ETV Bharat / city

ରାଜଧାନୀର ଲେଡି ପେପର ହକର 'ସୁଭାରାଣୀ'

ରାଜଧାନୀର ଏକମାତ୍ର ମହିଳା ଖବରକାଗଜ ବିତରକ ବା ଲେଡି ପେପର ହକର ପାଲଟିଛନ୍ତି ସୁଭାରାଣୀ। ସେହି ରୋଜଗାରରେ ଚଳାଉଛନ୍ତି ପରିବାର । ପାଠ ପଢାଉଛନ୍ତି ଦୁଇ ଝିଅଙ୍କୁ। ତେବେ ମା'ଙ୍କ କଠିନ ପରିଶ୍ରମ ଦେଖି ତାଙ୍କୁ ସହାୟତାରେ ହାତ ବଢାଇ ଦୁଇ ଝିଅ ମଧ୍ୟ ବିକ୍ରି କରୁଛନ୍ତି ଖବରକାଗଜ ।

author img

By

Published : Mar 8, 2019, 2:48 PM IST

Updated : Mar 8, 2019, 3:23 PM IST

ଫଟୋ ସୌଜନ୍ୟ : ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ଆଜିର ସମାଜରେ ଅବଳା କି ଦୁର୍ବଳା ହୋଇ ରହି ନାହିଁ ସ୍ବାଭିମାନୀ ନାରୀ । ପୁରୁଷ ସହ ବର୍ତ୍ତମାନ ସମୟରେ କାନ୍ଧରେ କାନ୍ଧ ମିଶାଇ ଚାଲିବାରେ ସକ୍ଷମ ସେ । ଯାହାର ଏକ ଜ୍ବଳନ୍ତ ଉଦାହରଣ ହେଉଛନ୍ତି ରାଜଧାନୀର 45 ବର୍ଷୀୟ ସୁଭାରାଣୀ । ଆର୍ଥିକ ଅନଟନ ସହିତ ଜୁଝି ନିଜେ ସ୍ବାବଲମ୍ବୀ ହେବା ସହିତ ପରିବାରର ଆର୍ଥିକ ଦୂରାବସ୍ଥା କେତେକାଂଶରେ ଦୂର କରିବାରେ ସେ ସକ୍ଷମ ହୋଇଛନ୍ତି । ଅନ୍ୟପଟେ ପେଟରେ ଭୋକ ଓ ଆଖିରେ ପିଲାମାନଙ୍କୁ ପାଠ ପଢାଇ ବଡ ମଣିଷ କରିବାର ସ୍ବପ୍ନ ।

ଏସମସ୍ତ ସ୍ବପ୍ନକୁ ସାଉଁଟି ସ୍ବାମୀଙ୍କ ସହ ରୋଜଗାର ପାଇଁ ଘରୁ ଗୋଡ କାଢିଛନ୍ତି ସୁଭାରାଣୀ । ତେବେ ନିଜର ନିଷ୍ଠାପର ଉଦ୍ୟମ ବଳରେ ଆଜି ସେ ପାଲଟିଛନ୍ତି ରାଜଧାନୀର ଏକମାତ୍ର ମହିଳା ଖବରକାଗଜ ବିତରକ ବା ଲେଡି ପେପର ହକର । ତାଙ୍କର ପରିବାର କହିଲେ ସ୍ବାମୀ ପ୍ରକାଶ ଚନ୍ଦ୍ର ନାୟକ ଓ ଦୁଇ ଝିଅ ଜ୍ୟୋତିର୍ମୟୀ ଓ ଶ୍ରୁତି । ତେବେ ମା'ଙ୍କ କଠିନ ପରିଶ୍ରମ ଦେଖି ତାଙ୍କୁ ସହାୟତାରେ ହାତ ବଢାଇ ଦୁଇ ଝିଅ ମଧ୍ୟ ବିକ୍ରି କରୁଛନ୍ତି ଖବରକାଗଜ ।

ଭିଡିଓ ସୌଜନ୍ୟ : ପ୍ରତିନିଧି, ଭୁବନେଶ୍ବର

ଦୈନିକ ଭୋର 3ଟାରୁ ଉଠି ମା'ଙ୍କ ସହ ଦୁଇ ଭଉଣୀ ସ୍କୁଟି ହେଉ କି ସାଇକେଲ ଧରି ପହଞ୍ଚି ଯାଆନ୍ତି ମାଷ୍ଟର କ୍ୟାଣ୍ଟିନ ପାଖରେ । ଅନ୍ୟ ପୁରୁଷଙ୍କ ଟାହି ଟାପରାକୁ ଟିକେ ବି ଖାତିର ନକରି ଆରମ୍ଭ ହୁଏ ଖବରକାଗଜ ସଂଗ୍ରହ କାମ । ଏହାପରେ ହାତରେ ପେପର ଧରି ଚାଲେ ରାଜଧାନୀର ପ୍ରାୟ 300 ଘରେ ପେପର ବଣ୍ଟା । ଯାହା ମଧ୍ୟରେ ରହିଛି ସହୀଦ ନଗର, ସତ୍ୟନଗର ଓ ମାଷ୍ଟର କ୍ୟାଣ୍ଟିନର ଅନେକ ଘର ।

ତେବେ ସୁଭାରାଣୀଙ୍କର ଇଚ୍ଛା ଦୁଇ ଝିଅ ଆଗକୁ ସିଭିଲ ସର୍ଭିସ କ୍ଲିଅର କରନ୍ତୁ । ଝିଅମାନେ ମଧ୍ୟ ମା'ଙ୍କ ଇଚ୍ଛାରେ ପୂର୍ଣ୍ଣ ସହମତ । ହେଲେ ଯେତେ ସଫଳତା ପାଇଲେ ମଧ୍ୟ ଏହି କାମକୁ ଜାରି ରଖିବେ ବୋଲି ପ୍ରକାଶ କରିଛନ୍ତି ଜ୍ୟୋତିର୍ମୟୀ ଓ ଶ୍ରୁତି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:Body:

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ନ୍ୟୁଜ୍‌

Conclusion:
Last Updated : Mar 8, 2019, 3:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.