ETV Bharat / city

ଅଡୁଆରେ ଓଡିଶା EDର ଡେପୁଟି ଡାଇରେକ୍ଟର, ବଙ୍ଗ ଲିଙ୍କ୍‌ରେ ଖୋଜୁଛି କୋଲକାତା ପୋଲିସ - ଓଡିଶା ଇଡିର ଡେପୁଟି ଡାଇରେକ୍ଟରଙ୍କୁ ଜେରା କରିବ କୋଲକାତା ପୋଲିସ

ଝାରଖଣ୍ଡର ଓକିଲ ରାଜୀବ କୁମାରଙ୍କ ଗିରଫ ଦାରୀକୁ ନେଇ ଓଡିଶା EDର ଡେପୁଟି ଡାଇରେକ୍ଟରଙ୍କୁ ପଚରା ଉଚୁରା କରିବ କୋଲକାତା ପୋଲିସ । ଭୁବନେଶ୍ବରରେ ପହଞ୍ଚିଲା ଦୁଇ ଜଣିଆ ଟିମ୍ । ଅଧିକ ପଢନ୍ତୁ

ଅଡୁଆରେ ଓଡିଶା EDର ଡେପୁଟି ଡାଇରେକ୍ଟର, ଜେରା କରିବ କୋଲକାତା ପୋଲିସ

author img

By

Published : Aug 9, 2022, 11:00 AM IST

Updated : Aug 9, 2022, 3:39 PM IST

ଭୁବନେଶ୍ବର: ଓଡିଶା EDର ଡେପୁଟି ଡାଇରେକ୍ଟର ସୁବୋଧ କୁମାରଙ୍କୁ କୋଲକାତା ପୋଲିସର ନୋଟିସ । ଝାରଖଣ୍ଡର ଓକିଲ ରାଜୀବ କୁମାରଙ୍କ ଗିରଫ ଦାରୀ ସମ୍ପର୍କରେ ସୁବୋଧଙ୍କୁ ପଚରା ଉଚୁରା କରିବ କୋଲକାତା ପୋଲିସ । ଏନେଇ ଆଜି ଏକ ଦୁଇ ଜଣିଆ ଟିମ୍ ଭୁବନେଶ୍ବରରେ ପହଞ୍ଚିଛନ୍ତି । କୋଲକାତା ଡିଟେକ୍ଟିଭ ଡିପାର୍ଟମେଣ୍ଟର ଏସିପି ଅମିତ ରକସିତ ନେତୃତ୍ବରେ ଆସିଛି ଟିମ ।

ବଙ୍ଗ ଲିଙ୍ଗରେ ଜେରା ପାଇଁ ଅଗଷ୍ଟ ୧ରେ ସୁବୋଧ କୁମାରଙ୍କୁ ନୋଟିସ କରିଥିଲା କୋଲକାତା ପୋଲିସ। ନୋଟିସ ଆଧାରରେ ଏକ ହୋଟେଲରେ ପଚରା ଉଚୁରା‌ ପାଇଁ ଅପେକ୍ଷା କରିଛି ପୋଲିସ। ତେବେ ସେ ନୋଟିସ ଆଧାରରେ ହାଜର ହେବେ ବୋଲି ସୂଚନା ମିଳିଛି। ଅନ୍ୟପଟେ ଗତ ଶୁକ୍ରବାର ଠୁ ଇଡିର ଡେପୁଟି ଡାଇରେକ୍ଟର ଛୁଟିରେ ଥିବା ଜଣାପଡିଛି।

