ETV Bharat / city

ଭୂମିହୀନ କୃଷକଙ୍କୁ ମିଳିବ କୋଭିଡ଼ ସହାୟତା; 18 ଲକ୍ଷ ଆକାଉଣ୍ଟକୁ ଯିବ 386 କୋଟି - ଭୁବନେଶ୍ବର ଖବର

ଚାଷୀଙ୍କ ଆକାଉଣ୍ଟକୁ ଯିବ କାଳିଆ ଟଙ୍କା । ଯୋଜନାରେ ଅନ୍ତର୍ଭୁକ୍ତ ଭୂମିହୀନ କୃଷକକୁ ମିଳିବ ସ୍ବତନ୍ତ୍ର କୋଭିଡ଼ ସହାୟତା । ଅଧିକ ପଢନ୍ତୁ...

Landless farmers will get covid assistance; 386 crore will go to the accounts of 18 lakhs
ଭୂମିହୀନ କୃଷକଙ୍କୁ ମିଳିବ କୋଭିଡ଼ ସହାୟତା; 18 ଲକ୍ଷଙ୍କ ଆକାଉଣ୍ଟକୁ ଯିବ 386 କୋଟି
author img

By

Published : Jun 30, 2021, 11:28 AM IST

ଭୁବନେଶ୍ବର: ଆଜି ଚାଷୀଙ୍କ ଆକାଉଣ୍ଟକୁ ଯିବ କାଳିଆ ଟଙ୍କା । କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ ଭୂମିହୀନ କୃଷକକୁ ମିଳିବ ସ୍ବତନ୍ତ୍ର କୋଭିଡ଼ ସହାୟତା । ଅପରାହ୍ନ 5.30ଟାରେ କାଳିଆ ଯୋଜନା ଅଧିନରେ ଯୋଗ୍ୟ ଚାଷୀଙ୍କୁ ସହାୟତା ଟଙ୍କା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୋଟ 18 ଲକ୍ଷ ଭୂମିହୀନ କୃଷକ ପରିବାରକୁ ମିଳିବ 386 କୋଟି ଟଙ୍କାର ସ୍ବତନ୍ତ୍ର କୋଭିଡ଼ ସହାୟତା । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଆଜି ହେବାକୁ ଥିବା କାର୍ଯ୍ୟକ୍ରମରେ କୃଷିମନ୍ତ୍ରୀ ଅରୁଣ ସାହୁ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, କୃଷି ଉତ୍ପାଦନ କମିଶନର ରାଜ କୁମାର ଶର୍ମା, କୃଷି ସଚିବ ସୁରେଶ ବଶିଷ୍ଠ ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କେ ପଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିବେ ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.