ETV Bharat / city

ବାଇ ଲ’ ପ୍ରତ୍ୟାହାର କରାଯାଉ: ଆଇନ ମନ୍ତ୍ରୀ - By Law issue

ବାଇ ଲ’ ପ୍ରତ୍ୟାହାର କରିବାକୁ ଦାବି ରଖିଲେ ଆଇନ ମନ୍ତ୍ରୀ ପ୍ରତାପ ଜେନା । ଅଧିକ ପଢନ୍ତୁ...

ଆଇନ ମନ୍ତ୍ରୀ
ଆଇନ ମନ୍ତ୍ରୀ
author img

By

Published : Feb 19, 2021, 12:55 PM IST

ଭୁବନେଶ୍ବର: ବାଇ ଲ’ ପ୍ରସଙ୍ଗରେ ବିବାଦ ମୁଣ୍ଡ ଟେକି ଥିବାବେଳେ ଏହାକୁ ପ୍ରତ୍ୟାହାର କରାଯାଉ ବୋଲି ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି । ଏହାକୁ ସ୍ଥଗିତ ନକରି ପ୍ରତ୍ୟାହାର କରାଯିବା ଦରକାର ବୋଲି ସେ ଦାବି କରିଛନ୍ତି ।

ଆଇନ ମନ୍ତ୍ରୀ

ବାଇ ଲ’ ଆଣିବା ଦ୍ଵାରା ପ୍ରତିବନ୍ଧକ ସୃଷ୍ଟି ହୋଇଥିଲା । ବିଭିନ୍ନ ମନ୍ଦିରର ବିକାଶମୂଳକ କାର୍ଯ୍ୟକୁ ରୋକିବା ପାଇଁ ଚେଷ୍ଟା ହୋଇଛି । ତେଣୁ ଏହାକୁ ସ୍ଥଗିତ ନକରାଯାଇ ପ୍ରତ୍ୟାହାର କରାଯିବା ଦରକାର ବୋଲି ଆଇନମନ୍ତ୍ରୀ କହିଛନ୍ତି ।

ଆମେ ଦାବି କରୁଛୁ ଏହାକୁ ପ୍ରତ୍ୟାହାର କରାଯାଉ । ଲିଙ୍ଗରାଜ ମନ୍ଦିରରେ ବିକାଶମୂଳକ କାର୍ଯ୍ୟର ପ୍ରତିବନ୍ଧକ ନହେଉ ବୋଲି ମଧ୍ୟ ସେ କହିଛନ୍ତି । ସେହିପରି ଦୁଇ ବିଜେପି ସାଂସଦ ବାଇ ଲ’କୁ ନେଇ ଭିନ୍ନ ମତ ଦେଉଛନ୍ତି । ନିଜେ ବସି କଥା ହୋଇ ଗୋଟିଏ କଥା କୁହନ୍ତୁ ବୋଲି କହିଛନ୍ତି ଆଇନମନ୍ତ୍ରୀ ପ୍ରତାପ ଜେନା ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.