ETV Bharat / city

କେମିତି ଫେରାଇବେ କାଳିଆ ଟଙ୍କା ? ଜାଣନ୍ତୁ

କାଳିଆ ଯୋଜନାରେ 3 ଲକ୍ଷ ୪୧ହଜାର ଅଯୋଗ୍ୟ ହିତାଧିକାରୀ । ପ୍ରକୃତ ଭାଗଚାଷୀଙ୍କୁ ଟଙ୍କା ମିଳି ନଥିବାବେଳେ ଅଯୋଗ୍ୟ ହିତାଧୀକାରୀଙ୍କ ଆକାଉଣ୍ଟକୁ ଯାଇଛି ଟଙ୍କା । ଜାଣନ୍ତୁ ଅଯୋଗ୍ୟ ହିତାଧିକାରୀଙ୍କ ଠାରୁ ସରକାର କିଭଳି ଆଦାୟ କରିବେ କାଳିଆ ଟଙ୍କା । ଆଉ ଏହି ଅଯୋଗ୍ୟ ତାଲିକାରେ ଯଦି ଆପଣଙ୍କ ନାଁ ରହିଛି ତାହେଲେ ଏହି ପ୍ରକ୍ରିୟାରେ ଫେରାଇବେ ଟଙ୍କା ।

author img

By

Published : Sep 17, 2019, 6:34 PM IST

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: କାଳିଆ ଯୋଜନାରେ 3 ଲକ୍ଷ ୪୧ହଜାର ଅଯୋଗ୍ୟ ହିତାଧିକାରୀ । ଏହି ଅଯୋଗ୍ୟ ହିତାଧିକାରୀ ଏବେ ସରକାରଙ୍କ ମୁଣ୍ଡବିନ୍ଧାର କାରଣ ପାଲିଟିଛି ।

kalia money
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ପ୍ରକୃତ ଭାଗଚାଷୀଙ୍କୁ ଟଙ୍କା ମିଳି ନଥିବାବେଳେ ଅଯୋଗ୍ୟ ହିତାଧୀକାରୀଙ୍କ ଆକାଉଣ୍ଟକୁ ଯାଇଛି ଟଙ୍କା । ଆଉ ଏବେ ଅଯୋଗ୍ୟ ହିତାଧୀକାରୀ ଚିହ୍ନଟ ହେବା ପରେ ସେମାନଙ୍କ ଠାରୁ ଟଙ୍କା ଆଦାୟ କରିବା ସରକାରଙ୍କ ପାଇଁ ଏକ ପ୍ରକାର ଚ୍ୟାଲେଞ୍ଜ ହେବ ।

ଜାଣନ୍ତୁ ଅଯୋଗ୍ୟ ହିତାଧିକାରୀଙ୍କ ଠାରୁ ସରକାର କିଭଳି ଆଦାୟ କରିବେ କାଳିଆ ଟଙ୍କା ? ଆଉ ଏହି ଅଯୋଗ୍ୟ ତାଲିକାରେ ଯଦି ଆପଣଙ୍କ ନାଁ ରହିଛି ତାହେଲେ ଏହି ପ୍ରକ୍ରିୟାରେ ଫେରାଇବେ ଟଙ୍କା :

ରାଜ୍ୟ ସରକାରଙ୍କ କୃଷି ବିଭାଗ ଦେଇଥିବା ରିପୋର୍ଟ ଅନୁସାରେ, କାଳିଆ ଟଙ୍କା ତାଲିକାରେ 20 ହଜାର ସରକାରୀ ଚାକିରିଆ ଓ ପେନସନଭୋଗୀ କାଳିଆ ଯୋଜନାରେ ଟଙ୍କା ପାଇଛନ୍ତି । ଏବେ ସେହି ୨୦ ହଜାର ଅଯୋଗ୍ୟ ହିତାଧିକାରୀଙ୍କୁ ଟଙ୍କା ଫେରାଇବାକୁ କୁହାଯିବ । ଯଦି ସେମାନେ ଟଙ୍କା ନଫେରାନ୍ତି ତାହେଲେ ସେମାନଙ୍କ ଦରମାରୁ ଏହି ଟଙ୍କା କାଟି ଦିଆଯିବ । ଆଉ ପେନସନଭୋଗୀଙ୍କ ପେନସନ ପଇସାରୁ କାଟ କରାଯିବ ବୋଲି କୃଷି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ।

