼ିଆଖାନାକୁ ଦିଆଯାଇଛି ।

  • ନନ୍ଦନକାନନରେ ହେବ ବଂଶବୃଦ୍ଧି:-

ନନ୍ଦନକାନନକୁ ଆସିଥିବା ଜନ୍ତୁଙ୍କ କିଭଳି ଭାବରେ ବଂଶବୃଦ୍ଧି କରାଯିବ ସେନେଇ କର୍ତ୍ତୃପକ୍ଷ ସବୁବେଳେ ଚେଷ୍ଟିତ ରହିଛନ୍ତି । ତେବେ ଏମାନଙ୍କର ସୁରକ୍ଷା ଓ ବଂଶବୃଦ୍ଧି ଉପରେ ଗୁରୁତ୍ବ ଦିଆଯାଇଛି ବୋଲି ସୂଚନା ଦେଇଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ ।

  • ଗୋଟିଏ ସ୍ଥାନରେ ବିଶ୍ଵର ବିଭିନ୍ନ ପ୍ରଜାତିର ମାଙ୍କଡ଼:-

ପ୍ରାଣୀ ଉଦ୍ୟାନରେ ବିଭିନ୍ନ ପ୍ରଜାତିର ମାଙ୍କଡ଼ ଦେଖିବାକୁ ମିଳିବ । ୧୩୬୬୫.୨ ବର୍ଗଫୁଟ ଅଞ୍ଚଳରେ ଏହି ଖୁଆଡ଼ ନିର୍ମାଣ ହୋଇଛି । ଏଥିପାଇଁ ମୋଟ ୧ କୋଟି ୭୫ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି । ବିଭିନ୍ନ ଦେଶର ୭ ପ୍ରଜାତିର ମାଙ୍କଡ଼ ଦେଖିବାକୁ ପାଇବେ । ସେଥିରେ ଅଛନ୍ତି ତୁଳା ମୁଣ୍ଡିଆ ଟାମାରିନ୍‌ (କଲମ୍ବିଆ), ସୁନେଲି ହାତ ଟାମାରିନ୍‌ (ଦକ୍ଷିଣ-ଆମେରିକା), କଳା କାନ ମାର୍ମୋସେଟ୍ (ଦକ୍ଷିଣ- ଆମେରିକା), ଗୁଣ୍ଡୁଚି ମାଙ୍କଡ଼ (ଦକ୍ଷିଣ ଆମେରିକା), ଟଫ୍ରେଡ୍‌ କାପୁଚିନ୍ (ଦକ୍ଷିଣ ଆମେରିକା), ସିଆମାଙ୍ଗ୍ (ମଳୟ ଉପଦ୍ୱୀପ ଓ ସୁମାତ୍ରା), ଜିଓଫ୍ରେ ମାର୍ମୋସେଟ୍ (ବ୍ରାଜିଲ ଓ କଲମ୍ବିଆ)।

ବିଦେଶୀ ମାଙ୍କଡଙ୍କ ବିଷୟରେ ସାମାନ୍ୟ ସୂଚନା:-
  • ୧ ତୁଳାମୁଣ୍ଡିଆ ଟାମାରିନ୍‌

ଏହା ଏକ ଛୋଟ ଆକର୍ଷଣୀୟ ବାନର । ବିଶେଷ ଭାବରେ ଧଳା ଲୋମ ପାଇଁ ଏହା ପରିଚିତ । ବିଶେଷ କରି ଧଳା କପାର ଟୋପି ଭଳି ଦେଖାଯାଇଥାଏ । ଏମାନଙ୍କର ଆୟୁକାଳ ୧୨-୨୪ ବର୍ଷ । ବାସସ୍ଥାନ ବିଶେଷ କରି କାନ୍ତିୟ ବର୍ଷା ବନ ଓ ଖୋଲା ବୃକ୍ଷ। ବିଶେଷ ଭାବରେ ଏହି ମାଙ୍କଡ ମାନେ ଉତ୍ତର ପଶ୍ଚିମ କଲମ୍ବିଆରେ ଦେଖାଯାଇଥାନ୍ତି ।

