ଭୁବନେଶ୍ବର: ପୁରୀ, କୋଣାର୍କ, ଲିଙ୍ଗରାଜ ମନ୍ଦିର ଆଦି ପୁରୁଣା ପ୍ରତ୍ନତାତ୍ତ୍ବିକ କୀର୍ତ୍ତିରାଜି ପୁରାତନ ଐତିହ୍ୟ ସଂରକ୍ଷଣ ଅନୁସାରେ ପରିଚାଳିତ । ଓଡିଶାର କିଛି ପୁରାତନ କୀର୍ତ୍ତିରାଜିର ସୁରକ୍ଷା ନେଇ ଜାତୀୟ ଐତିହ୍ୟ ପ୍ରାଧିକରଣ ଏକ (ଡ୍ରାଫ୍) ଦ୍ବାରା ପ୍ରସ୍ତୁତ କରି କଳସାଧାରଣଙ୍କ ଅବଗତି ନିମନ୍ତେ ସାର୍ବଜନୀନ କରିଥିଲେ ।
ଏମଧ୍ୟରୁ କ୍ରିୟାନୁୟନ ପ୍ରକ୍ରିୟାରେ ଆମର ବି ଆପତ୍ତି ଅଛି । ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ଶ୍ରୀ ଲିଙ୍ଗରାଜ ଜୀବନ୍ତ ଠାକୁର । ଏ ପ୍ରସଙ୍ଗରେ କିଛି କରିବା ପୂର୍ବରୁ ଶଙ୍କରାଚାର୍ଯ୍ୟ, ଗଜପତି ମହାରାଜ, ସେବାୟତ, ମନ୍ଦିର ପ୍ରଶାସନ ଇତ୍ୟାଦିଙ୍କ ସହ ଆଲୋଚନା କରିବା ଉଚିତ ଥିଲା । କିନ୍ତୁ ତାହା ନକରି ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ଭ୍ରମିତ କରିବା ପାଇଁ ଚେଷ୍ଟା କରୁଛନ୍ତି ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି ।
ଏହି ପ୍ରସଙ୍ଗ ଆସିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ସହ କଥା ହୋଇ ପୁନର୍ବିଚାର ପାଇଁ ପ୍ରଥମ ଦିନରୁ ଅନୁରୋଧ କରିଥିଲେ । ଏହାପରେ ଏହି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗୀ, ଓଡିଶା ବିଜେପିର ପ୍ରତିନିଧି ଦଳ ଓ ପୁରୀର ସେବାୟତମାନଙ୍କୁ ସନ୍ଥ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂହଙ୍କୁ ଭେଟିଥିଲେ ।
ଏହାପରେ ତତକ୍ଷଣାତ ପୁରୀ ପ୍ରସଙ୍ଗରେ ଏହି ବାଇ ଲକୁ ତୁରନ୍ତ ପ୍ରତ୍ୟାହାର ଘୋଷଣା କରାଯାଇଥିଲା । ଏହାକୁ ଲିଙ୍ଗରାଳ ମନ୍ଦିର ପାର୍ଶ୍ଵ ଖନନ ନେଇ କଣ ରିପୋର୍ଟ ନେଇଛି ତାହା ରାଜ୍ୟ ସରକାରଙ୍କ ପାଖରେ ଅଛି । ରାଜ୍ୟ ସରକାର ଏତେ ତରବର କାହିଁକି ବୋଲି ସାନ୍ତସିଂହାର ପ୍ରଶ୍ନ କରିଛନ୍ତି । ପୁରୀ ଶ୍ରୀମନ୍ଦିର ନିର୍ମାଣ ୧୦୦ ବର୍ଷ ପୂର୍ବରୁ ଲିଙ୍ଗରାଜ ମନ୍ଦିର ପ୍ରତିଷ୍ଠା ହୋଇଛି । ଲିଙ୍ଗରାଜ ମନ୍ଦିରରେ ଶହେ ବର୍ଷ ପୂର୍ବରୁ ପୁରୁଣା ଭୁବନେଶ୍ବରରେ ରହିଛି ଶୁକ–ଶାରୀ ମନ୍ଦିର । ଏସବୁ କୀର୍ତ୍ତିରାଜର ସୁରକ୍ଷା ଜରୁରୀ ।
କିନ୍ତୁ ମିଛ ଖଣ୍ଡିଆ ଭୂତକୁ ଦେଖାଇ ଓଡିଆ ଲୋକଙ୍କ ମନରେ କାହିଁକି ରାଜ୍ୟ ସରକାର ଭୟ ସୃଷ୍ଟି କରିବାକୁ ବାହୁଁଛନ୍ତି । ପୁରୀ ମନ୍ଦିରର ସୌନ୍ଦର୍ଯ୍ୟକରଣ ନାଁରେ ଲଙ୍ଗୁଳି ମଠ, ଏମାର ମଠ, ବଡ଼ଛତା ମଠ, ରଘୁନନ୍ଦନ କାବ୍ରେରୀ ପରି ପୁରାତନ କୀର୍ତ୍ତିରାଳକୁ ଧ୍ବଂସ କରିଦିଆଯାଇଛି ।
ସୌନ୍ଦର୍ଯ୍ୟକରଣ ନାଁରେ ଏହିପରି କାର୍ଯ୍ୟ ଗ୍ରହଣୀୟ ନୁହେଁ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ଆସି ଗୁରୁ ନାନକ ଦେବ ହୁଅନ୍ତୁ କିମ୍ବା ଶ୍ରୀଚୈତନ୍ୟ ଯେଉଁମାନେ ନିବାସ କରିଥିଲେ, ସେ ପବିତ୍ର ସୌଧକୁ ଧ୍ବଂସ କରିବା ଆମେ କିପରି ସହ୍ୟ କରିପାରିବା ?
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