ETV Bharat / city

ଧାନ ମଣ୍ଡିରେ ସ୍ବଚ୍ଛତା ନେଇ ମୁଖ୍ୟମନ୍ତ୍ରୀଙ୍କୁ କୃଷକ ମୋର୍ଚ୍ଚା ସଭାପତିଙ୍କ ଚିଠି - ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପ୍ରଦୀପ ପୁରୋହିତ

ଆଜି ଠାରୁ ଖରିଫ ଋତୁ ଧାନ ବିକ୍ରି ପାଇଁ ପଞ୍ଜିକରଣ ଆରମ୍ଭ ହେଉଥିବାରୁ ଏହାକୁ ସ୍ବଚ୍ଛ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ । ଅଧିକ ପଢନ୍ତୁ...

ଧାନ ମଣ୍ଡିରେ ସ୍ବଚ୍ଛତା ନେଇ ମୁଖ୍ୟମନ୍ତ୍ରୀଙ୍କୁ କୃଷକ ମୋର୍ଚ୍ଚା ସଭାପତିଙ୍କ ଚିଠି

author img

By

Published : Jul 15, 2021, 7:34 AM IST

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ବିଭିନ୍ନ ଦାବି ଉପସ୍ଥାପନା କଲେ କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ । ଚଳିତ ଖରିଫ ଋତୁରେ ଧାନକିଣା ପ୍ରକ୍ରିୟାକୁ ବ୍ୟବସ୍ଥିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ବିଭିନ୍ନ ଦାବି ଉପସ୍ଥାପନା କରିଛନ୍ତି ସେ । ରାଜ୍ୟର ଚାଷୀ, ପ୍ରତି କ୍ୟୁଣ୍ଟାଲ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୯୪୦ ଟଙ୍କା କିପରି ପାଇବେ ତାହା ରାଜ୍ୟ ସରକାର ସୁନିଶ୍ଚିତ କରନ୍ତୁ, ଅନ୍ୟ ରାଜ୍ୟ ଭଳି ରାଜ୍ୟ ସରକାର ଚାଷୀମାନଙ୍କୁ ବାକି ଟଙ୍କା ବୋନସ ଆକାରରେ ଦିଅନ୍ତୁ, ଧାନ ମଣ୍ଡିରେ ମିଲର୍ସଙ୍କ ପ୍ରବେଶକୁ ନିଷିଦ୍ଧ କରାଯିବା ସହ ସରକାରୀ ସଂସ୍ଥା ଧାନକିଣି ସାରିବା ପରେ କେବଳ ଧାନ ଉଠାଇବା ପାଇଁ ମିଲର୍ସଙ୍କୁ ଅନୁମତି ଦିଆଯାଉ ବୋଲି ପୁରୋହିତ ଚିଠିରେ ଉଲ୍ଲେଖ କରିଛନ୍ତି ।

ଧାନ ମଣ୍ଡିରେ ସ୍ବଚ୍ଛତା ନେଇ ମୁଖ୍ୟମନ୍ତ୍ରୀଙ୍କୁ କୃଷକ ମୋର୍ଚ୍ଚା ସଭାପତିଙ୍କ ଚିଠି

ସେହିପରି ଜିଲ୍ଲାସ୍ତରରେ ଗଠିତ ହେଉଥିବା ଧାନକ୍ରୟ କମିଟିକୁ ଭୁବନେଶ୍ୱରରୁ ନିୟନ୍ତ୍ରଣ ନକରି ଜିଲ୍ଲାସ୍ତରରେ ଧାନ କିଣା/ବିକାର ସମସ୍ତ କ୍ଷମତା ଏହି କମିଟି ଉପରେ ନ୍ୟସ୍ତ କରାଯାଇ କେନ୍ଦ୍ର ସରକାରଙ୍କ ଠାରୁ ଆସୁଥିବା ବସ୍ତା, ସୁତୁଲି, ପରିବହନ ଆଦି ଖର୍ଚ୍ଚକୁ ଲୁଟ୍ ନକରି ଚାଷୀଙ୍କୁ ଯୋଗାଇ ଦିଆଯାଉ । କୌଣସି ମଣ୍ଡିକୁ ସମୟ ଅବଧି ପୂର୍ବରୁ ବନ୍ଦ କରି ଦିଆନଯାଉ, ଚାଷ କାର୍ଯ୍ୟ ପାଇଁ ବିଦ୍ୟୁତ ଶୁଳ୍କକୁ ସମ୍ପୂର୍ଣ୍ଣ ଛାଡ଼ କରାଯିବା ସହ ଚାଷୀଙ୍କୁ ଦଲାଲ କହିଥିବା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓଡ଼ିଶାର ଚାଷୀ ସମାଜକୁ କ୍ଷମା ମଗାନ୍ତୁ ସେ ଦାବି କରିଛନ୍ତି ।

ମଣ୍ଡିଗୁଡିକରେ ମିଲର୍ସମାନଙ୍କର ରାଜୁତି ଚାଲିଛି । ଚାଷୀଙ୍କ ଧାନ ଭଲ ଥିବା ସତ୍ତ୍ୱେ ମିଲର୍ସମାନେ ମଣ୍ଡିରୁ ଧାନ ଉଠାଇବାବେଳେ ପ୍ରତି କ୍ୟୁଣ୍ଟାଲ ପିଛା ୮୧୦ କେଜି ଧାନ କଟନି ଛଟନି କରୁଛନ୍ତି । ଧାନ କିଣାବିକାରେ ପ୍ରତି କ୍ୟୁଣ୍ଟାଲରେ ଆରଏମସି ଓ ପ୍ୟାକ୍ସକୁ କୋଟି କୋଟି ଟଙ୍କା କମିଶନ ପାଇ ଥିବାବେଳେ ମଣ୍ଡିରେ ଭିତ୍ତିଭୂମି ବିକାଶ ପାଇଁ କୌଣସି ପଦକ୍ଷେପ ନିଆଯାଉ ନାହିଁ । ଯାହା ଫଳରେ ଅଦିନିଆ ବର୍ଷା ହେଲେ ମଣ୍ଡିରେ ପଡିଥିବା ଚାଷୀଙ୍କ ଧାନ କ୍ଷତିଗ୍ରସ୍ତ ହେଉଛି ।

