ETV Bharat / city

ଖରିଫ ଧାନ ବିକ୍ରି ପାଇଁ ସେପ୍ଟେମ୍ବର 7 ଯାଏଁ ବଢିଲା ପଞ୍ଜିକରଣ ଅବଧି - ଖରିଫ ଧାନ ବିକ୍ରି

ଖରିଫ ଧାନ ବିକ୍ରି ପାଇଁ ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ପଞ୍ଜିକରଣ ତାରିଖକୁ ସେପ୍ଟେମ୍ବର 7 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଅଧିକ ପଢନ୍ତୁ...

ଖରିଫ ଧାନ ବିକ୍ରି ପାଇଁ ସେପ୍ଟେମ୍ବର 7 ପର୍ଯ୍ୟନ୍ତ ବଢିଲା ପଞ୍ଜିକରଣ ଅବଧି

author img

By

Published : Aug 31, 2020, 9:56 PM IST

Updated : Aug 31, 2020, 10:14 PM IST

ଭୁବନେଶ୍ବର: ଖରିଫ ଧାନ ବିକ୍ରି ନେଇ ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ପଞ୍ଜିକରଣ ତାରିଖକୁ ସେପ୍ଟେମ୍ବର 7 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ସଂପ୍ରତି ରାଜ୍ୟର ବନ୍ୟା ପରିସ୍ଥିତି ଓ କୋଭିଡ-୧୯ ସ୍ଥିତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଏନେଇ ଖାଦ୍ୟଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଟ୍ବିଟରରେ ସୂଚନା ଦେଇଛନ୍ତି ।

ଖରିଫ ଧାନ ବିକ୍ରି ପାଇଁ ସେପ୍ଟେମ୍ବର 7 ପର୍ଯ୍ୟନ୍ତ ବଢିଲା ପଞ୍ଜିକରଣ ଅବଧି
ଖରିଫ ଧାନ ବିକ୍ରି ପାଇଁ ସେପ୍ଟେମ୍ବର 7 ପର୍ଯ୍ୟନ୍ତ ବଢିଲା ପଞ୍ଜିକରଣ ଅବଧି

ଖାଦ୍ୟଯୋଗାଣ ମନ୍ତ୍ରୀ ଟ୍ବିଟରରେ ଲେଖିଛନ୍ତି, ‘ସଂପ୍ରତି ରାଜ୍ୟର ବନ୍ୟା ପରିସ୍ଥିତି ଏବଂ କୋଭିଡ୍‌-୧୯ ସ୍ଥିତିକୁ ଦୃଷ୍ଟିରେ ରଖି ଖରିଫ୍‌ ଧାନ ସଂଗ୍ରହ ନିମନ୍ତେ ଚାଷୀମାନଙ୍କ ନାମ ପଞ୍ଜିକରଣ ଅବଧି ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୭କୁ ବୃଦ୍ଧି କରାଯାଇଛି। ଏଣୁ ଚାଷୀଭାଇ/ଭଉଣୀଙ୍କୁ ଅନୁରୋଧ ତୁରନ୍ତ ବୃଦ୍ଧି କରାଯାଇଥିବା ସମୟ ମଧ୍ୟରେ ପଞ୍ଜିକରଣ କରାଇନିଅନ୍ତୁ।’

ଯେଉଁ ଚାଷୀମାନେ ବନ୍ୟା ଏବଂ କୋଭିଡ୍-୧୯ ସ୍ଥିତି ଯୋଗୁ ସେମାନଙ୍କ ନାମ ପଞ୍ଜୀକରଣ କରିପାରିନାହାନ୍ତି, ସେମାନେ ବର୍ଦ୍ଧିତ ସମୟସୀମା ମଧ୍ୟରେ ନାମ ପଞ୍ଜିକରଣ କରିନେବା ପାଇଁ ମନ୍ତ୍ରୀ ସ୍ୱାଇଁ କହିଛନ୍ତି ।

ଅଗଷ୍ଟ ୩୧ ତାରିଖ ସୁଦ୍ଧା ମୋଟ ୧୧ ଲକ୍ଷ ୪୪ ହଜାରଚାଷୀ ସେମାନଙ୍କର ନାମ ପଞ୍ଜୀକରଣ କରିସାରିଛନ୍ତି । ରାଜ୍ୟର ମୋଟ ୨୮୫୨ଟି ପ୍ରାଥମିକ କୃଷି ସମବାୟ ସମିତିରେ ନାମ ପଞ୍ଜୀକରଣ କାର୍ଯ୍ୟ କରାଯାଉଛି । କୋଭିଡ୍‌-୧୯ ସ୍ଥିତିରେ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ସମସ୍ତ ମାର୍ଗଦର୍ଶିକା ଓ ସାମାଜିକ ଦୂରତ୍ୱ ପାଳନ କରାଯାଇ ଚାଷୀମାନଙ୍କର ନାମ ପଞ୍ଜିକରଣ କରାଯାଉଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Aug 31, 2020, 10:14 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.