ETV Bharat / city

Utkal Divas: ରାଜଭବନ କାନ୍ଥରେ ସ୍ଥାନ ପାଇଲା କୋଣାର୍କ ଚକ୍ର - କୋଣାର୍କ ଚକ୍ର ଉଦଘାଟିତ କଲେ ରାଜ୍ୟପାଳ ଗଣେଶୀ ଲାଲ

ପବିତ୍ର ଉତ୍କଳ ଦିବସରେ ରାଜଭବନରେ ଉଦଘାଟିତ ହେଲା ଅପୂର୍ବ କାରୁକାର୍ଯ୍ୟରେ ନିର୍ମିତ କୋଣାର୍କ ଚକ୍ର । ଅଧିକ ପଢନ୍ତୁ

Utkal Divas: ରାଜଭବନରେ ଅପୂର୍ବ କଳାକୃତି ନିର୍ମିତ କୋଣାର୍କ ଚକ୍ର ଉଦଘାଟିତ

author img

By

Published : Apr 1, 2022, 2:08 PM IST

ଭୁବନେଶ୍ବର: ଆଜି(ଶୁକ୍ରବାର) ପବିତ୍ର ଉତ୍କଳ ଦିବସରେ ରାଜଭବନରେ ଓଡ଼ିଶାର କଳା ଓ ଭାସ୍କର୍ଯ୍ୟର ପ୍ରତୀକ କୋଣାର୍କ ଚକ୍ରକୁ ଉଦଘାଟିତ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଶିଳ୍ପୀ ବିଶ୍ବନାଥ ରଣା ତିଆରି କରିଥିବା ଏହି ଚକ୍ରକୁ ଉଦଘାଟନ କରିବା ସମୟରେ ଶିଳ୍ପୀ ଓ ତାଙ୍କ ପରିବାରକୁ ସମ୍ମାନିତ କରିଛନ୍ତି ରାଜ୍ୟପାଳ ।

Utkal Divas: ରାଜଭବନରେ ଅପୂର୍ବ କଳାକୃତି ନିର୍ମିତ କୋଣାର୍କ ଚକ୍ର ଉଦଘାଟିତ

ଏହି କୋଣାର୍କ ଚକ୍ର ଓଡ଼ିଶା କଳାର ପରିଚୟ ଦେଉଛି । ଏଥିରେ ଅତି ସୁନ୍ଦର କାରୁକାର୍ଯ୍ୟ ହୋଇଥିବା ବେଳେ ଏହାକୁ ଦେଖିଲେ ଦେଖଣାହାରୀଙ୍କ ଆଖି ଝଲସି ଯାଉଛି । ରାଜଭବନର କାନ୍ଥକୁ ଲାଗି ଏହି ଚକ୍ରକୁ ନିର୍ମାଣ କରାଯାଇଛି । ଯାହାକି କାନ୍ଥର ଶୋଭାକୁ ଆହୁରି ଅଧିକ ବର୍ଦ୍ଧିତ କରିଛି । ଉତ୍କଳ ଦିବସ ଅବସରରେ ରାଜ୍ୟବାସୀ ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ ଓ ଅନନ୍ୟ ପରମ୍ପରାର ସ୍ମୃତିଚାରଣ କରୁଥିବା ବେଳେ ଆଜି ଭଳି ପବିତ୍ର ଦିବସରେ ଏହା ଚକ୍ରର ଉଦଘାଟନ କରିଛନ୍ତି ରାଜ୍ୟପାଳ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.