ETV Bharat / city

ମିଳିବ ବିଧାୟକ ଆୱାର୍ଡ, ଗଠନ ହେଲା କମିଟି - ଓଡିଶା ବିଧାନସଭା ଦେବ ଶ୍ରେଷ୍ଠ ବିଧାୟକ ପୁରସ୍କାର

ଭଲ ପ୍ରଦର୍ଶନ କରିଥିବା ବିଧାୟକଙ୍କୁ ମିଳିବ ଆୱାର୍ଡ । ଏ ନେଇ ଗଠନ ହୋଇଛି ବେଷ୍ଟ ବିଧାୟକ ଚୟନ କମିଟି । ଓଡିଶା ବିଧାନସଭା ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଛି ଏକ 7 ଜଣିଆ କମିଟି । ଅଧିକ ପଢନ୍ତୁ

ମିଳିବ ବିଧାୟକ ଆୱାର୍ଡ,
ମିଳିବ ବିଧାୟକ ଆୱାର୍ଡ,ମିଳିବ ବିଧାୟକ ଆୱାର୍ଡ,
author img

By

Published : Feb 25, 2022, 7:50 PM IST

ଭୁବନେଶ୍ବର: ଭଲ ପ୍ରଦର୍ଶନ କରିଥିବା ବିଧାୟକଙ୍କୁ ମିଳିବ ଆୱାର୍ଡ । ଏ ନେଇ ଗଠନ ହୋଇଛି ବେଷ୍ଟ ବିଧାୟକ ଚୟନ କମିଟି । ଓଡିଶା ବିଧାନସଭା ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଛି ଏକ 7 ଜଣିଆ କମିଟି ।

ମିଳିବ ବିଧାୟକ ଆୱାର୍ଡ, ଗଠନ ହେଲା କମିଟି
ମିଳିବ ବିଧାୟକ ଆୱାର୍ଡ, ଗଠନ ହେଲା କମିଟି

ଏନେଇ ବିଧାନସଭା ସଚିବ ଦାଶରଥି ଶତପଥୀଙ୍କ ପକ୍ଷରୁ ପ୍ରକାଶ ପାଇଛି ଏହି ବିଜ୍ଞପ୍ତି । ବିଧାନସଭା ସଚିବଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ କମିଟିର ଚେୟାରମ୍ୟାନ ରହିବେ ବାଚସ୍ପତି । ତାଙ୍କ ସହ 7 ଜଣ ସଦସ୍ୟ ଏହି କମିଟିରେ ଅଛନ୍ତି ।

କମିଟିରେ ସ୍ଥାନ ପାଇଥିବା ଅନ୍ୟ ସଦସ୍ୟ ହେଲେ ଉପ-ବାଚସ୍ପତି, ଦୁଇ ଜଣ ବର୍ତ୍ତମାନର ବିଧାୟକ, ଦୁଇ ଜଣ ପୂର୍ବତନ ବିଧାୟକ ଓ ଜଣେ ବରିଷ୍ଠ ସାମ୍ବାଦିକ ଏହି କମିଟିର ସଦସ୍ୟ ହୋଇଛନ୍ତି । ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର, ବଡମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର, ପୂର୍ବତନ ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ, ନରେନ୍ଦ୍ର କୁମାର ପ୍ରଧାନ ଓ ବରିଷ୍ଠ ସାମ୍ବାଦିକ ଶ୍ରୀରାମ ଦାସ କମିଟିରେ ସ୍ଥାନ ପାଇଛନ୍ତି । ନିଜ ନିର୍ବାଚନ ମଣ୍ଡଳୀରେ ଲୋକାଭିମୁଖୀ କାର୍ଯ୍ୟ, ବିଧାନସଭାରେ ତଥ୍ୟ ଭିତ୍ତିକ ପ୍ରସଙ୍ଗ ଉପସ୍ଥାପନା ଲାଗି ଏହି ଆୱାର୍ଡ ପ୍ରଦାନ କରାଯିବ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.