ETV Bharat / city

ବାତ୍ୟା 'ବୁଲବୁଲ': କାହାକୁ ୟଲୋ ଓ କାହାକୁ ଅରେଞ୍ଜ, ଜାଣନ୍ତୁ - cyclone bulbul report

ସମ୍ଭାବ୍ୟ ବାତ୍ୟା 'ବୁଲବୁଲ'କୁ ନେଇ ୟଲୋ ଓ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ରାଜ୍ୟର 3ଟି ଜିଲ୍ଲାକୁ ୟଲୋ ୱାର୍ଣ୍ଣିଂ ଦିଆଯାଇଥିବାବେଳେ 4ଟିକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Nov 7, 2019, 9:09 PM IST

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା 'ବୁଲବୁଲ'କୁ ନେଇ ୟଲୋ ଓ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ବୁଲବୁଲ ପାରାଦ୍ବୀପ ଠାରୁ ଦକ୍ଷିଣକୁ 640 କିମି ଦୁରତାରେ ରହିଛି । ଆସନ୍ତା ୧୨ ଘଣ୍ଟା ପର୍ଯ୍ୟନ୍ତ ଏହା ଉତ୍ତର ଉପକୂଳରେ ଦେଇ ଗତି କରିବ ।

ନଭେମ୍ବର 9ରୁ ଉତ୍ତର ଉପକୂଳ ଗତି କରି ପଶ୍ଚିମବଙ୍ଗ ଏବଂ ବାଂଲାଦେଶକୁ ଯିବ । ବୁଲବୁଲ ପ୍ରଭାବର ଉତ୍ତର ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ପୁରୀ, ଜଗତସିଂହପୁର, ଭଦ୍ରକ ଏବଂ କେନ୍ଦ୍ରାପଡାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପ୍ରବଳ ବର୍ଷାକୁ ଦୃଷ୍ଟିରେ ଜଗତସିଂହପୁର, କେନ୍ଦ୍ରାପଡା, ବାଲେଶ୍ବର ଏବଂ ଭଦ୍ରକ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି ।

ବାତ୍ୟା 'ବୁଲବୁଲ'
ବୁଲବୁଲକୁ ନେଇ ଆଇଏମଡି ରିପୋର୍ଟ

ସେହିପରି କଟକ, ଯାଜପୁର ଓ ମୟୂରଭଞ୍ଜରେ ମଧ୍ୟ ପ୍ରବଳ ବର୍ଷ। ହେବାର ସମ୍ଭାବନା ରହିଛି । ଏହି 3 ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟଲୋ ୱାର୍ଣ୍ଣିଂ ଦିଆଯାଇଛି । ଉପକୂଳର ସବୁ ଜିଲ୍ଲାରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ଆଭ୍ୟନ୍ତରୀଣ ଓଡ଼ିଶାରେ କିଛି ସ୍ଥାନରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । 8 ତାରିଖ ସନ୍ଧ୍ୟାରେ ବର୍ଷା ଆରମ୍ଭ ହେବା ସହ ପବନର ବେଗ ମଧ୍ୟ ବଢ଼ିବ । ୯ ତାରିଖରେ ୭୦ ରୁ ୮୦ କିମି ବେଗରେ ପବନ ବହିବ । ଏଥିରେ ଚାଳଛପର ଘର ଗୁଡ଼ିକ କ୍ଷତିଗ୍ରସ୍ତ ହେବା ସହିତ ବିଦ୍ୟୁତ ସରବରାହ ବ୍ୟାଘାତ ହେବ ।

ଏଥିସହିତ କେତେକାଞ୍ଚଳରେ ଫସଲ କ୍ଷୟକ୍ଷତି ହେବାର ସମ୍ଭାବନା ରହିଛି । ରାଜ୍ୟର ସମସ୍ତ ବନ୍ଦରକୁ ୧ ନଂ ବିପଦ ସଂକେତ ଦିଆଯାଇଛି ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ହବିବୁର ରେହମାନ ବିଶ୍ବାସ କହିଛନ୍ତି । ତେବେ ବୁଲବୁଲର ପ୍ରଭାବକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଆଇଏମଡି ଏବଂ ଆଞ୍ଚଳିକ ପାଣିପାଗର ସୂଚନା ପରେ ଗୁରୁବାର ଠାରୁ ସବୁ ଜିଲ୍ଲାକୁ 2 ୟୁନିଟ୍ ଲେଖାଏଁ ଓଡ୍ରାଫ୍ ଟିମ୍ ଏବଂ ଗୋଟିଏ ୟୁନିଟ୍ ଏନଡିଆରଏଫ୍ ଟିମ୍ ପଠାଯିବାର ବ୍ୟବସ୍ଥା କରାଯାଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ ଓ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ସାମ୍ଭାବ୍ୟ ବାତ୍ୟା ବୁଲବୁଲକୁ ନେଇ ଏଲୋ ଓ ଅରେଞ୍ଜ ଓ୍ଵାର୍ଣ୍ଣିଂ ଦେଇଛି ଆଇଏମଡି। ଆସନ୍ତା କାଲି ଅର୍ଥାତ
8 ଉପର ବେଳାରୁ ବର୍ଷା ଆରମ୍ଭ ହେବ। ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲ୍ଲାରେ ପ୍ରବଳ ବର୍ଷିବ। ତେଣୁ ଏହି ଜିଲ୍ଲାକୁ ଏଲୋ ଓ୍ଵାର୍ଣ୍ଣିଂ ଦିଆଯାଇଛି। ସେହିପରି 9ରେ ବାଲେଶ୍ଵର, କେନ୍ଦ୍ରାପଡ଼ା, ଜଗତସିଂହପୁର, ମୟୁରଭଞ୍ଜ, କଟକ, ଭଦ୍ରକ, ଯାଜପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଏସବୁ ଜିଲ୍ଲା ପାଇଁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଦିଆଯାଇଛି। 9ରେ ବି ବର୍ଷିବ। 10ରୁ କମିବ। ବର୍ଷର ପରିମାଣ ଅଧିକ ହେବ। ପବନର ବେଗ 80ରୁ 90 କିମି ରହିବ। ତେଣୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡିବ।
ଆଜିଠାରୁ ଓଡ୍ରାଫ ଟିମ ସବୁ ଜିଲ୍ଲାକୁ 2ଟି ୟୁନିଟ, ସବୁ ଜିଲ୍ଲାକୁ NDRF ଗୋଟିଏ ୟୁନିଟ ପଠାଯିବ। Body:କConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.