ETV Bharat / city

ମହଙ୍ଗା ପଡ଼ିଲା ଦଳ ବିରୋଧୀ କାର୍ଯ୍ୟ, ନିଲମ୍ବିତ ହେଲେ ତିନି ବିଜେପି ନେତା

author img

By

Published : Mar 16, 2022, 1:11 PM IST

ଆକ୍ସନ ମୋଡରେ ରାଜନୈତିକ ଦଳ। ଦଳ ବିରୋଧୀ କାର୍ଯ୍ୟ ବିରୁଦ୍ଧରେ ସକ୍ରିୟ ହୋଇ ପଡ଼ିଛି ବିଜେପି। ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଅବଲମ୍ବନ କରି ଦଳର ତିନି ନେତାଙ୍କୁ ନିଲମ୍ବନ କଲା ବିଜେପି। ଅଧିକ ପଢ଼ନ୍ତୁ

koraput bjp leader suspended from bjp
ମହଙ୍ଗା ପଡ଼ିଲା ଦଳ ବିରୋଧୀ କାର୍ଯ୍ୟ, ନିଲମ୍ବିତ ହେଲେ ତିନି ବିଜେପି ନେତା

ଭୁବନେଶ୍ବର: ଆକ୍ସନ ମୋଡରେ ରାଜନୈତିକ ଦଳ। ଦଳ ବିରୋଧୀ କାର୍ଯ୍ୟ ବିରୁଦ୍ଧରେ ସକ୍ରିୟ ହୋଇ ପଡ଼ିଛି ବିଜେପି। ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଅବଲମ୍ବନ କରି ଦଳର ତିନି ନେତାଙ୍କୁ ନିଲମ୍ବନ କଲା ବିଜେପି।

ଦଳବିରୋଧୀ କାର୍ଯ୍ୟ ଯୋଗୁଁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଲା ବିଜେପି। କୋରାପୁଟ ଜିଲ୍ଲା ସୁନାବେଡା ପୌରପରିଷଦ ମଣ୍ଡଳ ସଭାପତି ଶ୍ରୀ ରମାକାନ୍ତ ସାହୁ, ସକ୍ରିୟ ସଦସ୍ୟ ଶ୍ରୀ ମନୋଜ କୁମାର ସାହାଣୀ ଏବଂ ସକ୍ରିୟ ସଦସ୍ୟ ଶ୍ରୀ ଟି. କାମେଶ୍ଵର ପାତ୍ରଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ କରାଯାଇଛି। ଦଳବିରୋଧୀ କାର୍ଯ୍ୟ ଏବଂ ଦଳୀୟ ଅନୁଶାସନ ଭଙ୍ଗ ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି। ଜିଲ୍ଲା ସଭାପତିଙ୍କ ସୁପାରିଶ ଏବଂ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଆଜି ସେମାନଙ୍କୁ ଦଳରୁ କାଢ଼ି ଦିଆଯାଇଛି। ନିଲମ୍ବନ ନେଇ ରାଜ୍ୟ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ କରାଯାଇଛି।

ଭୁବନେଶ୍ବରରୁ ମନୋରଞ୍ଜନ ସଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.