ETV Bharat / city

ରାଜ୍ୟରେ ଅଭାବୀ ବର୍ଷା, ସ୍ବାଭାବିକଠାରୁ 17% କମ - 17 ପ୍ରତିଶତ କମ ବର୍ଷା

ଚଳିତ ବର୍ଷ ସ୍ବାଭାବିକଠାରୁ କମ ବର୍ଷା ହୋଇଛି । ପ୍ରତିବର୍ଷ ଜୁନ ସୁଦ୍ଧା ଯେତିକି ପରିମାଣର ବର୍ଷା ହୋଇଥାଏ ତାଠାରୁ ଚଳିତ ବର୍ଷ 17 ପ୍ରତିଶତ କମ ବର୍ଷା ହୋଇଥିବା ରେକର୍ଡ ହୋଇଛି । ଅଧିକ ପଢନ୍ତୁ...

ଚଳିତ ବର୍ଷ ସ୍ବଭାବିକଠାରୁ କମ ବର୍ଷା
ଚଳିତ ବର୍ଷ ସ୍ବଭାବିକଠାରୁ କମ ବର୍ଷା
author img

By

Published : Jun 30, 2021, 1:44 PM IST

ଭୁବନେଶ୍ବର: ରାଜ୍ୟରେ ଅଭାବୀ ବର୍ଷାର ପରିମାଣ ବଢିବାରେ ଲାଗିଛି । ଚଳିତ ବର୍ଷ ସ୍ବାଭାବିକଠାରୁ କମ ବର୍ଷା ହୋଇଛି । ପ୍ରତିବର୍ଷ ଜୁନ ସୁଦ୍ଧା ଯେତିକି ପରିମାଣର ବର୍ଷା ହୋଇଥାଏ ତାଠାରୁ ଚଳିତ ବର୍ଷ 17 ପ୍ରତିଶତ କମ ବର୍ଷା ହୋଇଥିବା ରେକର୍ଡ ହୋଇଛି ।

ସ୍ବାଭାବିକ ଭାବରେ ଏହି ସମୟରେ 208.3 ମିମି ବର୍ଷା ହୋଇଥାଏ । ଏହାକୁ ହିସାବକୁ ନେଲେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 17 ପ୍ରତିଶତ କମ ବର୍ଷା ହୋଇଛି । ଜୁନ 1ରୁ 30 ଭିତରେ ୧୪ଟି ଜିଲ୍ଲା ବଲାଙ୍ଗୀର, ବୌଦ୍ଧ, ରାୟଗଡା, ଗଞ୍ଜାମ, ଗଜପତି, ନବରଙ୍ଗପୁର, କଳାହାଣ୍ଡି, ଅନୁଗୋଳ, ନୟାଗଡ, ଯାଜପୁର, ଭଦ୍ରକ, କନ୍ଧମାଳ, ମୟୂରଭଞ୍ଜ ଏବଂ କେନ୍ଦୁଝରରେ ଅଭାବୀ ବର୍ଷା ହୋଇଛି । ଯାହା ସ୍ଵାଭାବିକ ବର୍ଷା ଠାରୁ ୨୦ ରୁ ୫୯% ଯାଏଁ କମ ରହିଛି ।

ପୁରୀ, କଟକ, କେନ୍ଦ୍ରାପଡା ଏବଂ କୋରାପୁଟରେ ସ୍ବାଭାବିକ ଠାରୁ ୨୦ ରୁ ୫୯ ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇଥିବା ବେଳେ ଅବଶିଷ୍ଠ ୧୨ ଜିଲ୍ଲାରେ ସ୍ବାଭାବିକ ବର୍ଷା ଅନୁଭୂତ ହୋଇଛି । ଆଜି ସୁଦ୍ଧା କୋରାପୁଟ ଜିଲ୍ଲାରେ ସର୍ବାଧିକ ୨୮୫.୭ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ସର୍ବନିମ୍ନ ୮୪.୩ ମିମି ବର୍ଷା ରେକର୍ଡ ହୋଇଛି । ଭଦ୍ରକ ଜିଲ୍ଲାରେ ୫୨% କମ, ଗଞ୍ଜାମ ଜିଲ୍ଲାରେ ୫୧% କମ ବର୍ଷା ରେକର୍ଡ ହୋଇଛି । ପୁରୀ ଜିଲ୍ଲାରେ ସର୍ବାଧିକ ୪୬% ଅଧିକ ଏବଂ କୋରାପୁଟ ଜିଲ୍ଲାରେ ୩୫% ଅଧିକ ବର୍ଷା ରେକର୍ଡ ହୋଇଛି । ବର୍ତ୍ତମାନ ସୁଦ୍ଧା ରାଜଧାନୀ ଭୁବନେଶ୍ବରରେ ୩୦୮.୬ ମିମି ବର୍ଷା ରେକର୍ଡ ହୋଇଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ,ଇଟିିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.