ETV Bharat / city

ରାଜ୍ୟ ସରକାରଙ୍କ ତତ୍ପରତା ଅଭାବରୁ ଏଭଳି ହେଉଛି: ସୁର

author img

By

Published : Sep 21, 2021, 10:32 PM IST

କୋଟିଆରେ ନିର୍ବାଚନ କରିବା ନେଇ ଘୋଷଣା ପରେ ଘେରିଲେ ବିରୋଧୀ। ଅଧିକ ପଢନ୍ତୁ...

kotia panchayat election reaction by cong mla suro routray
ରାଜ୍ୟ ସରକାରଙ୍କ ତତ୍ପରତା ଅଭାବରୁ ଏଭଳି ହେଉଛି

ଭୁବନେଶ୍ବର: କୋଟିଆରେ ନିର୍ବାଚନ କରିବା ନେଇ ଘୋଷଣା ପରେ ଘେରିଲେ ବିରୋଧୀ। କୋଟିଆରେ ପଞ୍ଚାୟତ ନିର୍ବାଚନ ହେବା ନେଇ ଗତକାଲି କହିଥିଲେ କୋରାପୁଟ ଜିଲ୍ଲାପାଳ । ଏହାକୁ ନେଇ କଂଗ୍ରେସ ବିଧାୟକ ସୁର ରାଉତରାୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

ଏହାକୁ ନେଇ କଂଗ୍ରେସ ବିଧାୟକ ପ୍ରତିକ୍ରିୟା କହିଛନ୍ତ ଯେ ରାଜ୍ୟ ସରକାର ଏପର୍ଯ୍ୟନ୍ତ କଣ କରୁଥିଲେ। ଖାଲି କଥାରେ ପାରଙ୍ଗମ,ହେଲେ କାମ କଣ ରାଜ୍ୟବାସୀ ଦେଖୁଛନ୍ତି। ଓଡିଶାର ସୀମା ବିବାଦ ଏବେ ବଡ ପ୍ରସଙ୍ଗ କିନ୍ତୁ ସରକାର ତାକୁ ହାଲକା ଭାବେ ନେଉଛନ୍ତି। ତେଣୁ ଓଡିଶା ସୀମାବର୍ତ୍ତୀ ଜିଲ୍ଲା ଗୁଡିକରେ ଆନ୍ଧ୍ର ଅନୁପ୍ରବେଶ କରି ନିର୍ବାଚନ କରୁଛି । ଆନ୍ଧ୍ର ନିର୍ବାଚନ ସହ ପ୍ରଶାସନ ଅଧିକାରୀ ଏବଂ ମନ୍ତ୍ରୀମାନେ ମଧ୍ୟ ଅନୁପ୍ରବେଶ କରୁଛନ୍ତି । ଓଡିଶା ସୀମାରେ ଜୋରଜବରଦସ୍ତ ପ୍ରବେଶ କରୁଛନ୍ତି ।

ସୂଚନାଥାଉକି ଗତକାଲି କୋଟିଆରେ ପଞ୍ଚାୟତ ନିର୍ବାଚନ ନେଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ କୋରାପୁଟ ଜିଲ୍ଲାପାଳ ଅବଦଲ ଅକ୍ତର । ରାଜ୍ୟରେ ପଞ୍ଚାୟତ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ହେଲେ କୋଟିଆର ପ୍ରତ୍ୟେକ ଗାଁରେ ଅନୁଷ୍ଠିତ ହେବ ପଞ୍ଚାୟତ ନିର୍ବାଚନ । ଏହି ନିର୍ବାଚନରେ କୋଟିଆବାସୀ ମତଦାନ କରିବେ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.