୨ .ସୁନେଲି ହାତ ଟାମାରିନ୍‌ :-

ବିଶେଷ ଭାବରେ ଏହି ପ୍ରଜାତିର ମାଙ୍କଡଙ୍କ ଦାନ୍ତ ବହୁତ୍ ଶକ୍ତ ରହିଥାଏ । ଦାନ୍ତଗୁଡ଼ିକ କଠିନ ଥିବା କାରଣରୁ ଫଳ ଦାନ୍ତରେ ଛଡ଼ାଇବା ଓ କୀଟ-ପତଙ୍ଗ ଖାଇବା ଆଦି ସାହାଯ୍ୟ କରିଥାଏ । ଏମାନେ ବିଶେଷ ଭାବରେ ଦକ୍ଷିଣ-ଆମେରିକାରେ ଦେଖାଯାଇଥାନ୍ତି ।

୩. କଳା କାନ ମାର୍ମୋସେଟ୍:-

ଏହି ମାଙ୍କଡ ମାନଙ୍କର କାନ ଉପରେ କଳା ରଙ୍ଗର ଲୋମ ଭରି ରହିଥାଏ। ଯାହା ବିଶେଷ ଭାବରେ ଆକର୍ଷଣୀୟ ଦେଖାଯାଇଥାଏ। ଏମାନଙ୍କର ଆୟୁକାଲ ୧୫-୨୦ ବର୍ଷ। ଏମାନଙ୍କର ବାସସ୍ଥାନ ବିଶେଷ ଭାବରେ ତଟ ବର୍ତ୍ତି ଜଙ୍ଗଲ ଓ କ୍ରାନ୍ତିୟ ତୃଣଭୂମି। ଏମାନେ ବିଶେଷ ଭାବରେ ଉତ୍ତର ପୂର୍ବ ଦକ୍ଷିଣ ଆମେରିକା ରେ ଦେଖାଯାଇଥାଏ ।

୪. ଗୁଣ୍ଡୁଚି ମାଙ୍କଡ଼:-

ବିଶେଷ ଭାବରେ ଏଭଳି ମାଙ୍କଡ ଛୋଟ ହୋଇଥାନ୍ତି। ଯାହା ଦେଖିବାକୁ ଗୁଣ୍ଡୁଚି ମୂଷା ଭଳି । ଏହି ମାଙ୍କଡ ଅଧିକ ଚଳଚଞ୍ଚଳ ହୋଇଥାନ୍ତି । ଏମାନଙ୍କର ଆଖି ବଡ଼ ବଡ଼ ହୋଇଥାଏ। ଏମାନଙ୍କର ଆୟୁକାଳ ୧୨-୨୦ ବର୍ଷ । ବାସସ୍ଥାନ ଏମାନଙ୍କର ବିଶେଷ ଭାବରେ ନଦୀ କୂଳିଆ ଜଙ୍ଗଲ, କ୍ରାନ୍ତୀୟ ବର୍ଷା ବନ । ଏମାନେ ସାଧାରଣ ଭାବରେ ଉତ୍ତର ଦକ୍ଷିଣ ଆମେରିକାରେ ଦେଖାଯାଇଥାନ୍ତି ।

୫. ଟଫ୍ରେଡ୍‌ କାପୁଚିନ୍:-

ଏହି ମାଙ୍କଡ ଏକ ବୁଦ୍ଧିମାନ ମାଙ୍କଡ ପ୍ରଜାତି ଭାବେ ଜଣାଶୁଣା । ଏମାନେ ବିଶେଷ ଭାବରେ ୧୦-୩୫ ଜଣିଆ ବାସ କରିଥାନ୍ତି। ଧୂସର ଶରୀର ଓ ମୁଣ୍ଡରେ ଥିବା କଳା କେଶ ଓ ଲାଞ୍ଜ ଲମ୍ବାରୁ ଏମାନେ ଅଧିକ ଆକର୍ଷଣ ଦେଖାଯାଇଥାନ୍ତି । ଏମାନଙ୍କର ଆୟୁକାଳ ପ୍ରାୟ ୨୦ ରୁ ୩୦ ବର୍ଷ ମଧ୍ୟରେ ରହିଥାଏ । ଏମାନଙ୍କ ବାସସ୍ଥାନ ବିଶେଷ ଭାବରେ ବର୍ଷା ଏବଂ ଶୁଷ୍କ ଜଙ୍ଗଲରେ ଦେଖାଯାଇଥାନ୍ତି । ଏମାନେ ସାଧାରଣ ଭାବରେ ଦକ୍ଷିଣ-ଆମେରିକୀୟ ଜଙ୍ଗଲରେ ଦେଖାଯାଇଥାନ୍ତି ।

