ETV Bharat / city

8 ଦଫା ଦାବି ନେଇ ଶ୍ରମିକ ୟୁନିୟନ ସମନ୍ୱୟ କମିଟିର ବିକ୍ଷୋଭ ପ୍ରଦର୍ଶନ

୮ ଦଫା ଦାବି ନେଇ ଭୁବନେଶ୍ୱରସ୍ଥିତ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶ୍ରମିକ ୟୁନିୟନ ସମନ୍ୱୟ କମିଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

author img

By

Published : Jul 20, 2019, 7:55 AM IST

ଫଟୋ ସୌଜନ୍ୟ:ସମ୍ବାଦଦାତା,ଭୁୁବନେଶ୍ବର

ଭୁବନେଶ୍ବର: ବିଭିନ୍ନ ଦାବି ନେଇ ଭୁବନେଶ୍ୱର ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ଘେରିଲା ନିର୍ମାଣ ଶ୍ରମିକ ୟୁନିୟନ ସମନ୍ୱୟ କମିଟି ।

୮ ଦଫା ଦାବି ନେଇ ଭୁବନେଶ୍ୱରସ୍ଥିତ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶ୍ରମିକ ୟୁନିୟନ ସମନ୍ୱୟ କମିଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ରାଜ୍ୟରେ ନିର୍ମାଣ ଶ୍ରମିକଙ୍କ ପିଲାମାନେ ଘରୋଇ ବୈଷୟିକ କଲେଜ ଆଦିରେ ଶିକ୍ଷା ନିମନ୍ତେ ନାମ ଲେଖାଇଲେ ସେମାନଙ୍କୁ ଶିକ୍ଷା ସହାୟତା ରାଶି ପାଇବେ ନାହିଁ ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର କରାଯାଉ, ପଞ୍ଜିକୃତ ନିର୍ମାଣ ଶ୍ରମିକ ଅନ୍ୟୁନ ୫ ବର୍ଷ ବାର୍ଷିକ ପ୍ରିମିୟମ ଦାଖଲ କଲେ ପେନସନ ଦିଆଯିବ ନିର୍ଦ୍ଦେଶନାମାକୁ ପରିବର୍ତ୍ତନ କରାଯାଇ ସମୟ ଅବଧିକୁ ୧୦ ବର୍ଷ ପର୍ଯ୍ୟନ୍ତ ବଢ଼ାଯାଉ ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା,ଭୁୁବନେଶ୍ବର

ଏହାସହ ବିଭିନ୍ନ ସହାୟତା ରାଶି ଜିଲ୍ଲାସ୍ତରୀୟ ନିଯୁକ୍ତ ଭେଣ୍ଡରଙ୍କ ଠାରୁ କ୍ରୟ କରିବା ନିୟମକୁ କଡାକଡ଼ି କରାଯାଉ, ନିର୍ମାଣ ବୋର୍ଡ଼ର ଆବଶ୍ୟକୀୟ ଭିତ୍ତିଭୂମି ଗଠନ କରାଯିବା ସହ ଆବଶ୍ୟକ କର୍ମଚାରୀ ନିଯୁକ୍ତ କରାଯାଉ ବୋଲି ଦାବି କରିଛି ନିର୍ମାଣ ଶ୍ରମିକ ୟୁନିୟନ ସମନ୍ୱୟ କମିଟି ।

ପାଖାପାଖି ୨ହଜାର ନିର୍ମାଣ ଶ୍ରମିକ ୟୁନିୟନ ସଦସ୍ୟ ଶୁକ୍ରବାର ଆସି ଏହି ବିକ୍ଷୋଭରେ ସାମିଲ ହୋଇଥିଲେ । ସରକାର ଯଦି ସେମାନଙ୍କ ଦାବି ଶୁଣି କିଛି ପଦକ୍ଷେପ ନନିଅନ୍ତି ତେବେ, ଆଗାମୀ ଦିନରେ ଜିଲ୍ଲା ଓ ରାଜ୍ୟସ୍ତରରେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ଓଡିଶା ନିର୍ମାଣ ଶ୍ରମିକ ୟୁନିୟନ ସଦସ୍ୟ ବିଜୟ ଜେନା କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ବିଭିନ୍ନ ଦାବି ନେଇ ଭୁବନେଶ୍ୱର ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ଘେରିଲା ନିର୍ମାଣ ଶ୍ରମିକ ୟୁନିୟନ ସମନ୍ୱୟ କମିଟି।