ଆଜି(ଗୁରୁବାର) ଠାରୁ ଖରିଫ ଋତୁର ଧାନ ବିକ୍ରି ପାଇଁ ରାଜ୍ୟ ସରକାର ରେଜିଷ୍ଟ୍ରେସନ ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି । ଏହି ପରିପ୍ରେକ୍ଷୀରେ ବିଗତ ଦିନରେ ଅବ୍ୟବସ୍ଥା ହୋଇଥିବାରୁ ଚଳିତ ଖରିଫ ଋତୁରେ ଧାନ କିଣା ପ୍ରକ୍ରିୟାକୁ ବ୍ୟବସ୍ଥିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ।

କେନ୍ଦ୍ର ସରକାର ଚଳିତ ଖରିଫ ଋତୁ ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୯୪୦ ଟଙ୍କାକୁ ବୃଦ୍ଧି କରିଛନ୍ତି । ଓଡିଶାର ଚାଷୀମାନେ ଯେଭଳି ମିଲର୍ସମାନଙ୍କ ଦ୍ଵାରା ଶୋଷଣର ଶିକାର ନହେବେ ଏବଂ ପ୍ରତି କ୍ୟୁଣ୍ଟାଲ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୯୪୦ ଟଙ୍କା କିପରି ପାଇବେ ତାହା ରାଜ୍ୟ ସରକାର ସୁନିଶ୍ଚିତ କରନ୍ତୁ । ଓଡିଶା ବିଧାନସଭାରେ ସର୍ବସମ୍ମତିକ୍ରମେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା ବୃଦ୍ଧି କରିବା ପାଇଁ ପ୍ରସ୍ତାବ ପାରିତ ହୋଇଛି । ଅନ୍ୟ ରାଜ୍ୟ ଭଳି ରାଜ୍ୟ ସରକାର ଚାଷୀମାନଙ୍କୁ ବାକି ଟଙ୍କା ବୋନସ ଆକାରରେ ଦିଅନ୍ତୁ । ମୁଖ୍ୟମନ୍ତ୍ରୀ ନିଜେ ବରଗଡ ଜିଲ୍ଲା ସୋହେଲା ଠାରେ ଅନୁଷ୍ଠିତ ଚାଷୀ ସମାବେଶରେ ପ୍ରତି କ୍ୟୁଣ୍ଟାଲରେ ରାଜ୍ୟ ସରକାର ବୋନସ ଦେବା ପାଇଁ ଘୋଷଣା କରିଥିଲେ । ଓଡ଼ିଶାର ଯେତେ ଚାଷୀ ଧାନ ବିକ୍ରି କରିବା ପାଇଁ ରେଜିଷ୍ଟ୍ରେସନ କରିବେ ସେମାନଙ୍କ ଠାରୁ ସମସ୍ତ ଧାନ କିଣିବା ପାଇଁ ସରକାର ନିଷ୍ପତ୍ତି ନିଅନ୍ତୁ ।

ଧାନ ମଣ୍ଡିରେ ମିଲର୍ସଙ୍କ ପ୍ରବେଶକୁ ନିଷିଦ୍ଧ କରାଯିବା ସହ ସରକାରୀ ସଂସ୍ଥ ଧାନ କିଣି ସାରିବା ପରେ କେବଳ ଧାନ ଉଠାଇବା ପାଇଁ ମିଲର୍ସଙ୍କୁ ଅନୁମତି ଦିଆଯାଉ । ଯାହାଦ୍ବାରା ମିଲର୍ସମାନେ ମନଇଚ୍ଛା ଚାଷୀଙ୍କ ଧାନ କଟନି ଛଟନି କରିବା ଏବଂ ଚାଷୀଙ୍କୁ ଶୋଷଣ କରିବାର ସୁଯୋଗ ପାଇବେ ନାହିଁ । ଜିଲ୍ଲାସ୍ତରରେ ଗଠିତ ହେଉଥିବା ଧାନ କ୍ରୟ କମିଟିକୁ ଭୁବନେଶ୍ୱରରୁ ନିୟନ୍ତ୍ରଣ ନକରି ଜିଲ୍ଲାସ୍ତରରେ ଧାନ କିଣା/ବିକାର ସମସ୍ତ କ୍ଷମତା ଏହି କମିଟି ଉପରେ ନ୍ୟସ୍ତ କରାଯାଉ ।

ଗତ ମାର୍ଚ୍ଚ ୨୫ ଓ ୨୬ ତାରିଖରେ କେନ୍ଦ୍ର ସରକାରଙ୍କ ଏକ ପ୍ରତିନିଧୀମଣ୍ଡଳୀ ଓଡିଶାର ୪ଟି ମଣ୍ଡିକୁ ଯାଇ ସରଜମିନ ତଦନ୍ତ କରି ଯେଉଁ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି । ଚଳିତ ଧାନକିଣା ପୂର୍ବରୁ ରାଜ୍ୟ ସରକାର ତାହାର ତର୍ଜମା କରନ୍ତୁ ପ୍ରଦୀପ ପୁରୋହିତ ଦାବି କରିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.