ETV Bharat / city

ମମିତା ମାମଲା ରଫାଦଫା ପାଇଁ କ୍ୟାପଟେନଙ୍କ ସଲାସୁତୁରା, ପ୍ରମାଣ ଦେଖାଇଲେ ଲେଖାଶ୍ରୀ

author img

By

Published : Oct 31, 2021, 10:42 AM IST

Updated : Oct 31, 2021, 10:47 AM IST

ମମିତା ମେହେର ହତ୍ୟାକାଣ୍ଡ ଘଟଣାର ରଫାଦଫା କରିବାକୁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ପ୍ରୟାସ ଚାଲାଇଥିବା ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାରଙ୍କ ଅଭିଯୋଗ । ଅଧିକ ପଢନ୍ତୁ...

ମମିତା ହତ୍ୟାକାଣ୍ଡର ରଫାଦଫା ପାଇଁ ଦିବ୍ୟଶଙ୍କରଙ୍କ ସଲାସୁତୁରା: ଲେଖାଶ୍ରୀ

ଭୁବନେଶ୍ବର: ମମିତା ମେହେର ହତ୍ୟାକାଣ୍ଡ ଘଟଣାର ରଫାଦଫା କରିବାକୁ ପ୍ରୟାସ ଚାଲିଥିବା ବିଜେପିର ଅଭିଯୋଗ । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଫଟୋ ଦେଖାଇ ପ୍ରମାଣ ରଖିଲେ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର ।

ମମିତା ମାମଲା ରଫାଦଫା ପାଇଁ କ୍ୟାପଟେନଙ୍କ ସଲାସୁତୁରା, ପ୍ରମାଣ ଦେଖାଇଲେ ଲେଖାଶ୍ରୀ

ବିଜେପି ପାର୍ଟି ଅଫିସରେ ସାମ୍ବାଦିକ ସମ୍ମିଳନୀ କରି କିପରି କଳାହାଣ୍ଡି ଏସପି ଓ ଜିଲ୍ଲାପାଳଙ୍କ ଜରିଆରେ ଆଲୋଚନା ଚାଲିଛି ସେନେଇ ଫଟୋ ଜାରିକରିଛନ୍ତି ଲେଖାଶ୍ରୀ । ସେ ଅଭିଯୋଗ କରିଛନ୍ତି ଯେ, କାର୍ଯ୍ୟ ଆଳରେ ମନ୍ତ୍ରୀ ଦିବ୍ୟଶଙ୍କର ମମିତା ମେହେର ହତ୍ୟା ଘଟଣାକୁ ବାଟବଣା କରୁଛନ୍ତି । ଘଟଣାରେ ସିଧାସଳଖ ମନ୍ତ୍ରୀଙ୍କ ସମ୍ପୃକ୍ତିର ଅଭିଯୋଗ ଆଣି ମନ୍ତ୍ରୀଙ୍କ ଯୋଗୁଁ କେସ୍ ପ୍ରଭାବିତ ହେବାର ଆଶଙ୍କା କରିଛନ୍ତି ।

କେବଳ ଏ ଘଟଣା ନୁହେଁ ଏହିଭଳି ପୂର୍ବରୁ କିଭଳି ଯାଜପୁରରେ ସ୍ମିତାରାଣୀ ହତ୍ୟାକାଣ୍ଡ ଘଟଣାରେ ରୂପେଶ ଭଦ୍ରା ବିଜେଡି କର୍ମୀ, ସରପଞ୍ଚଙ୍କ ସ୍ବାମୀ ସହ ସ୍ଥାନୀୟ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସମ୍ପୃକ୍ତିକୁ ଚପାଇ ଦିଆଗଲା, ନୟାଗଡ ପରୀ ହତ୍ୟାକାଣ୍ଡରେ ମନ୍ତ୍ରୀ ଅରୁଣ ସାହୁଙ୍କ ସହ ବାବୁଲି ନାୟକ ସମ୍ପୃକ୍ତିକୁ ଲୁଚାଇବାକୁ ଯାଇ ୮ ମାସ ଯାଏ ପୋଲିସ କିଛି କଲା ନାହିଁ ଶେଷରେ କାହାଣୀ ରଚି କେସ ରଫାଦଫା କରାଗଲା, ଜଗତସିଂହପୁର ମାହାଙ୍ଗା ଟ୍ରିପଲ ମର୍ଡର ଘଟଣାରେ ୧୩ ନମ୍ବର ମୁଦାଲା ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ଏଫଆଇଆର ଥିବା ସତ୍ତ୍ବେ ଚାର୍ଜସିଟରୁ ଉଡାଇଦିଆଗଲା ବୋଲି ଅଭିଯୋଗ କରିଛନ୍ତି ଲେଖାଶ୍ରୀ ।

ତେବେ ଏସବୁର ଜବାବ ଜନତା ଦେବେ ବୋଲି ସାମ୍ବାଦିକ ସମ୍ମିଳନୀରେ ଲେଖାଶ୍ରୀ କହିଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Oct 31, 2021, 10:47 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.