ଏହା ମଧ୍ୟ ପଢନ୍ତୁ:- ସ୍କୁଲ ଛାତ୍ରଛାତ୍ରୀ ହେବେ ନନ୍ଦନକାନନ ଆମ୍ବାସାଡର, ଡିସେମ୍ବର ପ୍ରଥମ ସପ୍ତାହରେ ପରୀକ୍ଷା

୬. ସିଆମାଙ୍ଗ୍:-

ଏମାନେ ବିଶେଷ ଭାବରେ ଅତ୍ୟଧିକ ବୁଦ୍ଧିମାନଓ କଳା ଲୋମଯୁକ୍ତ । ମାଙ୍କଡମାନଙ୍କ ଦୁଇ ବାହୁର ଲମ୍ବା ଶରୀରର ଲମ୍ବାର ଅଢେଇ ପୁଟ ପର୍ଯ୍ୟନ୍ତ ହୋଇଥାନ୍ତି । ଏମାନଙ୍କର ଆୟୁକାଳ ୩୦-୩୫ ବର୍ଷ । ଏମାନେ ବିଶେଷ ଭାବରେ ପାର୍ବତ୍ୟ ବର୍ଷ ବନ ରେ ବସବାସ କରିଥାନ୍ତି । ସାଧାରଣ ଭାବରେ ଏହି ପ୍ରଜାତିର ମାଙ୍କଡ ମଳୟ ଉପଦ୍ୱୀପ ଓ ସୁମାତ୍ରା ।

  • ୭ ଜିଓଫ୍ରେ ମାର୍ମୋସେଟ୍:-

ଏହି ମାଙ୍କଡ ବିଶେଷ ଭାବରେ ଆକର୍ଷଣୀୟ ହୋଇଥାନ୍ତି । ଏମାନଙ୍କର ରଙ୍ଗ ବିଶେଷ ଭାବରେ ଧଳା ଲୋମଯୁକ୍ତ ହୋଇଥାନ୍ତି । ଏମାନଙ୍କର ଆୟିକାଳ ୧୦-୧୫ ବର୍ଷ । ଏମାନଙ୍କର ବାସସ୍ଥାନ ବର୍ଷାବନ ଅଞ୍ଚଳ । ସାଧାରଣ ଭାବରେ ଏମାନେ ବ୍ରାଜିଲ ଓ କଲମ୍ବିଆରେ ଦେଖାଯାଇଥାଏ ।

ବିଦେଶୀ ମାଙ୍କଡଙ୍କ ପାଇଁ କଣ ରହିଛି ବ୍ୟବସ୍ଥା:-

"ଏହି ମାଙ୍କଡ଼ମାନଙ୍କ ପାଇଁ ଏଠାରେ ୧୮ ଟି ଫିଡିଙ୍ଗ୍ ଚ୍ୟାମ୍ବର, ୧୦ ଟି ବ୍ୟାକ୍ କ୍ରୋଲ ବ୍ୟବସ୍ଥା କରାଯାଇଛି। ପର୍ଯ୍ୟଟକ ମାନେ ଖୁଆଡ଼ ବୁଲି ଦେଖୁବା ପାଇଁ ସମସ୍ତ ରାସ୍ତାକୁ କଂକ୍ରିଟ, ଉପରେ ଛାତ ଓ ଜନ୍ତୁମାନଙ୍କୁ ଦେଖୁବା ପାଇଁ ଖୁଆଡ଼ ସମ୍ମୁଖରେ କାଚ ଲଗାଯାଇଛି। ଖୁଆଡ଼ ସହିତ ପର୍ଯ୍ୟଟକମାନେ କୃତ୍ରିମ ଝରଣା ମଧ୍ୟ ଦେଖିପାରିବେ। ବର୍ତ୍ତମାନ ସମୟରେ ନନ୍ଦନକାନନରେ କେବଳ ୧୦ ପ୍ରଜାତିର ବିଦେଶୀ ମାଙ୍କଡ ଦେଖିବାକୁ ପାଇବେ। ସମୁଦାୟ ନନ୍ଦନକାନନରେ ୧୫ ପ୍ରଜାତିର ଦେଶୀ ଏବଂ ବିଦେଶୀ ମାଙ୍କଡ ଦେଖିବାକୁ ପାଇଵେ ପର୍ଯ୍ୟଟକ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.