ETV Bharat / city

STFର ଚଢାଉ: 14 ଲକ୍ଷ ଟଙ୍କାର ନକଲି ନୋଟ୍ ଜବତ

କ୍ରାଇମବ୍ରାଞ୍ଚ STF ଚଢାଉରେ ବରଗଡ଼ ଜିଲ୍ଲା ବରପାଲିରୁ ମିଳିଲା 14 ଲକ୍ଷ ନକଲି ନୋଟ୍ । ଏହି ମାମଲାରେ ଦୁଇ ଜଣ ଗିରଫ ହୋଇଛନ୍ତି । ଅଧିକ ପଢନ୍ତୁ

କ୍ରାଇମବ୍ରାଞ୍ଚ STFର ଚଢାଉ: 14 ଲକ୍ଷ ଟଙ୍କାର ନକଲି ନୋଟ୍ ଜବତ

author img

By

Published : Jul 7, 2022, 7:47 PM IST

ଭୁବନେଶ୍ବର: STF ପଞ୍ଝାରେ ନକଲି ନୋଟ୍ ରାକେଟ୍ । 14 ଲକ୍ଷ 29 ହଜାର 500 ଟଙ୍କାର ନକଲି ନୋଟ୍ ଜବତ ହେବା ସହ ଏହି ରାକେଟର ଦୁଇ ଜଣଙ୍କୁ ଗିରଫ କରିଛି STF । ବିଶ୍ବସ୍ତ ସୂତ୍ରରୁ ଖବର ପାଇ STF ଓ ବରଗଡ଼ ପୋଲିସର ଏକ ସ୍ବତନ୍ତ୍ର ଟିମ୍ ବରଗଡ଼ ଜିଲ୍ଲାର ବରପାଲି ଅଞ୍ଚଳରେ ବଳରାମ ମେହେର ଘରେ ଆଜି(ଗୁରୁବାର) ସକାଳୁ ଚଢ଼ାଉ କରିଥିଲେ। ବଳରାମଙ୍କ ନିକଟରୁ 12 ଲକ୍ଷ 97 ହଜାର 500 ଟଙ୍କାର ନକଲି ନୋଟ୍ ଜବତ କରାଯାଇଛି ।

କ୍ରାଇମବ୍ରାଞ୍ଚ STFର ଚଢାଉ: 14 ଲକ୍ଷ ଟଙ୍କାର ନକଲି ନୋଟ୍ ଜବତ

ଅଭିଯୁକ୍ତଙ୍କୁ ଅଧିକ ପଚରାଉଚରା ପରେ ରାକେଟର ମାଷ୍ଟର ମାଇଣ୍ଡ ଆନ୍ତଃରାଜ୍ୟ ଅପରାଧୀ ଗୋରଖପୁରର ପଟୁ ଯାଦବ ବୋଲି ଜଣା ପଡିଥିଲା । ପରେ ପଟୁ ଯାଦବର ବୁର୍ଲା ସିକ୍ରିଡି ଅଞ୍ଚଳରେ ଥିବା ଘର ଉପରେ ଚଢ଼ାଉ କରାଯାଇଥିଲା । ତା’ ନିକଟରୁ 1 ଲକ୍ଷ 32 ହଜାର ଟଙ୍କାର ଜାଲ ନୋଟ ମିଳିଥିଲା । ଉଭୟଙ୍କୁ ଗିରଫ କରାଯିବା ସହ ଅଧିକା ପଚରାଉଚୁରା ବେଳେ ଜଣାପଡିଛି ଯେ, ନକଲି ନୋଟ କାରବାର କରିବା ନମନ୍ତେ ସେମାନଙ୍କୁ 1 ଲକ୍ଷ ଟଙ୍କାରେ 30 ହଜାର ଟଙ୍କା ମିଳୁଥିଲା ।

ବିଭିନ୍ନ ଭିଡ଼ ଜାଗା ଦେଖି ଏହି ଟଙ୍କା ମାର୍କେଟକୁ ଛାଡ଼ୁଥିଲେ ଏମାନେ । ପଡୋଶୀ ରାଜ୍ୟ ଯଥା, ବିହାର, ଝାଡ଼ଖଣ୍ଡ, ଛତିଶଗଡ଼ ଏବଂ ଉତ୍ତର ପ୍ରଦେଶ ଇତ୍ୟାଦି ରାଜ୍ୟରୁ ଏହି ନକଲି ନୋଟ ଓଡିଶା ଆସୁଥିବା ଜଣାପଡିଛି । ଏନେଇ ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ବ୍ୟୁରୋ ଏବଂ NIAକୁ ଅବଗତ କରାଯିବା ସହ ଆସନ୍ତା କାଲି(ଶୁକ୍ରବାର) ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.