ETV Bharat / city

ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଏଲ.ଏନ ମିତ୍ତଲ - L N Mittal met Hon'ble Chief Minister

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଏଲ.ଏନ ମିତ୍ତନ
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଏଲ.ଏନ ମିତ୍ତନ
author img

By

Published : Mar 4, 2021, 11:59 AM IST

Updated : Mar 4, 2021, 1:11 PM IST

11:53 March 04

ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଏଲ.ଏନ ମିତ୍ତଲ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଆର୍ସେଲର ମିତ୍ତଲର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଲକ୍ଷ୍ମୀନିବାସ(ଏଲ.ଏନ) ମିତ୍ତଲ । ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଏଲ.ଏନ ମିତ୍ତଲଙ୍କ ଭେଟଘାଟ ହୋଇଛି । ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ ପଣ୍ଡିଆନ ମଧ୍ୟ ଉପସ୍ଥିତ ଥିବା ଜଣାପଡିଛି ।

ଓଡ଼ିଶାରେ ଇସ୍ପାତ ଉତ୍ପାଦନ ଓ ଖଣି କ୍ଷେତ୍ରର ଅଭିବୃଦ୍ଧି ଏବଂ କମ୍ପାନୀର ସଂପ୍ରସାରଣ ସହ ଜଡିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିବା ଜଣାପଡିଛି । ବିଶେଷ କରି ଓଡିଶାକୁ ଇସ୍ପାତର ପେଣ୍ଠସ୍ଥଳୀରେ ପରିଣତ କରିବା ଏବଂ ଏଥିରେ ଆର୍ସେଲର ମିତ୍ତଲର ଭୂମିକା କ’ଣ ରହିବ ସେନେଇ ବୈଠକରେ ଚର୍ଚ୍ଚା ହୋଇଥିବା ଜଣାପଡିଛି ।  

୨୦୩୦ ସୁଦ୍ଧା ଓଡ଼ିଶାରେ ବାର୍ଷିକ ୧୦୦ ମିଲିୟନ ଟନ୍‌ ଇସ୍ପାତ୍ ଉତ୍ପାଦନ ଲକ୍ଷ୍ୟ ରଖିଛି ମିତ୍ତଲ ଗ୍ରୁପ । ୨୦୩୦ ସୁଦ୍ଧା ଦେଶରେ ବାର୍ଷିକ ୩୦୦ ମିଲିୟନ ଟନ୍‌ ଇସ୍ପାତ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖାଯାଇଛି । ସେଥିମଧ୍ୟରୁ ଓଡିଶାରୁ କେବଳ ୧୦୦ ମିଲିୟନ ଟିମ୍ ଇସ୍ପାତ ଉତ୍ପାଦନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଏନେଇ ଦୁଇ ଦିନ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଥିଲେ ଏଲ.ଏନ ମିତ୍ତଲ ଓ ସିଇଓ ଆଦିତ୍ୟ ମିତ୍ତଲ ।

ଓଡ଼ିଶାରେ ଖଣି ଓ ଇସ୍ପାତ ଉତ୍ପାଦନର ଅଭିବୃଦ୍ଧି ନେଇ ବୈଠକରେ ଚର୍ଚ୍ଚା ହୋଇଥିଲା । ବିଶ୍ବର ସର୍ବବୃହତ ଇସ୍ପାତ ଉତ୍ପାଦନକାରୀ କମ୍ପାନୀମାନଙ୍କ ମଧ୍ୟରୁ ଅନ୍ୟତମ ଭାବେ ଏହି କମ୍ପାନୀ ଭାରତ ତଥା ଓଡ଼ିଶାରେ ସଂପ୍ରସାରଣ କରିବା ପାଇଁ ଇଚ୍ଛୁକ । କମ୍ପାନୀର ସଂପ୍ରସାରଣ ପାଇଁ ସମସ୍ତ ପ୍ରକାର ସହଯୋଗ ଓ ସମର୍ଥନ ଦେବେ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିଶ୍ରୁତି ଦେଇଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ 

Last Updated : Mar 4, 2021, 1:11 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.