ଭୁବନେଶ୍ବର: ରାଜ୍ୟରେ ଟିକାର ଅଭାବ ହେତୁ ଟୀକାକରଣରେ ଦେଖିବାକୁ ମିଳୁଛି ବ୍ୟାପକ ଅସୁବିଧା । ଏନେଇ ପୁନର୍ବାର କେନ୍ଦ୍ରକୁ ଚିଠି ଲେଖିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭଗ ।
ବର୍ତ୍ତମାନ ରାଜ୍ୟରେ 3, 47,180 ଡୋଜ୍ କୋଭିଶିଲ୍ଡ ଏବଂ 1,36,820 ଡୋଜ କୋଭାକ୍ସିନ ଟୀକା ରହିଛି । ବର୍ତ୍ତମାନ ସମୟରେ ରାଜ୍ୟର ସମସ୍ତ ଆଞ୍ଚଳିକ ଏବଂ ଜିଲ୍ଲାଗୁଡିକରେ ଟିକା କେନ୍ଦ୍ରରେ କୋଭିଶିଲ୍ଡ ଟିକାର ସମ୍ପୁର୍ଣ୍ଣ ଷ୍ଟକ୍ ନାହିଁ | ଏହା ବ୍ୟତୀତ ମଙ୍ଗଳବାର ଅପରାହ୍ନରେ 3, 49,130 ଡୋଜ୍ କୋଭିଶିଲ୍ଡ ରାଜ୍ୟକୁ ଆସିଛି, ଯାହା ଶୀଘ୍ର ବଣ୍ଟନ କରାଯିବ । ଏହା କେବଳ 3 ଦିନ ପାଇଁ ରାଜ୍ୟରେ ଟୀକାକରଣରେ ବ୍ୟବହୃତ ହୋଇପାରିବ । ଏହା ପରେ ସମଗ୍ର ରାଜ୍ୟରେ କୋଭିଶିଲ୍ଡ ଟିକା ବାହାର କରାଯିବ। ଆଗାମୀ ଦିନରେ ରାଜ୍ୟରେ ଟୀକାକରଣକୁ ତ୍ୱରାନ୍ୱିତ କରିବା ପାଇଁ ଯଥାଶୀଘ୍ର ଟିକା ପଠାଇବାକୁ କେନ୍ଦ୍ରକୁ କହିଛି ସ୍ୱାସ୍ଥ୍ୟ ବିଭଗ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