ETV Bharat / city

କଳାହାଣ୍ଡିରୁ ହାତୀ ଦାନ୍ତ ଓ କଲରାପତରିଆ ବାଘ ଛାଲ ଜବତ - ହାତୀ ଦାନ୍ତ ଜବତ

କଳାହାଣ୍ଡିର ଭବାନୀପାଟଣାରୁ ହାତୀ ଦାନ୍ତ ଓ ବାଘ ଛାଲ ଜବତ । ଏସବୁକୁ ଚାଲାଣ କରୁଥିବା 3 ବେପାରୀଙ୍କୁ ଗିରଫ କରିଛି ଏସଟିଏଫ । ଗ୍ରାସହ ରୂପରେ ଯାଇ ଏମାନଙ୍କୁ ଧରିଛି ଏସଟିଏଫର ଏକ ଟିମ ।

ହାତୀ ଦାନ୍ତ ବାଘ ଛାଲ ଜବତ
author img

By

Published : Nov 7, 2019, 10:24 PM IST

ଭୁବନେଶ୍ବର: ହାତୀ ଦାନ୍ତ ଓ କଲରାପତରିଆ ବାଘ ଛାଲ ଜବତ । ଏଥିରେ ସମ୍ପୃକ୍ତ 3 ବେପାରୀଙ୍କୁ ଗିରଫ କରିଛି ଏସଟିଏଫ । ଏକ ଗୁପ୍ତ ସୁତ୍ରରୁ ଖବର ପାଇ ଏସଟିଏଫର ଏକ ଟିମ କଳାହାଣ୍ଡିର ଭବାନୀପାଟଣାରୁ ଏମାନଙ୍କୁ ଧରିବାରେ ସଫଳ ହୋଇଛି । ଅଧିକ ପଚରାଉଚରା ପାଇଁ ସୋମନଙ୍କୁ ଏସଟିଏଫ ଭୁବନେଶ୍ବର ମୁଖ୍ୟ କାର୍ଯ୍ୟାଳୟକୁ ଅଣାଯାଇଛି ।

ସୂଚନା ଅନୁଯାୟୀ, ରାଜ୍ୟରେ ତଥା ରାଜ୍ୟ ବାହାରକୁ ବିଭିନ୍ନ ସମୟରେ ହାତୀ ଦାନ୍ତ ଓ ବାଘ ଛାଲ ଚୋରା ଚାଲାଣ କରାଯାଉଛି । ତେବେ ଚୋରା ଚାଲାଣରେ ସକ୍ରିୟ ଥିବା ରାକେଟକୁ ବିଭିନ୍ନ ସମୟରେ ଧରିବାରେ ସଫଳ ହୋଇଛି ଏସଟିଏଫ । ତେବେ କଳାହାଣ୍ଡିର ଭବାନୀପାଟଣାରେ ହେଉଥିବା ଏହି ଚୋରା ଚାଲାଣ ନେଇ ଖବର ପାଇବା ପରେ କ୍ରାଇମବ୍ରାଞ୍ଚ ଏସଟିଏଫର ଅତର୍କିତ ଚଢାଉ କରି 3 ଜଣଙ୍କୁ ଗିରଫ କରିଛି ।

ଏହି ଟିମର ଜଣେ କର୍ମଚାରୀ ଗ୍ରାହକ ସାଜି କିଣିବାକୁ ଯାଇ ବେପାରୀଙ୍କୁ ଧରିଥିଲେ । ଏ ନେଇ ଅଧିକ ଖୋଳତାଡ ଜାରି ରଖିଛି ଏସଟିଏଫ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Intro:ହାତୀ ଦାନ୍ତ ଓ କଲରାପତାରିଆ ବାଘ ଛାଲ ଜବତ ୩ ଗିରଫ।

ହାତୀ ଦାନ୍ତ ଓ କଲରାପତିଆର ଛାଲ ବେପାରୀଙ୍କୁ ଗିରଫ କଲା ଏସ ଟି ଏଫ। ସେମାନଙ୍କ ଠାରୁ ଏକ ମୂଲ୍ୟବାନ ହାତୀ ଦାନ୍ତ କୁ ଜବତ କରିବା ସହ ଏକ ବାଘ ଛାଲ ଜବତ କରିଛି ପୋଲିସ। ଅଧିକ ପଚରାଉଚରା କରିବା ପାଇଁ ଏସ ଟି ଏଫ ଭୁବନେଶ୍ୱର ମୁଖ୍ୟକର୍ଯ୍ୟାଳୟକୁ ଆଣିଛି ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କୁ।

Body:

ସୂଚନା ଅନୁଯାୟୀ, ରାଜ୍ୟରେ ତଥା ରାଜ୍ୟ ବାହାରକୁ ବିଭିନ୍ନ ସମୟରେ ହାତୀ ଦାନ୍ତ ଓ ବାଘ ଛାଲ ଚୋରା ଚାଲାଣ କରାଯାଉଛି। ଏହି ଚୋରା ଚାଳନାରେ ସକ୍ରିୟ ରହିଥିବା ରାକେଟ କୁ ବିଭିନ୍ନ ସମୟରେ ଧରିବାରେ ସଫଳ ହୋଇଛି ଏସ ଟି ଏଫ। ତେବେ ଏହି ଚୋରା ଚାଲାଣ କଳାହାଣ୍ଡିର ଭବାନୀପାଟଣାରେ ହେଉଥିବା ଖବର ଓଅଇଁ କ୍ରାଇମବ୍ରାଞ୍ଚ ଅତର୍କିତ ଭାବେ ଛଡାଉ କରି 3 ଜଣଙ୍କୁ ଗିରଫ କରିଛି। କ୍ରାଇମବ୍ରାଞ୍ଚ ର ଜଣେ କର୍ମଚାରୀ ଗ୍ରାହକ ସାଜି କିଣିବାକୁ ଯାଇ ଚୋରା ବେଓଆରୀଙ୍କ ପାଖ ରେ ପହଁଚି ଗିରଫ କରିଥିଲା। ଏନେଇ ଅଧିକ ତଥ୍ୟ ସୂଚନା ମିଳିବାକୁ ନେଇ ଅଧିକ ପଚରାଉଚରା ଜାରି ରଖିଛି ଏସ ଟି ଏଫ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.