ଭୁବନେଶ୍ବର: ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗର ସଚିବ ଅନୁ ଗର୍ଗଙ୍କ ଅଚାନକ ଶ୍ରମିକ ହାଟ ଗସ୍ତ । ସେଠାରେ ସେ ଶ୍ରମିକମାନଙ୍କ ସମସ୍ୟା, ସୁବିଧା ଓ ଅସୁବିଧା ସଂପର୍କରେ ପଚାରି ବୁଝିଛନ୍ତି ।
ଭୁବନେଶ୍ୱରସ୍ଥିତ କଳ୍ପନା ଛକ, ନାବାର୍ଡ ବ୍ୟାଙ୍କ, ନୟାପଲ୍ଲୀ ଓ ଡେଲଟା ଛକ ଇତ୍ୟାଦି ସ୍ଥାନରେ ଶାସନ ସଚିବ ଅନୁ ଗର୍ଗ ପହଞ୍ଚି ନିର୍ମାଣ ଶ୍ରମିକମାନଙ୍କ ନାମକୁ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡରେ ନାମ ପଞ୍ଚୀକୃତ କରାଯାଇଛି କି ନାହିଁ ତାହା ପଚାରି ବୁଝିଥିଲେ । ଏଥି ସହିତ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ତରଫରୁ ସେମାନଙ୍କୁ ପ୍ରଦାନ କରାଯାଉଥିବା ସହାୟତା ରାଶି ଏବଂ ସେମାନଙ୍କ ମଜୁରୀ ଓ ସରକାରଙ୍କଠାରୁ କେଉଁ କେଉଁ ସୁବିଧା ଆଶା କରୁଛନ୍ତି ସେ ସଂପର୍କରେ ନିର୍ମାଣ
ଶ୍ରମିକମାନଙ୍କ ସହିତ ଆଲୋଚନା କରିଥିଲେ ।
ଏହି ଅବସରରେ ଶ୍ରମ କମିଶନର ଶ୍ରୀ ନିରଞ୍ଜନ ସାହୁଙ୍କ ସମେତ ବିଭାଗୀୟ ପଦାଧିକାରୀ ଉପସ୍ଥିତ ଥିଲେ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