ETV Bharat / city

ରାଜ୍ୟରେ ଅନଲକ ପ୍ରକ୍ରିୟାକୁ ନେଇ କ'ଣ କହୁଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ, ଜାଣନ୍ତୁ...

author img

By

Published : Jun 15, 2021, 3:54 PM IST

ରାଜ୍ୟରେ ଦିନକ ପରେ ହୋଇପାରେ ଅନଲକ । କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନିଆଯିବ ନିଷ୍ପତ୍ତି । ଯଦି ଅନଲକ ହୁଏ ତେବେ କିଭଳି ରହିବ କଟକଣା ସେନେଇ ମତ ରକୁଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ । ଅଧିକ ପଢନ୍ତୁ...

ରାଜ୍ୟରେ ଅନଲକ ପ୍ରକ୍ରିୟାକୁ ନେଇ କ'ଣ କହୁଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ

ଭୁବନେଶ୍ବର: କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟର ନିଜର ଏକ ପ୍ରକାରର ମଡେଲ ରହିବା ଆବଶ୍ୟକ । ଅନ୍ୟ ରାଜ୍ୟକୁ ଦେଖି ମଡେଲ ପ୍ରସ୍ତୁତ କରିବା କଥା ନୁହଁ । ଆମ ରାଜ୍ୟରେ କେତେ ଭାଇରସ ଲୋଡ଼ ରହିଛି ସେନେଇ ପ୍ରସ୍ତୁତ କରାଯିବ । ରାଜ୍ୟରେ 2 କିମ୍ବା 3ଟି ମଡେଲ ରଖିବା ଆବଶ୍ୟକ । ଦିନରେ ଦୋକାନ ବଜାର ଖୋଲା ରହିବ କିନ୍ତୁ ସନ୍ଧ୍ୟା ସମୟରେ ଲାକଡାଉନ ବା ନାଇଟ କର୍ଫ୍ୟୁ ଲାଗୁ କରାଯିବ । ଏହା ସହ ସନ୍ଧ୍ୟା 7 ରୁ ସକାଳ 7 ଟା ପର୍ଯ୍ୟନ୍ତ କଟକଣା ଆବଶ୍ୟକ। ଏହା ସହ ବଡ ବଡ ଇଣ୍ଡୋର କାର୍ଯ୍ୟକ୍ରମ ଉପରେ କଟକଣା ରଖାଯିବ ଆବଶ୍ୟକ ।

ଶିକ୍ଷାନୁଷ୍ଠାନ, ମନ୍ଦିର ଆଦି ଉପରେ କଟକଣା ରଖିବା ଆବଶ୍ୟକ । ଯେତେ ପର୍ଯ୍ୟନ୍ତ ସଂକ୍ରମଣ କମିନି ସେ ପର୍ଯ୍ୟନ୍ତ କଟକଣା ରଖିବା ଆବଶ୍ୟକ । ଅନ୍ୟପଟେ ରାଜ୍ୟରେ ତୃତୀୟ ୱେଭ କୁ ନେଇ ଡର ରହିଛି । ବାହାରୁ ଯଦି କିଛି ମ୍ୟୁଟେସନ ଆସିବ ସେନେଇ ସତର୍କ ରହିବା ଅବଶ୍ୟକ । ସବୁବେଳେ ନିଜକୁ ସୁରକ୍ଷିତ ରଖିବା ସହ କଟକଣା ମାନିବା ଆବଶ୍ୟକ । କଟକଣା କୋହଳ ହେବା ପରେ କୌଣସି ଭାବରେ ନିୟମ ଭାଙ୍ଗି କାର୍ଯ୍ୟ କରିବା ନାହିଁ । ଯାହା ଫଳରେ ପୁଣିଥରେ ସଂକ୍ରମଣ ବୃଦ୍ଧି ଘଟିବାର ସମ୍ଭାବନା ରହିଛି ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.