କାଳିଆ ଯୋଜନାରେ ମୋଟ 3 ଲକ୍ଷ 41 ହଜାର ଅଯୋଗ୍ୟ ହିତାଧିକାରୀ ଟଙ୍କା ପାଇଥିବା ସୂଚନା ମିଳିଛି । ତନ୍ମଧ୍ୟରୁ ପ୍ରାୟ 12 ହଜାର ବଡ ଚାଷୀଙ୍କ ନାଁ ସାମିଲ ରହିଛି । ଯେଉଁମାନଙ୍କ ଟଙ୍କା ଫେରସ୍ତ କରିବାକୁ ପ୍ରବର୍ତ୍ତାଯିବ । ସେହିପରି କାଳିଆ ଟଙ୍କାରେ ଗୋଟିଏ ପରିବାରର ମୁଖ୍ୟ ଏହି ଟଙ୍କା ପ୍ରଥମ କିସ୍ତିରେ ପାଇଥିବାବେଳେ ପରିବାରର ଅନ୍ୟ ସଦସ୍ୟମାନେ ଦ୍ବିତୀୟ କିସ୍ତିରେ ଟଙ୍କା ପାଇଛନ୍ତି । ଏହିପରି ଭାବେ 3 ଲକ୍ଷ ପରିବାରର ଏକାଧିକ ବ୍ୟକ୍ତି ଟଙ୍କା ପାଇଛନ୍ତି । ତେବେ ଏଭଳି କ୍ଷେତ୍ରରେ ପରିବାରର ଜଣକୁ ସହାୟତା ମିଳିବ ଓ ପରବର୍ତ୍ତୀ କିସ୍ତିକୁ ଏହାକୁ ଭରଣା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ଅପରପକ୍ଷେ ଭୁଲରେ କଟିଯାଇଥିବା କିମ୍ବା ଯୋଗ୍ୟ ତାଲିକାରୁ ବାଦ ପଡିଥିବା ହିତାଧିକାରୀମାନେ Kaila.co.in ଓ୍ଵେବସାଇଟ୍‌ରେ ଆବେଦନ କରିପାରିବେ । ଏଥିସହ ସେପ୍ଟେମ୍ବର 2019ରେ ଖରିଫ ଚାଷ ପାଇଁ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ କାଳିଆ ଟଙ୍କା ପ୍ରଦାନ କରାଯିବ । ଆଉ ଟଙ୍କା ନେଇଥିବା ଅଯୋଗ୍ୟ ହିତାଧିକାରୀମାନେ ଯଦି ଟଙ୍କା ଫେରେଇବାକୁ ଚାହୁଁଛନ୍ତି ସେମାନେ Voluntary refund Kaila assistanceର sbin001023638474500762 ଆକାଉଣ୍ଟ ନମ୍ବର ଏହି ଟଙ୍କା ଫେରାଇ ପାରିବେ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:କେମିତି ଅଯୋଗ୍ୟ ହିତାଧିକାରୀଙ୍କ ଠାରୁ ଆଦାୟ ହେବ କାଳିଆ ଟଙ୍କା

କେମିତି ଫେରେଇବେ କାଳିଆ ଟଙ୍କା ,ଜାଣନ୍ତୁ

କାଳିଆ ଯୋଜନାରେ 3 ଲକ୍ଷ ୪୧ହଜାର ଅଯୋଗ୍ୟ ହିତାଧିକାରୀ । ସରକାରଙ୍କ ମୁଣ୍ଡବିନ୍ଧା ଏବେ ଏହି ଅଯୋଗ୍ୟ ହିତାଧିକାରୀଙ୍କୁ ନେଇ । ପ୍ରକୃତ ଭାଗଚାଷୀଙ୍କୁ ଟଙ୍କା ପ୍ରଦାନ କରାନଯାଇ ଏହି ଟଙ୍କା ଅଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ଯାଇଛି । ଆଉ ଏବେ ଅଯୋଗ୍ୟ ହିତାଧୀକାରୀ ଚିହ୍ନଟ ହେବା ପରେ ଟଙ୍କା ଆଦାୟ କରିବା ଏବେ ସରକାରଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହେବ ଏବେ ଆସନ୍ତୁ ନଜର ପକାଇବା କିଏ କିଏ ସେହି ଅଯୋଗ୍ୟ ହିତାଧିକାରୀ ଓ ତାଙ୍କ ଠାରୁ କିଭଳି ସରକାର କାଳିଆ ଟଙ୍କା ଆଦାୟ କରିବେ ।
ଏହା ସହ ଆପଣଙ୍କ ନାମ ଯଦି ଅଯୋଗ୍ୟ ତାଲିକାରେ ଅଛି ଯାଣନ୍ତୁ କେମିତି ଫେରେଇବେ କାଳିଆ ଟଙ୍କା