Body:ଓଡିଶା ,ନିର୍ମାଣ ଶ୍ରମିକଙ୍କ ୮ ଦଫା ଦାବି ନେଇ ଭୁବନେଶ୍ୱରସ୍ଥିତ ଶ୍ରମ ଅୟୁକ୍ତଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ।ରାଜ୍ୟରେ ନିର୍ମାଣ ଶ୍ରମିକଙ୍କ ପିଲାମାନେ ଘରୋଇ ବୈଷୟିକ କଲେଜ ଯଥା ଡିଗ୍ରୀ,ଡିପ୍ଲୋମା,ଏମବିଏ ଏବଂ ଅନ୍ୟାନ୍ୟ ଶିକ୍ଷା ନିମନ୍ତେ ନାମ ଲେଖାଇଲେ ସେମାନେ ଶିକ୍ଷା ସହାୟତା ରାଶି ପାଇବେ ନାହିଁ ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର କରାଯାଉ,ପଞ୍ଜିକୃତ ନିର୍ମାଣ ଶ୍ରମିକ ଅନ୍ୟୁନ ୫ ବର୍ଷ ବାର୍ଷିକ ପ୍ରିମିୟମ ଦାଖଲ କଲେ ପେନସନ ଦିଆଯିବ ନିର୍ଦେଶନାମାକୁ ପରିବର୍ତ୍ତନ କରାଯାଇ ସମୟ ଅବଧିକୁ ୧୦ ବର୍ଷ ପର୍ଯ୍ୟନ୍ତ ବଢ଼ାଯାଉ,ବିଭିନ୍ନ ସହାୟତା ରାଶି ଜିଲ୍ଲାସ୍ତରୀୟ ନୁଯୁକ୍ତ ଭେଣ୍ଡରଙ୍କ ଠାରୁ କ୍ରୟ କରିବା ନିୟମକୁ କଡାକଡ଼ି କରାଯାଉ,ଯେଉଁ ଜିଲ୍ଲାରେ ଯାହା ଶେଷ ଆଦାୟ ହେଉଛି ତାର ୮୦ ଭାଗ ସମ୍ପୃକ୍ତ ଜିଲ୍ଲାର ହିତାଧିକାରୀ ଦେୟ ପ୍ରଦାନ କରାଯାଉ ,ଫୁଲବାଣୀରେ କାର୍ଯ୍ୟରତ ଶ୍ରମଅଧିକାରୀ ରଞ୍ଜନ ବେହେରା ଚଞ୍ଚକତା କରି ଆର୍ଥିକ ଅନିୟମିତତାରେ ସମ୍ପୃକ୍ତ ଅଛନ୍ତି ସେ ଘଟଣାରେ ତୁରନ୍ତ ତଦନ୍ତ କରାଯାଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ,ଗୃହ ନିର୍ମାଣ ସହାୟତା ରାଶି ପ୍ରଦାନ କରିବାରେ ଅଯଥା ଜଟିଳତା କୁ ବନ୍ଦ କରାଯାଉ ଏବଂ ନିର୍ମାଣ ବୋର୍ଡ଼ର ଆବଶ୍ୟକୀୟ ଭିତ୍ତିଭୂମି ଗଠନ କରାଯିବା ସହ ଆବଶ୍ୟକ କର୍ମଚାରୀ ନିଯୁକ୍ତ କରାଯାଉ ବୋଲି ଦାବି କରିଛି ନିର୍ମାଣ ଶ୍ରମିକ ୟୁନିୟନ ସମନ୍ୱୟ କମିଟି। ଆଜି ପାଖାପାଖି ୨ହଜାର ନିର୍ମାଣ ଶ୍ରମିକ ୟୁନିୟନ ସଦସ୍ୟ ଆସି ଏ ବିକ୍ଷୋଭରେ ସାମିଲ ହୋଇଛୁ।ସରକାର ଯଦି ତୁରନ୍ତ ବିହିତ ପଦକ୍ଷେପ ନନିଅନ୍ତି ଆଗାମୀ ଦିନରେ ଜିଲାସ୍ତରରେ,ରାଜ୍ୟସ୍ତରରେ ଏ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ଓଡିଶା ନିର୍ମାଣ ଶ୍ରମିକ ୟୁନିୟନ ସଦସ୍ୟ ବିଜୟ ଜେନା କହିଛନ୍ତି।

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.