ଭୁବନେଶ୍ବର: କୋଭିସିଲ୍ଡ ଦ୍ୱିତୀୟ ଡୋଜ୍ ପାଇଁ ନୂଆ ଗାଇଡଲାଇନ୍ ଜାରି । ପ୍ରଥମ ଡୋଜ୍ ଓ ଦ୍ୱିୟୀୟ ଡୋଜ୍ ମଧ୍ୟରେ ବ୍ୟବଧାନ ରହିବ 12 ସପ୍ତାହ । ଏନେଇ ସ୍ୱାସ୍ଥ୍ୟ ବିଭଗ ନିର୍ଦ୍ଦେଶ ଦେଇଛି ।
ଦେଶରେ କୋଭିସିଲଡ଼କୁ ନେଇ ପ୍ରଥମ ଡୋଜ ପରେ ଯେଉଁ ଦ୍ୱିତୀୟ ଡୋଜର ନିୟମ ରହିଥିଲା ତାହା ସଂଶୋଧନ ହୋଇଛି । ଜାତୀୟ ବୈଷୟିକ ପରାମର୍ଶଦାତା ଏବଂ କୋଭିଡ 19 (NEGVAC) ପାଇଁ ଭ୍ୟାକ୍ସିନ୍ ଆଡମିନିଷ୍ଟ୍ରେସନ୍ ଉପରେ ଜାତୀୟ ବିଶେଷଜ୍ଞମାନେ କୋଭିସିଲଡର ଦ୍ୱିତୀୟ ଡୋଜ ଉପରେ ସଂଶୋଧନ କରିଛନ୍ତି ।
ଏହି ପ୍ରଥମ ଟିକା ନେବାର 12 ରୁ 16 ସପ୍ତାହ ମଧ୍ୟରେ ନେଇପାରିବେ ଦ୍ୱିତୀୟ ଡୋଜ । ପୂର୍ବରୁ ଏହା 6 ରୁ 8 ସପ୍ତାହ ରହିଥିଲା । ତେବେ ଜିଲ୍ଲା ସ୍ତରରେ କୋଭିସିଲଡର ଦ୍ୱିତୀୟ ଡୋଜ୍ ବ୍ୟକ୍ତିଙ୍କ ପାଇଁ ଭାର ଅତି କମ୍ ହେବ । ଏନେଇ ରାଜ୍ୟର ସମସ୍ତ ଜିଲ୍ଲାପାଳ, ମୁନିସିପାଲଟି କମିଶନର, ସମସ୍ତ ସିଡିଏମମାନଙ୍କୁ ସ୍ୱାସ୍ଥ୍ୟ ବିଭଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