Body:ରାଜ୍ୟ ସରକାରଙ୍କ କୃଷି ବିଭାଗ ଦେଇଥିବା ରିପୋର୍ଟ ଆଧାରରେ ଏହି କାଳିଆ ତାଲିକା ରେ ୨୦ ହଜାର ସରକାରୀ ଚାକିରିଆ ଓ ପେନସନ ଭୋଗୀ ବି କାଳିଆ ଯୋଜନାରେ ଟଙ୍କା ପାଇଛନ୍ତି ବୋଲି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି । ଏହି ୨୦ ହଜାର ଅଯୋଗ୍ୟ ହିତାଧିକାରୀଙ୍କୁ ଟଙ୍କା ଫେରାଇବାକୁ କୁହାଯିବ ।ନହେଲେ ଦରମାରୁ କାଟି ଦିଆଯିବ ଏବଂ ପେନସନ୍ ପାଉଥିଲେ ସେଠାରୁ କାଟ୍ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ଏହା ସହ ଏହି ଯୋଜନାରେ ମୋଟ୍ ୩ ଲକ୍ଷ ୪୧ ହଜାର ଅଯୋଗ୍ୟ ହିତାଧିକାରୀ ଥିବା ସୂଚନା ମିଳିଛି। ଯେଉଁଥିରୁ ପ୍ରାୟ ୧୨ ହଜାର ବଡ଼ ଚାଷୀ ସହାୟତା ପାଇଛନ୍ତି ।
ଏହି ବଡ଼ ଚାଷୀଙ୍କୁ ଟଙ୍କା ଫେରସ୍ତ କରିବାକୁ ପ୍ରବର୍ତ୍ତାଯିବ । ବୋଲି ମନ୍ତ୍ରୀ କହିଛନ୍ତି ।ଏହାସହ ଯେଉଁ ୯ ହଜାର ନାବାଳକ ଓ ନାବାଳିକା ବି କାଳିଆ ଟଙ୍କା ପାଇଛନ୍ତି। ଏସବୁ ପରିବାରର ମୁଖ୍ୟ ସହାୟତା ପାଇଥିବାରୁ ପରବର୍ତ୍ତୀ କିସ୍ତିରେ ଏହାର ବ୍ୟବସ୍ଥିତ ହେବ। ତାଛଡ଼ା ୩ ଲକ୍ଷ ଲୋକ ପରିବାରର ଏକାଧିକ ବ୍ୟକ୍ତି ଟଙ୍କା ପାଇଛନ୍ତି । ପରିବାରର ଜଣକୁ ସହାୟତା ମିଳିବ ଓ ପର କିସ୍ତିରେ ଏହାକୁ ଭରଣା କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ଏହା ସହ ଯଦି କୌଣସି ହିତାଧିକାରୀଙ୍କ ତାଲିକା Conclusion:ଭୁଲ ରେ କଟି ଯାଇଛି କିମ୍ବା ଯୋଗ୍ୟ ତାଲିକା ରୁ ବାଦ ଦିଆଯାଇଛି ସେମାନେ Kaila.co.in ଓ୍ଵେବ ସାଇଟ୍ ରେ ଆବେଦନ କରିପାରିବେ ।ଏହା ସହ ସେପ୍ଟେମ୍ବର ୨୦୧୯ ରେ ଖରିଫ ଚାଷ ପାଇଁ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ କାଳିଆ ଟଙ୍କା ଦିଆଯିବ ।
ଏହା ସହ ଯେଉଁ ଅଯୋଗ୍ୟ ହିତାଧିକାରୀ ମାନେ ଟଙ୍କା ନେଇଛନ୍ତି ଯଦି ଫେରେଇବାକୁ ଚାହୁଁଛନ୍ତି ସେମାନେ ,
Voluntary refund Kaila assistance ର sbin0010236
୩୮୪୭୪୫୦୦୭୬୨ ଆକାଉଣ୍ଟ ନମ୍ବର ,ରେ ଟଙ୍କା ପଠେଇ ଫେରେଇ ପାରିବେ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.