କୋରାପୁଟ: କଳାହାଣ୍ତି ଜିଲ୍ଲା ଅନ୍ତର୍ଗତ ମହାଲିଙ୍ଗ ସନସାଇନ୍ ପ୍ଲବିକ୍ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟା ଘଟଣାରେ ସ୍କୁଲର ମାଲିକ ଗୋବିନ୍ଦ ସାହୁ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ରହିଛି ବୋଲି ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ଅଭିଯୋଗ କରିଛି ।
ଏହି ଘଟଣାରେ ସମ୍ପୃକ୍ତ ମନ୍ତ୍ରୀଙ୍କୁ ବହିଷ୍କାର ଓ ଘଟଣାର ସିବିଆଇ ତଦନ୍ତ ଦାବିରେ ଆଜି(ଶନିବାର) କୋରାପୁଟ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ କୋରାପୁଟ ଜିଲ୍ଲା ଏସପି (ଆରକ୍ଷୀ ଅଧିକ୍ଷକ) ଅଫିସ ସମୁଖରେ ଆନ୍ଦୋଳନ କରାଯାଇଥିଲା । ପିଡିତାଙ୍କୁ ଉଚିତ ନ୍ୟାୟ ମିଳିବା ପର୍ଯ୍ୟନ୍ତ ରାଜ୍ୟରେ ବିଜେଡି ସରକାର ବିରୁଦ୍ଧରେ ସଂଗ୍ରାମ ଜାରି ରହିବ ବୋଲି ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ସଂଯୁକ୍ତା ସେଠୀ ଜଣାଇଛନ୍ତି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