ETV Bharat / city

କୋରୋନା ଭୟ: ସୁରଟରେ ଓଡିଆ ଶ୍ରମିକଙ୍କୁ ଘର ଛାଡିବାକୁ କହିଲେ ମାଲିକ

author img

By

Published : May 5, 2021, 8:02 PM IST

କୋରୋନା ସଂକ୍ରମଣ ଭୟରେ ଓଡ଼ିଆ ଶ୍ରମିକଙ୍କୁ ଘରୁ ବାହାରି ଯିବାକୁ କହିଲେ ଘର ମାଲିକ । ଗୁଜୁରାଟ ସୁରଟରେ ଦେଖିବାକୁ ମିଳିଛି ଏଭଳି ଏକ ଦୃଶ୍ୟ । ଅଧିକ ପଢ଼ନ୍ତୁ...

କୋରୋନା ଭୟ: ଓଡ଼ିଆ ଶ୍ରମିକଙ୍କୁ ଘର ଛାଡ଼ିବାକୁ କହିଲେ ମାଲିକ

ଗାନ୍ଧୀନଗର: କୋରୋନା ସଂକ୍ରମଣ ଭୟରେ ଓଡ଼ିଆ ଶ୍ରମିକଙ୍କୁ ଘରୁ ବାହାରି ଯିବାକୁ କହିଲେ ଘର ମାଲିକ । ଗୁଜୁରାଟ ସୁରଟରେ ଦେଖିବାକୁ ମିଳିଛି ଏଭଳି ଏକ ଦୃଶ୍ୟ । ଦେଶରେ ହୁ ହୁ ହୋଇ କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ କପଡ଼ା ତିଆରି କାରଖାନାରେ ତାଲା ପଡ଼ିଛି । ଫଳରେ ଏହି ସବୁ କାରଖାନାରେ କାମ କରୁଥିବା ଓଡ଼ିଆ ଶ୍ରମିକମାନେ ବର୍ତ୍ତମାନ ରୋଜଗାର ହରାଇ ବସିଛନ୍ତି । ଗୋଟିଏ ଘରେ ପ୍ରାୟ 10ରୁ 15 ଜଣ ଓଡ଼ିଆ ଶ୍ରମିକ ରହିବାକୁ ବାଧ୍ୟ ହୋଇଛନ୍ତି । ଏଭଳି ସ୍ଥିତିରେ କୋରୋନା ସଂକ୍ରମଣ ଭୟରେ ଘର ମାଲିକ ଏହି ଶ୍ରମିକଙ୍କୁ ଘର ଖାଲି କରିବାକୁ କହିଛନ୍ତି ।

ଏହାପରେ ସୁରଟକୁ ରୋଜଗାର ଆଶାରେ ଯାଇଥିବା ଏହି ଓଡ଼ିଆ ଶ୍ରମିକ ଏବେ ନିଜ ଭିଟାମାଟିକୁ ଫେରିବାକୁ ବାହାରିଛନ୍ତି । ସୁରଟରେ କୋରୋନା ସଂକ୍ରମଣ ବୃଦ୍ଧି ପାଇଛି । ଏଥିପାଇଁ ସୁରଟରୁ ପ୍ରାୟ 50 ପ୍ରତିଶତ ଶ୍ରମିକ ଘରକୁ ଫେରି ଯାଇଛନ୍ତି । ସୁରଟର ପାଣ୍ଡେସରା, ଉଦ୍ଧନା, ସଚିନ ଓ ଅମରୋଲି ଅଞ୍ଚଳର ବିଭିନ୍ନ କାରଖାନାରେ ହଜାର ହଜାର ଓଡ଼ିଆ ଶ୍ରମିକ କାମ କରୁଛନ୍ତି । ତେବେ କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ବିଭନ୍ନ ଉଦ୍ୟୋଗ ବନ୍ଦ କରାଯାଇଛି ।

ପାଣ୍ଡେସରା ଅଞ୍ଚଳର ଦୁଇଟି 10/10 ଗୃହରେ ରହୁଛନ୍ତି 10ରୁ 15 ଜଣ ଓଡ଼ିଆ ଶ୍ରମିକ । ତେବେ ଘର ମାଲିକ ତାଙ୍କୁ ଏହି ଘର ଛାଡ଼ି ଅନ୍ୟତ୍ର ରହିବାକୁ ବାଧ୍ୟ କରୁଛନ୍ତି । ଏହି ଶ୍ରମିକମାନେ ମାସିକ 17ଶହ ଟଙ୍କାରୁ 2 ହଜାର ଟଙ୍କା ଭଡ଼ା ଦେଇ ଏହି ଘରେ ରହୁଥିଲେ । ହେଲେ ସମସ୍ତ କାରଖାନା ବନ୍ଦ ହେବାପରେ ବର୍ତ୍ତମାନ ପାଖରେ ଥିବା ଟଙ୍କାରେ ଓଡ଼ିଶା ଫେରିବାକୁ ମନସ୍ଥ କରିଛନ୍ତି ।

ଏହାକୁ ନେଇ ଓଡ଼ିଶା ସମାଜର ସଦସ୍ୟ ଶ୍ରୀକାନ୍ତ ରାଉତ କହିଛନ୍ତି ଯେ, "କୋରୋନା ସଂକ୍ରମଣ ଯୋଗୁଁ ବିଭନ୍ନ ଉଦ୍ୟୋଗ ବନ୍ଦ ହୋଇଛି । ଏହାପରେ 50 ପ୍ରତିଶତ ଶ୍ରମିକ ଓଡ଼ିଶା ଫେରି ସାରିଲେଣି । ବକେୟା ଦରମା ମିଳିଲେ ବାକି ଶ୍ରମିକ ମଧ୍ୟ ଘରକୁ ଫେରି ଯିବାକୁ ଚାହିଁ ରହିଛନ୍ତି । ଶ୍ରମିକମାନଙ୍କୁ ରୋକିବାକୁ ଯଥା ସମ୍ଭବ ଚେଷ୍ଟା କରାଯାଉଛି । କିନ୍ତୁ ବର୍ତ୍ତମାନ କିଛି ଘର ମାଲିକ ଶ୍ରମିକ ମାନଙ୍କୁ ଘର ଛାଡ଼ିବାକୁ ବାଧ୍ୟ କରୁଛନ୍ତି। "

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.