ଅଡୁଆରେ ଓଡିଶା EDର ଡେପୁଟି ଡାଇରେକ୍ଟର, ବଙ୍ଗ ଲିଙ୍କ୍‌ରେ ଖୋଜୁଛି କୋଲକାତା ପୋଲିସ

ପୂର୍ବରୁ ସୁବୋଧ କୁମାର ଝାଡ଼ଖଣ୍ଡର ରାଞ୍ଚିରେ ED ର ଡେପୁଟି ଡାଇରେକ୍ଟର ଥିଲେ । ସେହି ସମୟରେ ଝାରଖଣ୍ଡର ଓକିଲ ରାଜୀବ କୁମାରଙ୍କ ସହ ସମ୍ପର୍କ ଥିବା ନେଇ ସୁବୋଧଙ୍କୁ ପଚରାଉଚରା କରିବାକୁ ଚାହୁଛି କୋଲକାତା ପୋଲିସ । ଏନେଇ ଏକ ଟିମ ଆଜି ଓଡିଶା ପହଞ୍ଚିବାର ସୂଚନା ରହିଛି ।
ତେବେ ରାଜୀବଙ୍କ ଠାରୁ କୋଲକାତାର ଜଣେ ବ୍ୟବସାୟୀ ମୋଟା ଅଙ୍କର ଟଙ୍କା ମାଗିଥିବା ଅଭିଯୋଗ ହୋଇଛି । ରାଜୀବ ସେହି ବ୍ୟବସାୟୀଙ୍କ ନାରେ ରାଞ୍ଚି ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ । ଏହାକୁ ହଟାଇବା ପାଇଁ ୧୦ କୋଟି ଦାବି କରିଥିଲେ ବୋଲି ବ୍ୟବସାୟୀ ଜଣକ ଥାନାରେ ଅଭିଯୋଗ କରିଥିଲେ । ଗତ ସପ୍ତାହରେ କୋଲକାତା ପୋଲିସ ରାଜୀବକୁ ଏକ ମଲରୁ ୬୦ଲକ୍ଷ ଟଙ୍କା ସହ ଗିରଫ କଲରିଥିଲା । ଗିରଫଦାରି ପରେ ସେହି ଟଙ୍କା ଜଣେ ବ୍ୟବସାୟୀଙ୍କର ବୋଲି ଜଣା ପଡିଥିଲା ।

ଏନେଇ ରାଞ୍ଚିର ତିନୋଟି ସ୍ଥାନର ଚଢ଼ାଉ କରିଥିଲା କୋଲକତା ପୋଲିସର ଡିଡି (Detective Department) । ରେଡ୍‌ବେଳେ ଅନେକ ଗୁରୁତ୍ବପୁର୍ଣ କାଗଜ ସହ ଏକ କଳା ଡାଏରୀ ମିଳିଥିବା ଜଣାପଡିଛି । ଏଥିରେ ନଗଦ ଟଙ୍କା କାରବାରର ବିବରଣୀ ସହ କିଛି ଡିଜିଟାଲ ପ୍ରମାଣ ମଧ୍ୟ ପାଇଥିଲା ପୋଲିସ । ତେବେ କୋଲକାତା ପୋଲିସ ଜାଣିବାକୁ ପାଇଛି ରାଜୀବ କୁମାର ଅନେକ ବ୍ୟବସାୟୀ ଓ ହାଇପ୍ରୋଫାଇଲଙ୍କ ନାରେ PIL ଫାଇଲ କରି ପରେ ବଟି ଆଦାୟ କରିଥାଏ ।

ସେହିପରି ରାଞ୍ଚି ହାଇକୋର୍ଟରେ ଦାଖଲ କରିଥିବା PILରୁ ତାଙ୍କ ନାମ ପ୍ରତ୍ୟାହାର କରିନେବା ପାଇଁ ରାଜୀବ କୁମାରଙ୍କୁ ନଗଦ ଟଙ୍କା ଦେଇଥିଲେ ବ୍ୟବସାୟୀ । ତେବେ ରାଜୀବ କୁମାର ସୁବୋଧଙ୍କ ସହ ଅନେକ ଥର ଫୋନରେ ବାର୍ତ୍ତାଳାପ କରିଥିବା ସୂଚନା ପାଇଛି କୋଲକାତା ପୋଲିସ । ସୁବୋଧ କୁମାର 2016 ରୁ 2022 ପର୍ଯ୍ୟନ୍ତ ରାଞ୍ଚିରେ କାର୍ଯ୍ୟରତ ଥିଲେ। ।

Last Updated : Aug 9, 2022, 3:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.